ବିହାରରେ ଆମେରିକା ଷ୍ଟାଇଲ୍‌ରେ ଆତଙ୍କ, ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ

ପାଟନା: ଆମେରିକାରେ ଅଜଣା ଆତତାୟୀର ଆଖିବୁଜା ଗୁଳିମାଡ। ଭିଡ ଭିତରେ ହଠାତ୍‌ ସାଧାରଣ ଲୋକଙ୍କ ଉପରକୁ ଗୁଳିମାଡ କରନ୍ତି ଦୁର୍ବୃତ୍ତ। ଏମିତି କେତେ କ’ଣ ଘଟଣା ଘଟେ ଆମେରିକାରେ। କେତେବେଳେ ପ୍ରତିଶୋଧ ତ ଆଉ କେତେବେଳେ ମନସିକ ବିକାରଗ୍ରସ୍ତ ଏବଂ ଚାପ ଦୁଃଶ୍ଚିନ୍ତାରେ ଥିବା ବ୍ୟକ୍ତି ଏଭଳି ନାରକୀୟ କାଣ୍ଡ ଘଟାଇବା ଖବର ଶୁଣିବାକୁ ମିଳେ। ଆମେରିକାର ଏହି ଟ୍ରେଣ୍ଡ ଏବେ ଦେଖିବାକୁ ମିଳିଛି ବିହାରର ବେଗୁସରାଇରେ। ବିହାରର ବେଗୁସରାଇରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ରାସ୍ତା […]

firing

Madhupriya Mistry
  • Published: Wednesday, 14 September 2022
  • , Updated: 14 September 2022, 12:12 PM IST

ପାଟନା: ଆମେରିକାରେ ଅଜଣା ଆତତାୟୀର ଆଖିବୁଜା ଗୁଳିମାଡ। ଭିଡ ଭିତରେ ହଠାତ୍‌ ସାଧାରଣ ଲୋକଙ୍କ ଉପରକୁ ଗୁଳିମାଡ କରନ୍ତି ଦୁର୍ବୃତ୍ତ। ଏମିତି କେତେ କ'ଣ ଘଟଣା ଘଟେ ଆମେରିକାରେ। କେତେବେଳେ ପ୍ରତିଶୋଧ ତ ଆଉ କେତେବେଳେ ମନସିକ ବିକାରଗ୍ରସ୍ତ ଏବଂ ଚାପ ଦୁଃଶ୍ଚିନ୍ତାରେ ଥିବା ବ୍ୟକ୍ତି ଏଭଳି ନାରକୀୟ କାଣ୍ଡ ଘଟାଇବା ଖବର ଶୁଣିବାକୁ ମିଳେ। ଆମେରିକାର ଏହି ଟ୍ରେଣ୍ଡ ଏବେ ଦେଖିବାକୁ ମିଳିଛି ବିହାରର ବେଗୁସରାଇରେ।

ବିହାରର ବେଗୁସରାଇରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ମାଡ ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ତେବେ କାହିଁକି ଓ କେଉଁ କାରଣରୁ ଏହି ଗୁଳିମାଡ ହୋଇଥିବା ଜଣାପଡିନଥିବା ବେଳେ ୬ ଜିଲ୍ଲାର ସୀମା ସିଲ କରି ଏହି ଦୁର୍ବୃତ୍ତଙ୍କୁ ଖୋଜୁଛି ପୁଲିସ। ସେପଟେ ଏହି ଗୁଳିମାଡ ଘଟଣାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସ୍ଥାନୀୟ ପୁଲିସ୍ ଏସପିଙ୍କ କହିବା ଅନୁସାରେ, ଦୁଇ ଦୁର୍ବୃତ୍ତ ଜାତୀୟ ରାଜପଥ ୩୧ ଓ ୨୮ର ପ୍ରାୟ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ତେଘରା ଉପଖଣ୍ଡର ୨୮ ନମ୍ବର ଜାତୀୟ ରାଜପଥର ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ କରି ଏଭଳି ପ୍ରାୟ ୪ଟି ଘଟଣା ଘଟାଇଛନ୍ତି। ୨୮ ନମ୍ବର ଜାତୀୟ ରାଜପଥରେ ଚନ୍ଦନ କୁମାର ନାମକ ଜଣେ ଯୁବକଙ୍କ ଏହି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଆହତଙ୍କୁ ବିହାରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ନୀତୀଶ ସରକାର ୭ ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି।

ଏହି ଗୁଳିକାଣ୍ଡ ଘଟଣା ପରେ ନୀତୀଶ ସରକାରଙ୍କୁ ଘେରିଛି ବିଜେପି। ବିହାରକୁ ଜଙ୍ଗଲରାଜ ଫେରିଥିବା କହି ବିଜେପି ଟାର୍ଗେଟ୍‌ କରିଛି। ବିଜେପି ରାଜ୍ୟସଭା ସାଂସଦ ଓ ବରିଷ୍ଠ ନେତା ସୁଶୀଲ ମୋଦି କହିଛନ୍ତି, ବିହାର ଇତିହାସରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଟ୍ୱିଟ୍ କରି ଲେଖିଛନ୍ତି, ବିଚ୍ ରାସ୍ତାରେ ୧୦ ଜଣଙ୍କ ଉପରକୁ ଗୁଳିମାଡ଼ କରାଯାଉଛି। ଏହା ଦର୍ଶାଉଛି ଯେ ରାଜ୍ୟର ଆଇନ ବ୍ୟବସ୍ଥା କିପରି ଚାଲିଛି। ସେହିପରି ବିଜେପିର ଅନ୍ୟ ନେତାମାନେ ମଧ୍ୟ ଏହି ଘଟଣାକୁ ନେଇ ନୀତୀଶ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

Related story