ରାମଦେବଙ୍କ ଚିକିତ୍ସା ପଦ୍ଧତିକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ବଢ଼ିଲା ଯୋଗ ଗୁରୁ ରାମଦେବ ବାବାଙ୍କ ଅଡୁଆ। ଆଲୋପାଥୀ ଓ ଡାକ୍ତରଙ୍କ ଉପରେ ବୟାନ ଦେଇ ଫସିଲେ ରାମଦେବ। ବର୍ତ୍ତମାନ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ପ୍ରଶ୍ନ କରିବା ସହ ସ୍ପଷ୍ଟୀକରଣ ଦେବାକୁ ନୋଟିସ୍‌ ପଠାଇଛନ୍ତି। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଲୋକଙ୍କୁ ଆଲୋପାଥୀ ବିରୁଦ୍ଧରେ କହି ଭ୍ରମିତ ନକରିବାକୁ ରାମଦେବଙ୍କୁ ପରାମର୍ଶ ଦେଇଥିଲେ। ମଙ୍ଗଳବାର ଭାରତୀୟ ମେଡିକାଲ୍ ଆସୋସିଏସନ୍‌ର (ଆଇଏମ୍ଏ) ଆବେଦନ ଉପରେ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। […]

SC on Ramdev

Madhupriya Mistry
  • Published: Tuesday, 23 August 2022
  • , Updated: 23 August 2022, 01:01 PM IST

ନୂଆଦିଲ୍ଲୀ: ବଢ଼ିଲା ଯୋଗ ଗୁରୁ ରାମଦେବ ବାବାଙ୍କ ଅଡୁଆ। ଆଲୋପାଥୀ ଓ ଡାକ୍ତରଙ୍କ ଉପରେ ବୟାନ ଦେଇ ଫସିଲେ ରାମଦେବ। ବର୍ତ୍ତମାନ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ପ୍ରଶ୍ନ କରିବା ସହ ସ୍ପଷ୍ଟୀକରଣ ଦେବାକୁ ନୋଟିସ୍‌ ପଠାଇଛନ୍ତି। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଲୋକଙ୍କୁ ଆଲୋପାଥୀ ବିରୁଦ୍ଧରେ କହି ଭ୍ରମିତ ନକରିବାକୁ ରାମଦେବଙ୍କୁ ପରାମର୍ଶ ଦେଇଥିଲେ।

ମଙ୍ଗଳବାର ଭାରତୀୟ ମେଡିକାଲ୍ ଆସୋସିଏସନ୍‌ର (ଆଇଏମ୍ଏ) ଆବେଦନ ଉପରେ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଆଲୋପାଥୀକୁ ବଦନାମ କରୁଥିବା ବିଜ୍ଞାପନ ଦେଖାଇବା ପାଇଁ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି। ଏଥିସହ ଆଲୋପାଥୀ ଔଷଧ ଓ ଟିକା ବିରୋଧରେ ରାମଦେବ ଦେଇଥିବା ମନ୍ତବ୍ୟକୁ ନେଇ ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି। ୪ ସପ୍ତାହ ମଧ୍ୟରେ ଏହା ଉପରେ ସ୍ପଷ୍ଟୀକରଣ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରାମନ୍ନା କହିଛନ୍ତି, 'ବାବା ରାମଦେବଙ୍କ କ’ଣ ହୋଇଛି? ଯୋଗକୁ ଲୋକପ୍ରିୟ କରିବା ପାଇଁ ଆମେ ତାଙ୍କୁ ସମ୍ମାନ କରୁ, କିନ୍ତୁ ସେ ଅନ୍ୟ ଚିକିତ୍ସା ପଦ୍ଧତି ଉପରେ ପ୍ରଶ୍ନ କରିବା ଉଚିତ୍ ନୁହେଁ। ସେ ଅନ୍ୟମାନଙ୍କୁ ସମାଲୋଚନା କରିବା ଠାରୁ ଦୂରେଇ ରହିବା ଉଚିତ୍। ବାବା ରାମଦେବ କିପରି ଅନ୍ୟ ଚିକିତ୍ସା ବ୍ୟବସ୍ଥାର ବିରୋଧରେ କହୁଛନ୍ତି। କୋର୍ଟ ଜାଣିବାକୁ ଚାହାଁନ୍ତି ଯେ ସେ କିପରି ଗ୍ୟାରେଣ୍ଟି ଦେଇ ପାରିବେ ଯେ ସେ ସମସ୍ତ ରୋଗରୁ ଆରୋଗ୍ୟ କରିପାରିବେ?'

ଆଇଏମଏ ନିଜ ଆବେଦନରେ ଅଭିଯୋଗ କରିଛି ଯେ ଦେଶରେ ଟିକାକରଣ ଅଭିଯାନ ଏବଂ ଆଧୁନିକ ଔଷଧ ବିରୋଧରେ ଅଭିଯାନ ଚାଲିଛି। ଏହି ଅଭିଯାନ ଉପରେ ରୋକ୍‌ ଲଗାଇବାକୁ ଆବେଦନରେ ଦାବି କରାଯାଇଛି।

ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ବାବା ରାମଦେବକୁ ତାଗିଦ କରିଥିଲେ। ଆଲୋପାଥୀ ବିରୋଧରେ ବିବୃତ୍ତି ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଥିଲେ। ରାମଦେବ କହିଥିଲେ ଯେ ଟିକା ନେବା ପରେ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ଏହା ଡାକ୍ତରୀ ବିଜ୍ଞାନର ବିଫଳତା। ଏହା ଉପରେ କୋର୍ଟ କହିଥିଲେ, 'ଆପଣଙ୍କ ବିବୃତ୍ତି ଅନ୍ୟ ଦେଶ ସହ ଆମର ସମ୍ପର୍କକୁ ପ୍ରଭାବିତ କରିପାରେ।'

Related story