ବିଜେପି ବିଧାୟକଙ୍କୁ ବର୍ଷେ ଜେଲ

ମିଜୋରାମ: ମହଙ୍ଗା ପଡ଼ିଲା ଦୁର୍ନୀତି।  ବିଜେପି ବିଧାୟକଙ୍କୁ ବର୍ଷେ ଜେଲ। ଏକ ଘୋଟାଲା  ମାମଲାରେ ମିଜୋରାମର ବିଜେପି ବିଧାୟକ ବୁଦ୍ଧ ଧନ ଚକମା ଏବଂ ଅନ୍ୟ ୧୨ ନେତାଙ୍କୁ ବର୍ଷେ ଜେଲ ଦଣ୍ଡାଦେଣ ହୋଇଛି। ବୁଦ୍ଧ ଧନ ଚକମା ହେଉଛନ୍ତି ମିଜୋରାମର ଜଣେ ମାତ୍ର ବିଜେପି ବିଧାୟକ।  ସୋମବାର ସ୍ୱତନ୍ତ୍ର ଅଦାଲତ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୩ରୁ ୨୦୧୮ ମଧ୍ୟରେ ଚକମା ସ୍ୱୟଂଶାସିତ ଜିଲ୍ଲା ପରିଷଦ (ସିଏଡିସି)ର ୧.୩୭ କୋଟି ଟଙ୍କା ହେରଫେର କରିଥିବା […]

bjp

  • Published: Wednesday, 27 July 2022
  • , Updated: 27 July 2022, 09:16 AM IST

ମିଜୋରାମ: ମହଙ୍ଗା ପଡ଼ିଲା ଦୁର୍ନୀତି।  ବିଜେପି ବିଧାୟକଙ୍କୁ ବର୍ଷେ ଜେଲ। ଏକ ଘୋଟାଲା  ମାମଲାରେ ମିଜୋରାମର ବିଜେପି ବିଧାୟକ ବୁଦ୍ଧ ଧନ ଚକମା ଏବଂ ଅନ୍ୟ ୧୨ ନେତାଙ୍କୁ ବର୍ଷେ ଜେଲ ଦଣ୍ଡାଦେଣ ହୋଇଛି। ବୁଦ୍ଧ ଧନ ଚକମା ହେଉଛନ୍ତି ମିଜୋରାମର ଜଣେ ମାତ୍ର ବିଜେପି ବିଧାୟକ।  ସୋମବାର ସ୍ୱତନ୍ତ୍ର ଅଦାଲତ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୩ରୁ ୨୦୧୮ ମଧ୍ୟରେ ଚକମା ସ୍ୱୟଂଶାସିତ ଜିଲ୍ଲା ପରିଷଦ (ସିଏଡିସି)ର ୧.୩୭ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ୧୩ ଜଣଙ୍କୁ ଏକ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି କୋର୍ଟ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୩୦ ଦିନ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। କୋର୍ଟଙ୍କ ଏହି ରାୟ ବିରୋଧରେ ସେମାନେ ଉଚ୍ଚ ହାଇକୋର୍ଟରେ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Related story