ଭିଡିଓ ଭାଇରାଲ ପରେ କଂଗ୍ରେସକୁ ‘ପଟେଲ ବାଣ’ ମାରିଲା ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମଧ୍ୟରେ ଚାଲିଥିବା ଗୋଟିଏ ତଥାକଥିତ କଥୋପକଥନର ଭିଡିଓ ଏବେ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ବିଜେପିର ଜଣେ ନେତା ଉକ୍ତ କଥାବାର୍ତ୍ତାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଏହା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି। ଏହାକୁ ଆଧାର କରି କଂଗ୍ରେସକୁ ବିଜେପି ଟାର୍ଗେଟ କରିଛି। ଏଥିସହ ନେହରୁ ବଂଶଧର ଲୌହ ମାନବ ସର୍ଦ୍ଦାର ପଟେଲଙ୍କୁ କେମିତି ଘୃଣା […]

Congress

Hemant Lenka
  • Published: Wednesday, 24 November 2021
  • , Updated: 24 November 2021, 09:04 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମଧ୍ୟରେ ଚାଲିଥିବା ଗୋଟିଏ ତଥାକଥିତ କଥୋପକଥନର ଭିଡିଓ ଏବେ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ବିଜେପିର ଜଣେ ନେତା ଉକ୍ତ କଥାବାର୍ତ୍ତାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଏହା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି।

ଏହାକୁ ଆଧାର କରି କଂଗ୍ରେସକୁ ବିଜେପି ଟାର୍ଗେଟ କରିଛି। ଏଥିସହ ନେହରୁ ବଂଶଧର ଲୌହ ମାନବ ସର୍ଦ୍ଦାର ପଟେଲଙ୍କୁ କେମିତି ଘୃଣା କରନ୍ତି, ତା’ର ପ୍ରମାଣ ଉକ୍ତ ଭିଡିଓରୁ ସ୍ପଷ୍ଟ ହୋଇଥିବା ବିଜେପି କହିଛି।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ କର୍ଣ୍ଣାଟକା କଂଗ୍ରେସ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା ସହ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଡିକେ ଶିବକୁମାର ଓ ସିଦ୍ଧରମୈୟା ପରସ୍ପର ସହ କଥାବାର୍ତ୍ତା କରିଥିଲେ। ଏହାପରେ ପୂର୍ବରୁ ଷ୍ଟେଜରେ କେବଳ ଇନ୍ଦିରା ଗାନ୍ଧିଙ୍କ ଫଟୋ ଥିବା ବେଳେ ହଠାତ୍‌ ସର୍ଦ୍ଦାର ପଟେଲଙ୍କ ଫଟୋ ମଧ୍ୟ ସେଠାକୁ ଅଣା ଯାଇଥିଲା।

ଭାଇରାଲ ହେଉଥିବା ଭିଡିଓରେ ସିଦ୍ଧରମୈୟା ପ୍ରଥମେ ଶିବକୁମାରଙ୍କୁ ସର୍ଦ୍ଦାର ପଟେଲଙ୍କ ଫଟୋ ଏଠାରେ ଲଗାଇବା ଜରୁରୀ ବୋଲି କହିଥିଲେ। ତେବେ ଶିବକୁମାର ଏହାର ଜବାବରେ କହିଥିଲେ “ଆମେ କେବେ ହେଲେ ଏହି ଦିନ(ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକ) ସର୍ଦ୍ଦାର ପଟେଲଙ୍କ ଫଟୋ ବ୍ୟବହାର କରି ନଥାଉ।” ତେବେ ସିଦ୍ଧରମୈୟା ଏହାପରେ କହିଥିଲେ, “ଯଦି ବ୍ୟାକଗ୍ରାଉଣ୍ଡରେ ପଟେଲଙ୍କ ଫଟୋ ନ ରହିବ, ତା’ହେଲେ ଏହାକୁ ଆଧାର କରି ବିଜେପି ଆମକୁ ସମାଲୋଚନା କରିପାରେ।“

ଏହା ଶୁଣି ଶିବ କୁମାର କିଛି ସମୟ ଚୁପ ରହିଥିଲେ। ଶେଷରେ ସେ ଷ୍ଟେଜ ଉପରେ ଥିବା କଂଗ୍ରେସ ପଦାଧିକାରୀଙ୍କୁ ତୁରନ୍ତ ପଟେଲଙ୍କ ଫଟୋ ଆଣିବାକୁ କହିଥିଲେ। ତାଙ୍କ କଥାରେ ପଟେଲଙ୍କ ଫଟୋ ଆସିଥିଲା ଓ ଇନ୍ଦାରଙ୍କ ଛବି ପାର୍ଶ୍ୱରେ ଏହାକୁ ରଖାଯାଇଥିଲା।


ଏହି ଭାଇରାଲ ଭିଡିଓକୁ ଆଧାର କରି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କହିଛନ୍ତି, “ଯଦି କେହି ନେହରୁ ବଂଶଧରମାନେ ସର୍ଦ୍ଦାର ପଟେଲଙ୍କୁ କେତେ ଘୃଣା କରନ୍ତି ବୋଲି ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ଏହି ଭିଡିଓକୁ ଥରେ ଦେଖନ୍ତୁ। ବିଜେପି ଭୟରେ କଂଗ୍ରେସ ନେତା ସିଦ୍ଧରମୈୟା ଓ ଡିକେ ଶିବ କୁମାର ସେଦିନ ଇନ୍ଧାର ଗାନ୍ଧିଙ୍କ ଫଟୋ ପାଖରେ ସର୍ଦ୍ଦାର ପଟେଲଙ୍କ ଫଟୋକୁ ସ୍ଥାନ ଦେଇଥିଲେ। ଜଣେ ଇଟାଲୀୟଙ୍କୁ ତାଙ୍କ କ୍ରୀତଦାସମାନେ ଏତେ ମାତ୍ରାରେ ଭୟ କରିବା ଲଜ୍ଜାଜନକ ବିଷୟ।”

ଭାଇରାଲ ପରେ ସିଦ୍ଧରମୈୟା କହିଛନ୍ତି, “ଆମେ ବିଜେପିକୁ କେବେ ହେଲେ ଡରୁନାହୁଁ। ମୁଁ କେବଳ ଶିବକୁମାରଙ୍କୁ ସେଦିନ ପଟେଲଙ୍କ ଜନ୍ମଦିନ ବୋଲି ଜଣାଇବା ସହ ତାଙ୍କ ଫଟୋ ରଖିବାକୁ କହିଥିଲି। ଶିବ କୁମାର ମଧ୍ୟ ତୁରନ୍ତ ଏହାର ବ୍ୟବସ୍ଥା କରିଥିଲେ।”

Related story