ଜିତୁଛି ଆପ୍‌, ସେଲିବ୍ରେସନ ମୁଡ୍‌ରେ କୁନି କେଜ୍ରିୱାଲ

ଚଣ୍ଡିଗଡ: ପୁଣି ସାମ୍ନାକୁ ଆସିଲେ କୁନି କେଜ୍ରିୱାଲ ଓରଫ୍‌ ମଫଲର ମ୍ୟାନ୍‌। ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଚର୍ଚ୍ଚାକୁ ଆସିଥିବା କୁନି କେଜ୍ରିୱାଲ ଏବେ ପୁଣି ଥରେ ପଞ୍ଜାବରେ ଦେଖା ଦେଇଛନ୍ତି। ଆମ୍‌ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଠନ କରିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ଏହାକୁ ନେଇ ଆପ କାର୍ଯ୍ୟାଳୟରେ ଦଳର କର୍ମୀମାନେ ଉତ୍ସବ ମନାଇବା ଆରମ୍ଭ କରିସାରିଲେଣି। ଏହି ଉତ୍ସବରେ ଏବେ କୁନି କେଜ୍ରିୱାଲ ସାମିଲ ହୋଇଛନ୍ତି। ମୁଣ୍ଡରେ ହଳଦିଆ ପଗଡି, […]

Baby Kejriwal

Madhupriya Mistry
  • Published: Thursday, 10 March 2022
  • , Updated: 10 March 2022, 03:18 PM IST

ଚଣ୍ଡିଗଡ: ପୁଣି ସାମ୍ନାକୁ ଆସିଲେ କୁନି କେଜ୍ରିୱାଲ ଓରଫ୍‌ ମଫଲର ମ୍ୟାନ୍‌। ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଚର୍ଚ୍ଚାକୁ ଆସିଥିବା କୁନି କେଜ୍ରିୱାଲ ଏବେ ପୁଣି ଥରେ ପଞ୍ଜାବରେ ଦେଖା ଦେଇଛନ୍ତି। ଆମ୍‌ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଠନ କରିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ଏହାକୁ ନେଇ ଆପ କାର୍ଯ୍ୟାଳୟରେ ଦଳର କର୍ମୀମାନେ ଉତ୍ସବ ମନାଇବା ଆରମ୍ଭ କରିସାରିଲେଣି। ଏହି ଉତ୍ସବରେ ଏବେ କୁନି କେଜ୍ରିୱାଲ ସାମିଲ ହୋଇଛନ୍ତି।

ମୁଣ୍ଡରେ ହଳଦିଆ ପଗଡି, ଦେହରେ ମେରୁନ୍‌ ରଙ୍ଗର ସ୍ୱେଟର ଆଉ ବେକରେ କଳା ରଙ୍ଗର ମଫଲର ପକାଇ ଗଣମାଧ୍ୟମକୁ ବିଜୟ ଚିହ୍ନ ଦେଖାଇ ଆପ୍‌ ପାର୍ଟି ଅଫିସ ବାହାରେ ପୋଜ୍‌ ଦେଇଛନ୍ତି ଏହି କୁନି କେଜ୍ରିୱାଲ। ଏବେ ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ଏହି କୁନି ମଫଲରମ୍ୟାନ୍‌ ଆମ ଆଦମୀ ପାର୍ଟିର ଜଣେ ସମର୍ଥକଙ୍କ ପୁଅ। ଯିଏକି କେଜ୍ରିୱାଲଙ୍କ ଭଳି ଗେଟ୍‌ଅପ୍‌ରେ ସଜେଇ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଏହି କୁନି ପିଲାଟିର ନାଁ ଅଭ୍ୟାନ ତୋମାର। ଅଭ୍ୟାନ୍‌ଙ୍କ ବାପା ମା ଦିଲ୍ଲୀର ମୟୁର ବିହାରରେ ରୁହନ୍ତି। ଅଭ୍ୟାନ୍‌ଙ୍କ ବାପା ରାହୁଲ ତୋମାର ଅନ୍ନା ହଜାରେଙ୍କ ଆନ୍ଦୋଳନରୁ ହିଁ ଅରବିନ୍ଦ କେଜ୍ରିୱାଲଙ୍କ ବଡ ସମର୍ଥକ ଥିଲେ। ୨୦୨୦ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଏହି କୁନି ମଫଲରମ୍ୟାନ୍‌ଙ୍କୁ ଡକାଯାଇଥିଲା। ଭୋଟିଂ ବେଳେ ମଧ୍ୟ ଏହି କୁନି କେଜ୍ରିୱାଲ ଟ୍ୱିଟର୍‌ରେ ଟ୍ରେଣ୍ଡ ପାଲଟିଥିଲେ।

ଚଳିତ ପଞ୍ଜାବ ବିଧାନସଭା ନିର୍ବଚାନୀରେ ଆମ୍‌ ଆଦମୀ ପାର୍ଟି କଂଗ୍ରେସକୁ ବହୁ ପଛରେ ପକାଇ ଦେଇଛି। ୧୧୭ଟି ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ୯୧ଟି ସିଟ୍‌ରେ ଆପ୍‌ ଆଗୁଆ ରହିଥିବା ଟ୍ରେଣ୍ଡ କହୁଛି। ଏହାରି ଭିତରେ ବିପୁଳ ବିଜୟକୁ ଦେଖି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

https://twitter.com/AamAadmiParty/status/1483362593037516801?s=20&t=pWPpBTGCGKKoW87BbEGYPg

Related story