ପୁଣି ସିନ୍ଦେ କ୍ୟାମ୍ପକୁ  ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି

ମୁମ୍ବାଇ: ସିନ୍ଦେ କ୍ୟାମ୍ପକୁ  ବଡ଼ ଆଶ୍ୱସ୍ତି। ଶିବସେନାର ୧୫ ଜଣ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟ ପଦ ଅଯୋଗ୍ୟ ଘୋଷଣା ନେଇ ତୁରନ୍ତ ଶୁଣାଣି କରିବାକୁ ଶିବସେନା ପକ୍ଷରୁ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ସାନି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି  କୋର୍ଟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମିଶାଇ ୧୫ ଜଣ ବିଧାୟକଙ୍କ ବିରୋଧରେ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ଆବେଦନ ହୋଇଥିଲା। ଶିବସେନା ପକ୍ଷରୁ ଦଳର ମୁଖ୍ୟ ସୁନିଲ ପ୍ରଭୁ ଏହି ଆବେଦନ କରିଥିଲେ।  ଭେକେସନ୍‌ ବେଞ୍ଚ  […]

Eknath-sinde

Tapas Behera
  • Published: Friday, 01 July 2022
  • , Updated: 01 July 2022, 02:16 PM IST

ମୁମ୍ବାଇ: ସିନ୍ଦେ କ୍ୟାମ୍ପକୁ  ବଡ଼ ଆଶ୍ୱସ୍ତି। ଶିବସେନାର ୧୫ ଜଣ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟ ପଦ ଅଯୋଗ୍ୟ ଘୋଷଣା ନେଇ ତୁରନ୍ତ ଶୁଣାଣି କରିବାକୁ ଶିବସେନା ପକ୍ଷରୁ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ସାନି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି  କୋର୍ଟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମିଶାଇ ୧୫ ଜଣ ବିଧାୟକଙ୍କ ବିରୋଧରେ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ଆବେଦନ ହୋଇଥିଲା। ଶିବସେନା ପକ୍ଷରୁ ଦଳର ମୁଖ୍ୟ ସୁନିଲ ପ୍ରଭୁ ଏହି ଆବେଦନ କରିଥିଲେ।  ଭେକେସନ୍‌ ବେଞ୍ଚ  ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜେବି ପର୍ଦିୱାଲାଙ୍କ ଦୈତ୍ୟ ଖଣ୍ଡପୀଠ ନିକଟରେ ଶିବସେନା ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ ଆବେଦନ କରିଥିଲେ। ତେବେ ଆସନ୍ତା ଜୁଲାଇ ୧୧ରେ ମାମଲାର ଶୁଣାଣି ପାଇଁ କୋର୍ଟ ରାଜି ହୋଇଛନ୍ତି।

ଏହା ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ  ଫ୍ଲୋର ଟେଷ୍ଟ ପାଇଁ ଆମନ୍ତ୍ରଣ କରିଥିଲେ। ହେଲେ ହେଲା ଏହା ଉପରେ ରୋକ ଲଗାଇବାକୁ ସେନା ସୁପ୍ରିମକୋର୍ଟ ଯାଇଥିଲା। କିନ୍ତୁ  ଗତ ଜୁନ୍‌ ୨୯ ତାରିଖରେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିବାକୁ ମନା କରିଥିଲେ ସର୍ବୋଚ୍ଚ ନ୍ୟାଳୟ ।  ଏହା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ।  ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ହାଇଡ୍ରାମା ଚାଲିବା ପରେ ଗତକାଲି ଶିବସନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଗତକାଲି ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ହେବେ ‌ବୋଲି ପ୍ରଥମେ ଖବର ପ୍ରସାରିତ ହୋଇଥିଲା। କିନ୍ତୁ ରାଜ୍ୟପାଳଙ୍କୁ ଭେଟିବାପରେ ଫଡ଼ନାବିସ ଏବଂ ସିନ୍ଦେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଫଡ଼ନାଭିସ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ସମସ୍ତଙ୍କୁ ଆ‌ଚମ୍ବିତ କରିଦେଇଥିଲେ।

Related story