ବରଣମାଳା ଅଦଳବଦଳ ବେଳେ ରାଗିଗଲେ କନ୍ୟା, ଭାଙ୍ଗିଦେଲେ ବାହାଘର

ଲକ୍ଷ୍ନୌ: ପୁଣିଥରେ ଶେଷ ମୁହୂର୍ତ୍ତରେ ଛୋଟିଆ କାରଣ ପାଇଁ ବାହାଘର ଭାଙ୍ଗିବା ଭଳି ଘଟଣା ଘଟିଛି। ବରଣମାଳା ଅଦଳବଦଳ ବେଳେ କନ୍ୟା ରାଗି ଯିବାରୁ ବାହାଘରକୁ ଭାଙ୍ଗି ଦେଇଛନ୍ତି। ଶେଷରେ ବାହା ହେବାକୁ ଯଇଥିବା ଯୁବକ ଜଣଙ୍କ ଶିଶୁପାଳ ହୋଇ ଘରକୁ ଫେରିଛନ୍ତି। ଉତ୍ତର ପ୍ରଦେଶର ଅଉରିୟା ଜିଲ୍ଲାରେ ଏପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ବରଣମାଳା ଅଦଳବଦଳ ବେଳେ ବର ଜଣଙ୍କ ମଜାରେ ଫୁଲମାଳକୁ ଫୋପାଡ଼ି ଦେଇଥିଲେ। ବାସ୍‌ ଏହି ଛୋଟିଆ କଥାରେ କନ୍ୟା […]

Groom

Hemant Lenka
  • Published: Friday, 28 January 2022
  • , Updated: 28 January 2022, 05:09 PM IST

ଲକ୍ଷ୍ନୌ: ପୁଣିଥରେ ଶେଷ ମୁହୂର୍ତ୍ତରେ ଛୋଟିଆ କାରଣ ପାଇଁ ବାହାଘର ଭାଙ୍ଗିବା ଭଳି ଘଟଣା ଘଟିଛି। ବରଣମାଳା ଅଦଳବଦଳ ବେଳେ କନ୍ୟା ରାଗି ଯିବାରୁ ବାହାଘରକୁ ଭାଙ୍ଗି ଦେଇଛନ୍ତି। ଶେଷରେ ବାହା ହେବାକୁ ଯଇଥିବା ଯୁବକ ଜଣଙ୍କ ଶିଶୁପାଳ ହୋଇ ଘରକୁ ଫେରିଛନ୍ତି। ଉତ୍ତର ପ୍ରଦେଶର ଅଉରିୟା ଜିଲ୍ଲାରେ ଏପରି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବରଣମାଳା ଅଦଳବଦଳ ବେଳେ ବର ଜଣଙ୍କ ମଜାରେ ଫୁଲମାଳକୁ ଫୋପାଡ଼ି ଦେଇଥିଲେ। ବାସ୍‌ ଏହି ଛୋଟିଆ କଥାରେ କନ୍ୟା ଜଣଙ୍କ ରାଗି ଯାଇ ବାହା ହେବାକୁ ରୋକଠୋକ ମନା କରିଦେଇଛନ୍ତି। ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଉପସ୍ଥିତ ଅତିଥିମାନେ ମଧ୍ୟ କନ୍ୟାକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ କନ୍ୟା ଜଣଙ୍କ ନିଜ ଜିଦ୍‌ରେ ଅଟଳ ରହିବାରୁ ବାହାଘର ସମ୍ଭବ ହୋଇପାରିନି। ଜିଲ୍ଲାର ବିଧୁନା କୋଟୱାଲି ଅନ୍ତର୍ଗତ ନବୀନ ବସ୍ତିରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସେଠାରେ ଉପସ୍ଥିତ ଥିବା ଜଣେ ଅତିଥି କହିଛନ୍ତି, ବର ପକ୍ଷ ଲୋକ ଖାଇବାକୁ ଯାଇଥିବା ବେଳେ ବରଣମାଳା ଅଦଳବଦଳ କାର୍ଯ୍ୟକ୍ରମ ହୋଇଥିଲା। ଏହି ସମୟର ବର ଜଣଙ୍କ ମଜାରେ ଫୁଲମାଳକୁ ସାଇଡ୍‌ରେ ରଖି ଦେଇଥିଲେ। ଏକଥାକୁ କନ୍ୟା ସହଜରେ ଗ୍ରହଣ କରି ପାରି ନଥିଲେ।

ସେ ତୁରନ୍ତ ଫୁଲମାଳକୁ ଫୋପାଡ଼ି ବାହାଘର ହୋଇପାରିବ ନାହିଁ ବୋଲି କହିଥିଲେ। ତାଙ୍କୁ ସମସ୍ତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହାକଥା ଶୁଣି ନଥିଲେ ବୋଲି ଅତିଥି ଜଣଙ୍କ କହିଛନ୍ତି। ବାହାଘର ହୋଇ ନ ପାରିବାରୁ ବର ଓ କନ୍ୟା ଘର ଲୋକ ମଣ୍ଡପ ଛାଡ଼ି ନିଜ ନିଜ ଘରକୁ ଚାଲି ଯାଇଥିଲେ।

ସୂଚନାଯୋଗ୍ୟ, ଏହାପୂର୍ବରୁ ତାମିଲନାଡୁରେ ମଧ୍ୟ ଏପରି ଏକ ଘଟଣା ଘଟିଥିଲା। ବାହାଘର ପୂର୍ବଦିନ ଆୟୋଜିତ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବାରୁ ସର୍ବସମ୍ମୁଖରେ କନ୍ୟାକୁ ଚାପୁଡ଼ା ମାରିଥିଲେ ବର। ଏଥିରେ ରାଗି ଯାଇ କନ୍ୟା ଜଣଙ୍କ ବାହାଘରକୁ ବାତିଲ କରିଦେଇଥିଲେ। ଖାଲି ସେତିକି ନୁହେଁ, ସେ ନିଜର ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ବାହା ହୋଇଯାଇଥିଲେ।

Related story