ବିଜେପି କାଉନସିଲରଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ବିଜେପି ନେତା ତଥା ମ୍ୟୁନିସିପାଲ୍‌ କାଉନ୍‌ସିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି। ମୃତ କାଉନସିଲରଙ୍କ ନାଁ ରାକେଶ ପଣ୍ଡିତ। ସେ ପୁଲୱାମାର ତ୍ରାଲ ଅଞ୍ଚଳରେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ଥିବା ବେଳେ ତିନି ଜଣ ଆତଙ୍କବାଦୀ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଅସିଫା ମୁସ୍ତାକ ନାମ୍ନୀ […]

Rakesh Pandit

Jitendra Garnayak
  • Published: Thursday, 03 June 2021
  • , Updated: 03 June 2021, 11:55 AM IST

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ବିଜେପି ନେତା ତଥା ମ୍ୟୁନିସିପାଲ୍‌ କାଉନ୍‌ସିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି।

ମୃତ କାଉନସିଲରଙ୍କ ନାଁ ରାକେଶ ପଣ୍ଡିତ। ସେ ପୁଲୱାମାର ତ୍ରାଲ ଅଞ୍ଚଳରେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ଥିବା ବେଳେ ତିନି ଜଣ ଆତଙ୍କବାଦୀ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଗୁଳିମାଡ଼ରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଅସିଫା ମୁସ୍ତାକ ନାମ୍ନୀ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କୁ ଶ୍ରୀନଗରର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାକେଶ ପଣ୍ଡିତଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ସେ ଶ୍ରୀନଗରରେ ଏକ ହୋଟେଲରେ ରହୁଥିଲେ। କିନ୍ତୁ ସେ ସୁରକ୍ଷା କର୍ମଚାରୀଙ୍କୁ ନନେଇ ତ୍ରାଲ ଯିବା ପାଇଁ ଚାହିଁଥିଲେ।

ଏହି ଘଟଣାରେ ଜମ୍ମୁ ଓ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ କେବେ ବି ସଫଳ ହେବେ ନାହିଁ ବୋଲି ଶ୍ରୀ ସିହ୍ନା କହିଛନ୍ତି।

ରାକେଶଙ୍କ ମୃତ୍ୟୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

Related story