ମମତା ହଟାଅ ଅଭିଯାନ, ଅମିତାଭ ବଚ୍ଚନଙ୍କ ଶାଶୁଙ୍କୁ ଭେଟିଲେ ବିଜେପି ମନ୍ତ୍ରୀ

ଭୋପାଳ: ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍‌କେଡ୍‌ ଉପରକୁ ଆକ୍ରମଣ ହୋଇଥିଲା। ଏହା ପରେ ଶୁକ୍ରବାର ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ ଯେ ମମତା ବାନାର୍ଜୀଙ୍କୁ ଗାଦିରୁ ବିତାଡ଼ିତ କରିବା ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ଆହ୍ୱାନ କରିବାକୁ ଭୋପାଳ ସମେତ ତାଙ୍କ ରାଜ୍ୟର ବିଭିନ୍ନ ଭାଗରେ ରହୁଥିବା ବଙ୍ଗାଳୀମାନଙ୍କୁ ଅନୁରୋଧ କରାଯିବ। ସେ ଏହି କଥା ଖୁବ୍ ଗୁରୁତ୍ୱର ସହିତ କହିଛନ୍ତି ବୋଲି ପ୍ରମାଣ କରିବା ପାଇଁ […]

bjp

Jitendra Garnayak
  • Published: Saturday, 12 December 2020
  • , Updated: 12 December 2020, 02:41 PM IST

ଭୋପାଳ: ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍‌କେଡ୍‌ ଉପରକୁ ଆକ୍ରମଣ ହୋଇଥିଲା। ଏହା ପରେ ଶୁକ୍ରବାର ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ ଯେ ମମତା ବାନାର୍ଜୀଙ୍କୁ ଗାଦିରୁ ବିତାଡ଼ିତ କରିବା ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ଆହ୍ୱାନ କରିବାକୁ ଭୋପାଳ ସମେତ ତାଙ୍କ ରାଜ୍ୟର ବିଭିନ୍ନ ଭାଗରେ ରହୁଥିବା ବଙ୍ଗାଳୀମାନଙ୍କୁ ଅନୁରୋଧ କରାଯିବ। ସେ ଏହି କଥା ଖୁବ୍ ଗୁରୁତ୍ୱର ସହିତ କହିଛନ୍ତି ବୋଲି ପ୍ରମାଣ କରିବା ପାଇଁ ଭୋପାଳରେ ରହୁଥିବା ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଶାଶୁ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ ମା’ ଇନ୍ଦିରା ଭାଦୁରୀଙ୍କୁ ଭେଟିଥିଲେ।

ମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ, ପଶ୍ଚିମବଙ୍ଗ ଭଳି ଏକ ଉତ୍କୃଷ୍ଟ ରାଜ୍ୟକୁ ବିଶୃଙ୍ଖଳିତ ରାଜ୍ୟରେ ପରିଣତ କରି ଦେଇଛନ୍ତି ମମତା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍‌କେଡ୍ ଉପରକୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଓ ଏହା ପଶ୍ଚିମବଙ୍ଗର ଆଇଶୃଙ୍ଖଳା ସ୍ଥିତି କେତେ ତଳକୁ ଖସି ଯାଇଛି, ତାହା ସ୍ପଷ୍ଟ ପ୍ରମାଣିତ କରିଛି। ଭୋପାଳ ସମେତ ମଧ୍ୟ ପ୍ରଦେଶର ଅନେକ ଭାଗରେ ବହୁ ସଂଖ୍ୟକ ବଙ୍ଗାଳୀ ଲୋକ ବସବାସ କରୁଛନ୍ତି। ଅତୀତରେ ରିଫ୍ୟୁଜି ସମସ୍ୟା ବେଳେ ବହୁ ବଙ୍ଗାଳୀ ଲୋକଙ୍କୁ ଏଠାରେ ବସବାସ କରିବାକୁ ସମ୍ମତି ପ୍ରଦାନ କରାଯାଇଥିଲା। ସେହିଭଳି ଲକ୍‌ ଡାଉନ୍ ବେଳେ ବହୁ ସଂଖ୍ୟାରେ ପ୍ରବାସୀ ବଙ୍ଗାଳୀଙ୍କୁ ପଶ୍ଚିମବଙ୍ଗ ପଠାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ମୁଁ ମଧ୍ୟ ପ୍ରଦେଶରେ ରହୁଥିବା ସମସ୍ତ ବଙ୍ଗାଳୀ ଲୋକଙ୍କୁ ଅନୁରୋଧ କରୁଛି ଯେ ନିର୍ଦ୍ଦୟ ଓ ଦୁର୍ନୀତିରେ ବୁଡ଼ି ରହିଥିବା ମମତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେମାନଙ୍କ ରାଜ୍ୟବାସୀଙ୍କୁ ଆହ୍ୱାନ ଦିଅନ୍ତୁ।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବା ବେଳେ ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ସେଠାକାର ୪୮ଟି ବିଧାନସଭା ଆସନର ଦାୟିତ୍ୱ ଦିଆଯାଇଛି।

Related story