ବ୍ୟାନ ଲଗାଇଲା ଇଣ୍ଡିଗୋ, ରାଗି ଯାଇ ଟ୍ରେନରେ ଗଲେ ଏହି ରାଜନେତା

ଥିରୁଅନନ୍ତପୁରମ: ବିମାନ ସେବା ପ୍ରଦାନ କରୁଥିବା ଇଣ୍ଡିଗୋ ପକ୍ଷରୁ ଏଲଡିଏଫର ଆବାହକ ଇପି ଜୟରାଜନଙ୍କୁ ନୋ-ଫ୍ଲାଏ ତାଲିକାରେ ସାମିଲ କରିଛି। ସପ୍ତାହେ ଯାଏ ଜୟରାଜନ ଇଣ୍ଡିଗୋର ସେବା ପାଇପାରିବେ ନାହିଁ। ତାଙ୍କ ବ୍ୟତୀତ ଯୁବ କଂଗ୍ରେସର ଦୁଇ କର୍ମକର୍ତ୍ତାଙ୍କ ଉପରେ ମଧ୍ୟ ୨ ସପ୍ତାହ ଯାଏ ବ୍ୟାନ ଲଗା ଯାଇଛି। ଜୁନ ୧୩ରେ କେରଳ ମୁଖ୍ୟମନ୍ତ୍ରୀ ପନିରାୟୀ ବିଜୟନ ଯାଉଥିବା ଇଣ୍ଡିଗୋର ଗୋଟିଏ ବିମାନରେ ଏମାନେ ମାରପିଟ କରିବା ସହ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିଲେ। ଏଥିପାଇଁ […]

LDF

Hemant Lenka
  • Published: Tuesday, 19 July 2022
  • , Updated: 19 July 2022, 03:37 PM IST

ଥିରୁଅନନ୍ତପୁରମ: ବିମାନ ସେବା ପ୍ରଦାନ କରୁଥିବା ଇଣ୍ଡିଗୋ ପକ୍ଷରୁ ଏଲଡିଏଫର ଆବାହକ ଇପି ଜୟରାଜନଙ୍କୁ ନୋ-ଫ୍ଲାଏ ତାଲିକାରେ ସାମିଲ କରିଛି। ସପ୍ତାହେ ଯାଏ ଜୟରାଜନ ଇଣ୍ଡିଗୋର ସେବା ପାଇପାରିବେ ନାହିଁ। ତାଙ୍କ ବ୍ୟତୀତ ଯୁବ କଂଗ୍ରେସର ଦୁଇ କର୍ମକର୍ତ୍ତାଙ୍କ ଉପରେ ମଧ୍ୟ ୨ ସପ୍ତାହ ଯାଏ ବ୍ୟାନ ଲଗା ଯାଇଛି।

ଜୁନ ୧୩ରେ କେରଳ ମୁଖ୍ୟମନ୍ତ୍ରୀ ପନିରାୟୀ ବିଜୟନ ଯାଉଥିବା ଇଣ୍ଡିଗୋର ଗୋଟିଏ ବିମାନରେ ଏମାନେ ମାରପିଟ କରିବା ସହ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଇଣ୍ଡିଗୋ ଏମାନଙ୍କୁ ନୋ-ଫ୍ଲାଏ ଲିଷ୍ଟରେ ରଖିଛି। ଜୁଲାଇ ୧୬ରୁ ଏହି ବ୍ୟାନ ଅବଧି ଲାଗୁ ହୋଇଛି। ବ୍ୟାନ ଅବଧି ବେଳେ ଜୟରାଜନ ଇଣ୍ଡିଗୋର କୌଣସି ଘରୋଇ କିମ୍ବା ଅନ୍ତର୍ଜାତୀୟ ବିମାନ ସେବାର ସୁବିଧା ପାଇବେ ନାହିଁ।

ଇଣ୍ଡିଗୋର ଏପରି ଆଚରଣରେ ବିରକ୍ତ ପ୍ରକାଶ କରି ଜୟରାଜନ ଟ୍ରେନରେ ପରିବାର ଲୋକଙ୍କ ସହ ଯାତ୍ରା କରିଛନ୍ତି। ସପ୍ତାହକ ପରେ ବ୍ୟାନ ହଟିଲେ ମଧ୍ୟ ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କେବେ ହେଲେ ବି ଇଣ୍ଡିଗୋ ବିମାନ ବ୍ୟବହାର କରିବେ ନାହିଁ ବୋଲି ମଧ୍ୟ ଜୟରାଜନ କହିଛନ୍ତି। ସେ କହିଛନ୍ତି, “ବିମାନ ସେବା ପ୍ରଦାନକାରୀ ସଂସ୍ଥା ତା’ର ସମ୍ମାନ ରକ୍ଷା କରିଥିବାରୁ ମୋତେ ସମ୍ମାନୀତ କରିବା କଥା। ସେମାନେ ମୁଁ କିଏ ବୋଲି ଜାଣି ନାହାନ୍ତି। ମୁଁ ସେମାନଙ୍କ ସେବା ଆଉ ଚାହୁଁନାହିଁ।”

ନିଜ କଥାକୁ କାର୍ଯ୍ୟକାରୀ କରିବା ପାଇଁ ଜୟରାଜନ ନିଜ ପତ୍ନୀଙ୍କ ସହ ସୋମବାର ଭେରାଭଲ ଏକପ୍ରେସରେ ଥିରୁଅନନ୍ତପୁରମରୁ କନ୍ନୁର ଗସ୍ତ କରିଛନ୍ତି। ସେହିପରି ସେଠାରୁ ଟ୍ରେନ ଯୋଗେ ହିଁ ସେ ଥିରୁଅନନ୍ତପୁରମ ଫେରିଛନ୍ତି। ଦେଶରେ ସମ୍ଭବତଃ ପ୍ରଥମଥର ପାଇଁ କୌଣସି ରାଜନେତାଙ୍କୁ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏପରି ନୋ ଫ୍ଲାଏ ତାଲିକାରେ ସାମିଲ କରିଛି।

Related story