ଭୋରରେ ବାଜିଲା ଡୋଭାଲଙ୍କ ଫୋନ୍‌, କୁହାଗଲା-‘ବନ୍ଦର ମାରା ଗୟା’‌

ନୂଆଦିଲ୍ଲୀ: ୨୦୧୯ ମସିହା ଫେବୃଆରୀ ମାସ ୨୬ ତାରିଖ ଭୋର ପ୍ରାୟ ୩.୪୫। ହଠାତ୍‌ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ଫୋନ୍‌ ବାଜିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ କେବଳ କହିଥିଲେ ‘ବନ୍ଦର ମାରା ଗୟା।’ କିଏ ଓ କାହିଁକି ଏକଥା ଭୋର ୩.୪୫ରେ କହିଲେ? ଏକଥା ଆପଣଙ୍କ ମନରେ ନିଶ୍ଚିତ ଉଙ୍କି ମାରୁଥିବ। ଏହି ପ୍ରଶ୍ନର ଉତ୍ତର ଏବେ ସାମ୍ନାକୁ ଆସିଛି। ଏନଏସ୍‌ଏ ଅଜିତ ଡୋଭାଲାଙ୍କୁ ଏହି ସମୟରେ ତତ୍କାଳୀନ […]

NSA Ajit Doval

Hemant Lenka
  • Published: Friday, 26 February 2021
  • , Updated: 26 February 2021, 04:13 PM IST

ନୂଆଦିଲ୍ଲୀ: ୨୦୧୯ ମସିହା ଫେବୃଆରୀ ମାସ ୨୬ ତାରିଖ ଭୋର ପ୍ରାୟ ୩.୪୫। ହଠାତ୍‌ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ଫୋନ୍‌ ବାଜିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ କେବଳ କହିଥିଲେ ‘ବନ୍ଦର ମାରା ଗୟା।’ କିଏ ଓ କାହିଁକି ଏକଥା ଭୋର ୩.୪୫ରେ କହିଲେ? ଏକଥା ଆପଣଙ୍କ ମନରେ ନିଶ୍ଚିତ ଉଙ୍କି ମାରୁଥିବ। ଏହି ପ୍ରଶ୍ନର ଉତ୍ତର ଏବେ ସାମ୍ନାକୁ ଆସିଛି।

ଏନଏସ୍‌ଏ ଅଜିତ ଡୋଭାଲାଙ୍କୁ ଏହି ସମୟରେ ତତ୍କାଳୀନ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଫୋନ୍‌ କରିଥିଲେ। ପୁଲୱାମା ହମଲାର ବଦଲା ନେବାକୁ ଭାରତୀୟ ବାୟୁସେନା ୨୦୧୯ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟରେ କରିଥିଲା ଏୟାର ଷ୍ଟ୍ରାଇକ୍‌। ଜୈଶ କ୍ୟାମ୍ପ ଭାରତୀୟ ବାୟୁସେନାର ବୋମା ବର୍ଷଣରେ ଛିନଛତ୍ର ହୋଇଯିବାର ଠିକ୍‌ ୧୫ ମିନିଟ୍‌ ପରେ ଧନୱା ଏନଏସଏ ଅଜିତ ଡୋଭାଲଙ୍କ RAX ନମ୍ବରକୁ ଫୋନ୍‌ କରିଥିଲେ।

RAX କ’ଣ?

RAX ହେଉଛି ଏକ ଅଲ୍ଟ୍ରା-ସୁରକ୍ଷିତ ଫିକ୍ସଡ୍ ଲାଇନ୍ ନେଟୱାର୍କ। ସାଧାରଣତଃ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ଏହା ମାଧ୍ୟମରେ ଦିଆନିଆ ହୋଇଥାଏ। ଫୋନ୍‌ ରିଙ୍ଗ ହେବା ମାତ୍ରେ ଡୋଭାଲ ଏହାକୁ ଉଠାଇଥିଲେ। ସେପଟୁ ଧନୱା କହିଥିଲେ, ‘ବନ୍ଦର ମାରା ଗୟା।’। ଏହି ବାର୍ତ୍ତାର ଅର୍ଥ ହେଉଛି, ଭାରତୀୟ ବାୟୁସେନା ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପ ଉପରେ ହମଲା କରି ଶହଶହ ଆତଙ୍କବାଦୀ ନିହତ କରିଛି। ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର କୋଡ୍‌ ୱାର୍ଡ ଥିଲା ‘ବନ୍ଦର ମାରା ଗୟା।” ଧନୱାଙ୍କ ଠାରୁ ଏହି ସୂଚନା ପାଇବା ବେଳେ ଏନଏସଏ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଏକଥା ଜଣାଇଥିଲେ।

ଦୁଇ ବର୍ଷ ପୂରିଲା

ଆଜି ସୀମା ଡେଇଁ ପାକିସ୍ତାନ ଭିତରେ ପଶି ଭାରତୀୟ ବାୟୁସେନା କରିଥିବା ଅପରେସନକୁ ଦୁଇ ବର୍ଷ ପୁରିଛି। ୨୦୧୯ ଫେବୃଆରୀ ୧୪ ତାରିଖରେ ପୁଲଓ୍ୱାମାରେ ଜୈଶର ଜଣେ ଆତଙ୍କବାଦୀ ଆରଡିଏକ୍ସ ଜରିଆରେ ଆତ୍ମଘାତୀ ହମଲା କରିଥିଲା। ଏଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାର ବଦଲା ନେବାକୁ ୧୨ ଦିନ ପରେ ଅର୍ଥାତ ୨୬ ତାରିଖରେ ହୋଇଥିଲା ଅପରେସନ ବାଲାକୋଟ।

