ସିଟି ସ୍କାନ୍‌ ଦରକାର ନାହିଁ, ଅଧିକ ଷ୍ଟେରଏଡ୍‌ ଭଲ ନୁହେଁ: ଡାକ୍ତର ଗୁଲେରିଆ

ନୂଆଦିଲ୍ଲୀ: ସାଧାରଣ ବା ହାଲକା କୋଭିଡ଼ ସଂକ୍ରମଣରେ ସିଟି ସ୍କାନ ଆଦୌ ଦରକାର ନାହିଁ। ଏହା କ୍ଷତିକାରକ। ସେହିପରି ପ୍ରଥମାବସ୍ଥାରେ କୋଭିଡ଼ ରୋଗୀକୁ ଅଧିକ ଷ୍ଟେରଏଡ୍‌ ଦିଆଯିବା ମଧ୍ୟ ହାନୀକାରକ ହୋଇପାରେ। ଏହି ମତ ଦେଇଛନ୍ତି ଦେଇଛନ୍ତି ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଗୁଲେରିଆ କହିଛନ୍ତି ଯେ ଯେଉଁ ରୋଗୀମାନଙ୍କର ଲକ୍ଷଣ କିଛି ନାହିଁ କିନ୍ତୁ ସେମାନେ କୋଭିଡ଼ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନଙ୍କର […]

Randeep-Guleria

Randeep-Guleria

Tapas Behera
  • Published: Monday, 03 May 2021
  • Updated: 03 May 2021, 07:17 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ବା ହାଲକା କୋଭିଡ଼ ସଂକ୍ରମଣରେ ସିଟି ସ୍କାନ ଆଦୌ ଦରକାର ନାହିଁ। ଏହା କ୍ଷତିକାରକ। ସେହିପରି ପ୍ରଥମାବସ୍ଥାରେ କୋଭିଡ଼ ରୋଗୀକୁ ଅଧିକ ଷ୍ଟେରଏଡ୍‌ ଦିଆଯିବା ମଧ୍ୟ ହାନୀକାରକ ହୋଇପାରେ। ଏହି ମତ ଦେଇଛନ୍ତି ଦେଇଛନ୍ତି ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଗୁଲେରିଆ କହିଛନ୍ତି ଯେ ଯେଉଁ ରୋଗୀମାନଙ୍କର ଲକ୍ଷଣ କିଛି ନାହିଁ କିନ୍ତୁ ସେମାନେ କୋଭିଡ଼ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନଙ୍କର ସିଟି ସ୍କାନ ଆଦୌ ଦରକାର ନାହିଁ। ଏହି ଟେଷ୍ଟରେ ସେମାନଙ୍କ ଫୁସ୍‌ଫୁସ୍‌ରେ କିଛି ପ୍ୟାଚ୍‌ ବା ଛାପ ଦେଖାଯିବ କିନ୍ତୁ ସେଥିପାଇଁ ଚିକିତ୍ସା ଦରକାର ନାହିଁ। ସେ କହିଛନ୍ତି, ଥରେ ସିଟି ସ୍କାନ୍‌ କରିବା ୩୦୦-୪୦୦ ଏକ୍ସ-ରେ କରିବା ସହିତ ସମାନ। ଏହା ଭବିଷ୍ୟତରେ କର୍କଟ ରୋଗର କାରଣ ହୋଇପାରେ। ଉଚ୍ଚ ରାଡିଏସନ ବା ତେଜଷ୍କ୍ରିୟ ବିକିରଣ ଯୋଗୁଁ ଏପରି ଆଶଙ୍କା ରହିଛି। ତେଣୁ ଏପରି ସାଧାରଣ କୋଭିଡ଼ ରୋଗୀ ଯଦି ସନ୍ଦେହରେ ଅଛନ୍ତି ତେବେ ସିଟି ସ୍କାନ ନକରି ଆଗ ଏକ୍ସ-ରେ କରାନ୍ତୁ। ତାହା ଦେଖି ଡାକ୍ତରମାନେ ସଠିକ ନିଦାନ ବତେଇ ପାରିବେ। ଦରକାର ହେଲେ ଡାକ୍ତରମାନେ ସିଟି ସ୍କାନ ପରାମର୍ଶ ଦେବେ।

ସେହିପରି ବାୟୋମାର୍କର ସଂପର୍କରେ ସେ କହିଛନ୍ତି ଅନେକ ସ୍ଥଳରେ ଏସବୁ ମଧ୍ୟ ଜରୁରୀ ନୁହେଁ। ସେ କହିଛନ୍ତି ଚିକିତ୍ସା କାମ କରୁଛି କି ନାହିଁ ଜାଣିବା ପାଇଁ ବାୟୋମାର୍କର ପରୀକ୍ଷା କରାଯାଏ। ଡାକ୍ତର ଗୁଲେରିଆ କହିଛନ୍ତି, ଯଦି ହାଲୁକା ଲକ୍ଷଣ ସହିତ ଜଣେ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛି ତାଙ୍କର ରକ୍ତ ପରୀକ୍ଷା, ସିପିସି କିମ୍ବା ଏଲଡିଏଚ କରିବା ଦରକାର ନାହିଁ। ଏହା ରୋଗୀକୁ ଛାନିଆ କରିଦେବ। ଅଯଥାରେ ଏସବୁ ପରୀକ୍ଷା ଦେହ ପାଇଁ କ୍ଷତିକାରକ ହୋଇପାରେ।

ପ୍ରଥମାବସ୍ଥାରେ ଅଧିକ ଷ୍ଟେରଏଡ୍‌ ମଧ୍ୟ ଭଲ ନୁହେଁ। ଏହା ନିମୋନିଆ କରାଇପାରେ ଏବଂ ଫୁସ୍‌ଫୁସ୍‌କୁ ନଷ୍ଟ କରିପାରେ। ସାଧାରଣ କୋଭିଡ଼ ରୋଗୀଙ୍କୁ ସାଧାରଣ ଔଷଧରେ ଚିକିତ୍ସା କରାଯାଇ ପାରିବ। ଗମ୍ଭୀର ପର୍ଯ୍ୟାୟ ସଂକ୍ରମଣରେ ଷ୍ଟେରଏଡ୍ ଦିଆଯାଇ ପାରେ ବୋଲି ଡାକ୍ତର ଗୁଲେରିଆ ମତ ଦେଇଛନ୍ତି।

ଅନ୍ୟପଟେ ହସପିଟାଲମାନଙ୍କରେ ଅକ୍ସିନେ ବ୍ୟବସ୍ଥା କରାଯାଉଥିବା କେନ୍ଦ୍ରୀୟ ଯୁଗ୍ମ ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ସେ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିଆଲ ୟୁନିଟ୍‌ ଗୁଡ଼ିକ ଯେଉଁ ଅକ୍ସିଜେନ ତିଆରି କରୁଛନ୍ତି ତାହା ମଣିଷ ପାଇଁ ବ୍ୟବହାର ଉପଯୋଗୀ। ଅକ୍ସିଜେନ ପ୍ରସ୍ତୁତକୁ ବଢ଼ାଇ ଦିଆଯାଇଛି । ସେହିପରି କରୋନାକୁ ନେଇ ସକାରାତ୍ମକ ଖବର ଆସୁଥିବା ସେ କହିଛନ୍ତି। ମେ ୨ ସୁଦ୍ଧା ୭୮ ପ୍ରତିଶତ କରୋନା ରୋଗୀ ଭଲ ହୋଇ ଥିବା ବେଳେ ମେ ୩ ବେଳକୁ ଆରୋଗ୍ୟ ହାର ୮୨ ପ୍ରତିଶତକୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos