ଟ୍ରଙ୍କ୍ ଭିତରୁ ଜବତ ହେଲା ନିଖୋଜ ନାବାଳିକାର ମୃତ ଦେହ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ସ୍ପର୍ଷକାତର ଘଟଣା ଘଟିଛି। ଦୁଇଦିନ ପୂର୍ବେ ନିଖୋଜ ଥିବା ଜଣେ ନାବାଳିକାର ମୃତ ଦେହକୁ ଏକ ଟ୍ରଙ୍କ ଭିତରୁ ଉଦ୍ଧାର କରାଯାଇଛି। ପଶ୍ଚିମ ଉତ୍ତରପ୍ରଦେଶର ହାପୁର ସହରର ଏହି ଘଟଣା ଘଟିଛି। ସମ୍ପୃକ୍ତ ନାବାଳିକାର ମୃତ ଦେହକୁ ପଡ଼ୋଶୀଙ୍କ ଘରୁ ଏକ ଟ୍ରଙ୍କରୁ ଜବତ କରାଯାଇଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ହାପୁର ପୋଲିସ ଏସପି ସରଭେଶ କୁମାର ଗଣମାଧ୍ୟମକୁ କହିଛନ୍ତି। ଏହା ଏକ ଦୁଷ୍କର୍ମଜିତ ମାମଲା କି ପଚରାଯିବାରୁ ଶବ ବ୍ୟବଚ୍ଛେଦ […]

ynm

Tapas Behera
  • Published: Saturday, 04 December 2021
  • , Updated: 04 December 2021, 04:38 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ସ୍ପର୍ଷକାତର ଘଟଣା ଘଟିଛି। ଦୁଇଦିନ ପୂର୍ବେ ନିଖୋଜ ଥିବା ଜଣେ ନାବାଳିକାର ମୃତ ଦେହକୁ ଏକ ଟ୍ରଙ୍କ ଭିତରୁ ଉଦ୍ଧାର କରାଯାଇଛି। ପଶ୍ଚିମ ଉତ୍ତରପ୍ରଦେଶର ହାପୁର ସହରର ଏହି ଘଟଣା ଘଟିଛି। ସମ୍ପୃକ୍ତ ନାବାଳିକାର ମୃତ ଦେହକୁ ପଡ଼ୋଶୀଙ୍କ ଘରୁ ଏକ ଟ୍ରଙ୍କରୁ ଜବତ କରାଯାଇଛି।

ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ହାପୁର ପୋଲିସ ଏସପି ସରଭେଶ କୁମାର ଗଣମାଧ୍ୟମକୁ କହିଛନ୍ତି। ଏହା ଏକ ଦୁଷ୍କର୍ମଜିତ ମାମଲା କି ପଚରାଯିବାରୁ ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ପୁଲିସ କହିଛି ଯେ, ଗତକାଲି ନାବାଳିକାର ନିଖୋଜ ନେଇ ଆମେ ଖବର ପାଇଥିଲୁ। ତେବେ ଆଜି ନାବାଳିକାର ପଡ଼ୋଶୀ ଘରୁ କିଛି ଦୁର୍ଗନ୍ଧ ଆସୁଥିବା ଆମେ ଖବର ପାଇଥିଲୁ ।

ସେଠାକୁ ଏକ ଟିମ୍‌  ପଠାଯାଇଥିଲା କିନ୍ତୁ ସାମ୍ନା କବାଟ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ଆମେ ତାଲା ଭାଙ୍ଗି ଫିଲ୍ଡ ୟୁନିଟ୍ ସହିତ ବିଲଡିଂ ଭିତରକୁ ପ୍ରବେଶ କରିଥିଲୁ ପରେ ଅନୁସନ୍ଧାନ ବେଳେ ଆମେ ଏକ ଟ୍ରଙ୍କ ଭିତରୁ ଏକ ନାବାଳିକାର ଶବକୁ ପାଇଥିଲୁ। ଝିଅର ବାପା କହିଛନ୍ତି ଯେ, ଶେଷଥର ପାଇଁ ଗୁରୁବାର ସନ୍ଧ୍ୟାରେ ଝିଅ ମୋଠାରୁ ୫ ଟଙ୍କା ନେଇ ଯାଇଥିଲା। କ’ଣ ଆଣିବ ବୋଲି କହି ଯାଇଥିଲା। ହେଲେ ଆଉ ଫେରି ନଥିଲା । ଆମେ ରାତିସାରା ଖୋଜିଥିଲୁ । ହେଲେ ମିଳି ନଥିଲା ବୋଲି କହିଛନ୍ତି । ତେବେ ତାଙ୍କ ପଡ଼ୋଶୀ ତାଙ୍କ ଝିଅକୁ ହତ୍ୟା କରଥିବା ସେ ଅଭିଯୋଗ କରିଛନ୍ତି।

Related story