ସୋନାଲି ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ!

ପାଣାଜୀ: ବିଜେପି ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର୍‌ ସୋନାଲି ଫୋଗଟ ମୃତ୍ୟୁ ମାମଲରେ ଲଗାତର ତଦନ୍ତ ଜାରି ରହିଛି। ଆଜି ଗୋଆ ପୁଲିସ ୩ ଅଭିଯୁକ୍ତଙ୍କୁ ମାପୁସା କୋର୍ଟର ହାଜର କରିଥିଲା। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଛି। କୋର୍ଟରେ ହାଜର ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ କୁର୍ଲି କ୍ଲବ ମାଲିକ ଏଡୱିନ୍ ନ୍ୟୁନ୍ସ, ଡ୍ରଗ୍ସ ପେଡଲର ଦତ୍ତାପ୍ରସାଦ ଗାଁବଙ୍କର ଏବଂ ରାମା ମାଣ୍ଡ୍ରେକର ଅଛନ୍ତି। ଏହାପୂର୍ବରୁ କୋର୍ଟ ସୋନାଲି ଫୋଗଟଙ୍କ ପିଏ ସୁଧୀର ସାଙ୍ଗୱାନ […]

Sonali Fogat-1

Madhupriya Mistry
  • Published: Sunday, 28 August 2022
  • , Updated: 28 August 2022, 02:00 PM IST

ପାଣାଜୀ: ବିଜେପି ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର୍‌ ସୋନାଲି ଫୋଗଟ ମୃତ୍ୟୁ ମାମଲରେ ଲଗାତର ତଦନ୍ତ ଜାରି ରହିଛି। ଆଜି ଗୋଆ ପୁଲିସ ୩ ଅଭିଯୁକ୍ତଙ୍କୁ ମାପୁସା କୋର୍ଟର ହାଜର କରିଥିଲା। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଛି। କୋର୍ଟରେ ହାଜର ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ କୁର୍ଲି କ୍ଲବ ମାଲିକ ଏଡୱିନ୍ ନ୍ୟୁନ୍ସ, ଡ୍ରଗ୍ସ ପେଡଲର ଦତ୍ତାପ୍ରସାଦ ଗାଁବଙ୍କର ଏବଂ ରାମା ମାଣ୍ଡ୍ରେକର ଅଛନ୍ତି। ଏହାପୂର୍ବରୁ କୋର୍ଟ ସୋନାଲି ଫୋଗଟଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ସିଂହଙ୍କୁ ୧୦ ଦିନିଆ ପୁଲିସ ହେପାଜତକୁ ପଠାଇଥିଲେ।

ଏହାରି ଭିତରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ମାମଲାକୁ ନେଇ ବଡ ବୟାନ ଦେଇଛନ୍ତି। ଯଦି ଆବଶ୍ୟକ ପଡେ ତେବେ ସୋନାଲି ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ସରକାରଙ୍କର କୌଣସି ଆପତ୍ତି ନାହିଁ। ସେପଟେ ସିବିଆଇକୁ ମାମଲା ହସ୍ତାନ୍ତର ହେବାର ଖବର ମଧ୍ୟରେ ସୋନାଲିଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ହିସାରର ରିଙ୍କୁ ଢ଼ାକା କହିଛନ୍ତି ଯେ 'ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିବାରୁ ଆମେ ଖୁସି। ବର୍ତ୍ତମାନ ଆମେ ନ୍ୟାୟ ପାଇବୁ।'

https://twitter.com/ANI/status/1563762095975387138?s=20&t=4OYhp_nutMbS7uHLYEx0hA

ଶନିବାର ବିଜେପି ନେତ୍ରୀ ସୋନାଲିଙ୍କ ପରିବାର ଲୋକେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଥିଲେ। ସୋନାଲିଙ୍କ ମୃତ୍ୟୁ ମାମଲାର ତଦନ୍ତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ତଥା ସିବିଆଇ କରୁ ବୋଲି ସେମାନେ ଦାବି କରିଥିଲେ। ଏ ସମ୍ପର୍କରେ ସିଏମ ଖଟ୍ଟରଙ୍କ ତରଫରୁ ପରିବାରକୁ ଆଶ୍ୱାସନା ମଧ୍ୟ ଦିଆଯାଇଥିଲା। କୁହାଯାଇଥିଲା ଯେ ହରିୟାଣା ସରକାର ଗୋଆ ସରକାରଙ୍କୁ ଚିଠି ଲେଖିବେ।

ଉଲ୍ଲେଖଯୋଗ୍ୟ, ୪୨ ବର୍ଷିୟ ଟିକ୍‌ଟକ୍‌ ଷ୍ଟାର ସୋନାଲିଙ୍କ ପ୍ରଥମେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିଲା। କିନ୍ତୁ  ପରେ ତାଙ୍କୁ ହତ୍ୟା ଓ ତା' ପରେ ଡ୍ରଗ୍ସ ଦିଆଯାଇଥିବା କଥା ସାମ୍ନାକୁ ଆସିଛି। ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ଦେହରେ କ୍ଷତ ଚିହ୍ନ ଥିବା ଜଣାପଡିଥିଲା।  ଏହି ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ଗିରଫ କରିସାରିଲାଣି। ୨୦ରୁ ୨୫ ଜଣଙ୍କ ବୟାନ ମଧ୍ୟ ରେକର୍ଡ କରିସାରିଲାଣି ଗୋଆ ପୁଲିସ।

Related story