‘ବନ୍ଦର ମାରା ଗୟା’ ସମ୍ପର୍କରେ ଏନଏସଏ ଅଜିତ ଡୋଭାଲଙ୍କ ପରେ ଶ୍ରୀ ଧନୱା ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ସଚିବ ଅନୀଲ ଧସମାନାଙ୍କୁ ଫୋନ୍‌ କରିଥିଲେ। ଏହି ସମୟରେ ସେ ସମାନ କଥା ଦୋହରାଇଥିଲେ।

ରାଜସ୍ଥାନର ଆକାଶରେ ଯୁଦ୍ଧ ବିମାନ ଉଡ଼ା ଯାଇଥିଲା

ବାଲାକୋଟ ଏୟାର ଷ୍ଟ୍ରାଇକ ମିଶନରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପାକିସ୍ତାନୀ ଗୁପ୍ତଚର ଏଜେନ୍ସିଗୁଡ଼ିକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ କୋଡ୍‌ ୱାର୍ଡର ବ୍ୟବହାର କରାଯାଇଥିଲା। ଏଥିପାଇଁ ଜାଣିଶୁଣି ‘ବନ୍ଦର’ ଶବ୍ଦର ବ୍ୟବହାର କରାଯାଇଥିଲା ପାକିସ୍ତାନୀ ଗୁପ୍ତଚରଙ୍କୁ ଚକମା ଦେବା ପାଇଁ ଏୟାର ଷ୍ଟ୍ରାଇକ ପୂର୍ବରୁ ପ୍ରଥମେ ରାଜସ୍ଥାନର ଆକାଶରେ ଯୁଦ୍ଧ ବିମାନ ଉଡ଼ା ଯାଇଥିଲା।

ପାକିସ୍ତାନକୁ ଏହାକୁ ଦେଖି ପାଲଟା ଜବାବ ଦେବାକୁ ପୂରା ତୟାରୀ କରିଥିଲା। ଏସବୁ ଭିତରେ ମିରାଜ୍ ୨୦୦୦ରେ ଭାରତୀୟ ଯବାନ ୯୦ କେଜି ଓଜନର ସ୍ପାଇସ୍ ବୋମା ଧରି ବାଲାକୋଟରେ ପହଞ୍ଚି ଯାଇଥିଲେ। ସେଠାରେ ଥିବା ଜୈଶ କ୍ୟାମ୍ପ ଉପରେ ଆରମ୍ଭ ହୋଇଥିଲା ବୋମା ବର୍ଷଣ। ମାତ୍ର ୯୦ ସେକେଣ୍ଡ ମଧ୍ୟରେ ମାଟିରେ ମିଶି ଯାଇଥିଲା ପୂରା ଆତଙ୍କୀ କ୍ୟାମ୍ପ। ଏହି ସମୟରେ ପାକିସ୍ତାନର ଯୁଦ୍ଧ ବିମାନ ଭାରତୀୟ ମିରାଜ ୨୦୦୦ ଠାରୁ ୧୫୦ କିମି ଦୂରରେ ରହିଥିଲା।

୨୬ ଫେବୃଆରୀରେ ପୂର୍ଣ୍ଣିମା ରାତି ଥିବାରୁ ଭାରତୀୟ ବାୟୁସେନା ଜାଣିଶୁଣି ସେହିଦିନ ଏୟାର ଷ୍ଟ୍ରାଇକ କରିବାକୁ ମନସ୍ଥ କରିଥିଲା। ଭାରତୀୟ ବାୟୁସେନାର ଯବାନମାନେ ପିର ପଞ୍ଜଲ ସୀମା ତଳେ ଉଡ଼ି ପାକିସ୍ତାନୀ ରାଡାରକୁ ଚକମା ଦେବାରେ ସଫଳ ହୋଇଥିଲେ। ଭୋର ୩ଟାରେ(ପାକିସ୍ତାନ ସମୟ) ପାକିସ୍ତାନର ପାଞ୍ଚଟି ସ୍ଥାନରେ ସମସ୍ତ ପାଞ୍ଚଟି ବୋମା ମାଡ଼ କରାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁ ୬ଷ୍ଠ ବୋମାଟି ବିସ୍ଫୋରଣ କରିପାରି ନଥିଲା।

ବାଲାକୋଟ ଏୟାରଷ୍ଟ୍ରାଇକ୍ ସମୟରେ ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ସମଗ୍ର କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲା। କିନ୍ତୁ କେବଳ ଗୋଟିଏ ମସଜିଦର ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ କୌଣସି ପ୍ରକାରର ହମଲା କରାଯାଇ ନଥିଲା। କାରଣ ଏଠାରେ ବୋମା ମାଡ଼ ସମୟରେ ଫର୍ଜ କି ନମାଜ ପାଇଁ ପ୍ରସ୍ତୁତି ଚାଲିଥିଲା। ଏଥିପାଇଁ ଭାରତୀୟ ସେନା ସେଠାରେ କୌଣସି ପ୍ରକାରର ହମଲା କରି ନଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବରିଷ୍ଠ ମନ୍ତ୍ରୀ, ପିଏମଓ ଅଧିକାରୀ, କ୍ୟାବିନେଟ ସଚିବ, ଗୃହ ସଚିବ, ବୈଦେଶିକ ସଚିବ, ର’, ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ତତ୍କାଳୀନ ବାୟୁସେନା ମୁଖ୍ୟଙ୍କ ସହ ଗୋଟିଏ ବୈଠକ କରିଥିଲେ।

 

https://www.youtube.com/watch?v=KWNX1eAF6X0

Related story