ନିର୍ବାଚନର ଠିକ୍‌ ପୂର୍ବରୁ ଉପ ସଭାପତିଙ୍କ ସମେତ ୫ ବିଦ୍ରୋହୀଙ୍କୁ ନିଲମ୍ବିତ କଲା ବିଜେପି

ଶିମଲା: ବିଧାନସଭା ନିର୍ବାଚନ ପୂର୍ବରୁ ହିମାଚଳ ପ୍ରଦେଶ ବିଜେପିରେ କମ୍ପନ ଦେଖିବାକୁ ମିଳିଛି। ଆଜି ବିଜେପି ଦଳର ୫ ଜଣ ନେତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛି। ଏହି ୫ ନେତାଙ୍କ ମଧ୍ୟରେ ରାଜ୍ୟ ବିଜେପିର ଉପ ସଭାପତି ମଧ୍ୟ ରହିଛନ୍ତି। ନିଲମ୍ବିତ ହୋଇଥିବା ନେତାମାନେ ଦଳୀୟ ଟିକେଟରେ ନିର୍ବାଚନ ଲଢ଼ିବାକୁ ଗୋଡ଼ ଟେକି ବସିଥିଲେ। ହେଲେ ଦଳ ସେମାନଙ୍କୁ ଟିକେଟ ଦେଇ ନଥିଲା। ଫଳରେ ସମସ୍ତେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। […]

BJP

  • Published: Monday, 31 October 2022
  • , Updated: 31 October 2022, 10:16 PM IST

ଶିମଲା: ବିଧାନସଭା ନିର୍ବାଚନ ପୂର୍ବରୁ ହିମାଚଳ ପ୍ରଦେଶ ବିଜେପିରେ କମ୍ପନ ଦେଖିବାକୁ ମିଳିଛି। ଆଜି ବିଜେପି ଦଳର ୫ ଜଣ ନେତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛି। ଏହି ୫ ନେତାଙ୍କ ମଧ୍ୟରେ ରାଜ୍ୟ ବିଜେପିର ଉପ ସଭାପତି ମଧ୍ୟ ରହିଛନ୍ତି।

ନିଲମ୍ବିତ ହୋଇଥିବା ନେତାମାନେ ଦଳୀୟ ଟିକେଟରେ ନିର୍ବାଚନ ଲଢ଼ିବାକୁ ଗୋଡ଼ ଟେକି ବସିଥିଲେ। ହେଲେ ଦଳ ସେମାନଙ୍କୁ ଟିକେଟ ଦେଇ ନଥିଲା। ଫଳରେ ସମସ୍ତେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଏହା ଦଳ ବିରୋଧୀ କାମ ହୋଇଥିବାରୁ ବିଜେପି ଆଜି ୫ ଜଣଙ୍କୁ ନିଲମ୍ବିତ କରିଛି।

ନିଲମ୍ବିତ ହୋଇଥିବା ନେତାମାନେ ହେଲେ ପୂର୍ବତନ ବିଧାୟକ ତେଜୱନ୍ତ ସିଂହ ନେଗୀ, କିଶୋର ଲାଲ, ମନୋହର ଧିମାନ, କେଏଲ ଠାକୁର ଓ ହିମାଚଳ ପ୍ରଦେଶ ବିଜେପିର ଉପ ସଭାପତି କ୍ରିପାଲ ପାରମର।

୪ ପୂର୍ବତନ ବିଧାୟକ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ପାରମର ଫତେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି।

ବିଜେପିର ରାଜ୍ୟସଭାପତି ସୁରେଶ କଶ୍ୟପ ଏମାନଙ୍କୁ ୬ ବର୍ଷ ପାଇଁ ଦଳର ନିଲମ୍ବିତ କରିଥିବା ଗୋଟିଏ ବିବୃତିରେ କୁହାଯାଇଛି। ବର୍ତ୍ତମାନ ହିମାଚଳ ପ୍ରଦେଶରେ ବିଜେପି ସରକାର ରହିଛି। ହେଲେ ଦଳୀୟ ନେତାଙ୍କ ଏପରି ବିଦ୍ରୋହ ବିଜେପିର ଚିନ୍ତା ବଢ଼ାଇଛି। ଆସନ୍ତା ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଭୋଟ ପଡ଼ିବ।

Related story