ରିସ୍କ ନେବାକୁ ଚାହୁଁ ନାହାନ୍ତି, କର୍ମଭୂମୀକୁ ଫେରିଗଲେ ମମତା

କୋଲକାତା: ବିଜୟ ସୁନିଶ୍ଚିତ ଆକଳନ କରି ନିଜ କର୍ମଭୂମି ଛାଡ଼ି ବିଧାନସଭା ନିର୍ବାଚନ ଲଢ଼ିବାର ପରିଣାମ ଭୋଗି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦିଓ ମୁଖ୍ୟମନ୍ତ୍ରୀ ଭାବରେ ମମତା ଶପଥ ନେଇଛନ୍ତି ହେଲେ ଆସନ୍ତା ୬ ମାସ ମଧ୍ୟରେ ସେ କୌଣସି ଆସନରୁ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବ ଦରକାର। ତେଣୁ ଏବେ ସେ ପୁଣିଥରେ ନିଜ କର୍ମଭୂମୀ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଉ ଏହି ଆସନରୁ ନିର୍ବାଚନ ଜିତି […]

Mamata-Banerjee

Subhransu Sekhar
  • Published: Friday, 21 May 2021
  • , Updated: 21 May 2021, 09:12 PM IST

କୋଲକାତା: ବିଜୟ ସୁନିଶ୍ଚିତ ଆକଳନ କରି ନିଜ କର୍ମଭୂମି ଛାଡ଼ି ବିଧାନସଭା ନିର୍ବାଚନ ଲଢ଼ିବାର ପରିଣାମ ଭୋଗି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦିଓ ମୁଖ୍ୟମନ୍ତ୍ରୀ ଭାବରେ ମମତା ଶପଥ ନେଇଛନ୍ତି ହେଲେ ଆସନ୍ତା ୬ ମାସ ମଧ୍ୟରେ ସେ କୌଣସି ଆସନରୁ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବ ଦରକାର। ତେଣୁ ଏବେ ସେ ପୁଣିଥରେ ନିଜ କର୍ମଭୂମୀ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଉ ଏହି ଆସନରୁ ନିର୍ବାଚନ ଜିତି ମନ୍ତ୍ରୀ ହୋଇଥିବା ଟିଏମସି ବିଧାୟକ ଶୋଭେନଦେବ ଚଟ୍ଟୋପାଧ୍ୟାୟ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଶୋଭେନଦେବ କିନ୍ତୁ କୃଷି ମନ୍ତ୍ରୀ ପଦରେ ରହିବେ।

ସବୁଠୁ ବଡ଼ କଥା ହେଲା ରାଜ୍ୟରେ ୨୯୪ ବିଧାନସଭା ଆସନରୁ ୨୯୨ ଆସନରେ ନିର୍ବାଚନ ହୋଇଥିଲା। ଆଉ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପିର ଦୁଇ ନେତା ମଧ୍ୟ ଇତି ମଧ୍ୟରେ ଇସ୍ତଫା ଦେଇଛନ୍ତି। ମୋଟ୍ ଉପରେ ୪ଟି ଆସନ ଖାଲି ପଡ଼ିଛି। ହେଲେ ଏହିସବୁ ଆସନରୁ ମମତା ନିର୍ବାଚନ ଲଢିବା ଅପେକ୍ଷା ନିଜର ଗଡ଼ ତଥା ଭବାନୀପୁରରୁ ନିର୍ବାଚନ ଲଢ଼ିବାକୁ ଉଚିତ୍ ମନେ କରିଛନ୍ତି। କାରଣ ଭବାନୀପୁର ଛାଡି ଆଉ କୌଣସି ଆସନରେ ନିର୍ବାଚନ ଲଢ଼ିଲେ ବିରୋଧୀ ବିଜେପିକୁ ପୁଣି କଡ଼ା ମୁକାବିଲା କରିବାକୁ ପଡ଼ିପାରେ। ଯଦିଓ ରାଜ୍ୟରେ ଟିଏମସି ଅଧିକ ଆସନରେ ନିର୍ବାଚନ ଜିତିଛି। ହେଲେ ନିର୍ବାଚନ ପରେ ହିଂସା ଆଉ ମମତା ସରକାର ଏହାକୁ ନେଇ ନିରବ ରହିଛନ୍ତି। ତେଣୁ ନିଜ ଗ଼ଡ଼ ଛାଡି ପୁଣିଥରେ ଆଉ କେଉଁଠି ନିର୍ବାଚନ ଲଢ଼ିଲେ ଅଡୁଆ ସୃଷ୍ଟି ହୋଇପାରେ ବୋଲି ଟିଏମସିର ଅନ୍ଦର ମହଲ ଚିନ୍ତାବ୍ୟକ୍ତ କରିଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ବିନା କୌଣସି ରିସ୍କରେ ଏକ ନିରାପଦ ଆସନ ଭାବରେ ପୁଣିଥରେ ଭବାନୀପୁର ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ଏହି ଆସନରୁ ବିଧାୟକ ଭାବରେ ଇସ୍ତଫା ଦେଇଥିବା ଶୋଭନଦେବଙ୍କୁ ଖାଲି ଥିବା ଚାରି ଆସନରୁ କୌଣସି ଆସନରୁ ଟିଏମସି ପ୍ରାର୍ଥୀ କରିବ ବୋଲି ସୂଚନା ରହିଛି।

ଭବାନୀପୁର ଆସନରୁ ଇସ୍ତଫା ଦେବା ପରେ ମନ୍ତ୍ରୀ ଶୋଭେନଦେବ କହିଛନ୍ତି ଯେ ସେ କୌଣସି ଚାପରେ ସେ ଏହି ଇସ୍ତଫା ଦେଇ ନାହାନ୍ତି। ମମତା ବାନାର୍ଜୀ ଭବାନୀପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି। ଏହା ତାଙ୍କ ଆସନ, ତେଣୁ ସେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ବୋଲି ସେ କହିଛନ୍ତି।

ବାଚସ୍ପତି ଶୋଭେନଦେବଙ୍କ ଇସ୍ତଫା ଗ୍ରହଣ କରିଥିବା କହିଛନ୍ତି। ଆଉ ମନ୍ତ୍ରୀ ଶୋଭେନଦେବ ସ୍ୱେଚ୍ଛାକୃତ ଭାବରେ ବିଧାୟକ ପଦବୀରୁ ଇସ୍ତଫା ଦେଇଥିବା ସେ ସ୍ପଷ୍ଟ କରିଛନ୍ତି।

ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତା ୧୯୫୬ ଭୋଟ୍ ବ୍ୟବଧାନରେ ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପାଖରୁ ପରାସ୍ତ ହୋଇଥିଲେ। ହେଲେ ବିଧାନସଭାରେ ୨୯୨ଟି ଆସନରୁ ୨୧୩ଟି ଆସନରେ ଜିତି ଟିଏମସି ସରକାର ଗଢ଼ିଛି। ମମତା ବାନାର୍ଜୀ ଟିଏମସି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇ ମେ ୫ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଛନ୍ତି।

Related story