ଅଫିସର୍‌ମାନେ କେବଳ 'ୟେସ୍‌ ସାର୍‌' କହିବେ: ନୀତିନ ଗଡକରୀ

ନୂଆଦିଲ୍ଲୀ: ‘ଆମ ମର୍ଜିରେ ଚାଲିବ ସରକାର। ଆମେ ଯାହା କହିବୁ ତାହା ହେବ। ଅଫିସର କେବଳ କହିବେ ‘ୟେସ୍‌ ସାର୍‌’।’ ଏଭଳି କିଛି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକାରୀ। ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକାରୀ ସର୍ବଦା ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ନିଜ ସରକାରଙ୍କ ବିରୋଧରେ କୁହନ୍ତି ଆଉ କେତେବେଳେ ନିଜ ସ୍ପଷ୍ଟ ବୟାନକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଏବେ […]

Nitin Gadkari

Madhupriya Mistry
  • Published: Wednesday, 10 August 2022
  • , Updated: 10 August 2022, 12:54 PM IST

ନୂଆଦିଲ୍ଲୀ: 'ଆମ ମର୍ଜିରେ ଚାଲିବ ସରକାର। ଆମେ ଯାହା କହିବୁ ତାହା ହେବ। ଅଫିସର କେବଳ କହିବେ 'ୟେସ୍‌ ସାର୍‌'।' ଏଭଳି କିଛି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକାରୀ। ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକାରୀ ସର୍ବଦା ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ନିଜ ସରକାରଙ୍କ ବିରୋଧରେ କୁହନ୍ତି ଆଉ କେତେବେଳେ ନିଜ ସ୍ପଷ୍ଟ ବୟାନକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଏବେ ଏଭଳି ହିଁ ଏକ ବିବାଦୀୟ ବୟାନ ଦେଇ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ।

'ମନ୍ତ୍ରୀମାନଙ୍କୁ ଆଇନ୍‌ ଭାଙ୍ଗିବା ଅଧିକାର ଅଛି। ସେମାନେ ଆଇନ ଭାଙ୍ଗିପାରିବେ। ଅଫିସର୍‌ମାନେ କେବଳ ହଁ ଆଜ୍ଞା ତଥା 'ୟେସ୍‌ ସାର୍‌' କହିବା ଉଚିତ। ଆମେ ଯାହା କହିବୁ ଅଫିସର୍‌ମାନେ ତାହା ଲାଗୁ କରାଇବେ। ସରକାର ଆମ ଇଚ୍ଛା ଅନୁସାରେ ଚାଲିବ।' ନାଗପୁର ଠାରେ ମାହାରାଷ୍ଟ୍ର ୟୁନିର୍ଭସିଟିର ହେଲ୍‌ଥ ସାଇନ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତିନ ଗଡକରୀ ଏଭଳି କିଛି ବୟାନ ଦେଇଛନ୍ତି।

https://twitter.com/ANI/status/1557159932574969856?s=20&t=pIUuhjAaxbX1UzyQ9-Mu6A

ଏଠାରେ ସେ ଅଭିଭାଷଣ ଦେଇ କହିଥିଲେ, 'ଆଇନ କେବେ ଗରିବଙ୍କ ପାଇଁ ହେଉଥିବା ଭଲ କାମରେ ବାଧକ ସାଜିବା ଉଚିତ ନୁହେଁ। ସରକାରଙ୍କର ଆଇନ ଭାଙ୍ଗିବା ବା ତାକୁ ସମାପ୍ତ କରିବାର କ୍ଷମତା ରହିଛି। ଏକଥା ସେ କହୁ ନାହାଁନ୍ତି ବରଂ ମହାତ୍ମା ଗାନ୍ଧୀ କହିଥିଲେ। ସେ ଗାନ୍ଧୀ କହିଥିବା କହି ଏକଥା ମଧ୍ୟ କହିଛନ୍ତି କି କର୍ମଚାରୀଙ୍କ କହିବା ମୁତାବକ ସରକାର ଚାଲିବା ଆବଶ୍ୟକ ନୁହେଁ। ଗାନ୍ଧୀଙ୍କ କହିବା ମୁତାବକ ଆଇନ ଯଦି ଗରିବ ଲୋକଙ୍କ ବିକାଶ ରାସ୍ତାରେ ବାଧା ସୃଷ୍ଟି କରେ ତେବେ ତାହାକୁ ଭାଙ୍ଗିବା ବେଆଇନ ନୁହେଁ।'

ସେ ଏକ ଉଦାହରଣ ଦେଇ କହିଥିଲେ, ଗାଡଚିରୋଲି ଏବଂ ମେଲଘାଟ ଗାଁରେ ରାସ୍ତା ନ ଥିବାରୁ ୧୯୯୫ରେ ହଜାର ହଜାର ଜନଜାତି ପିଲା ଅପପୁଷ୍ଟି ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ସେତେବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ମନୋହର ଯୋଶୀ। ରାସ୍ତା ନିର୍ମାଣକରିବା କଥା ଚିନ୍ତା କରିବା ବେଳେକୁ ଜଙ୍ଗଲ ଆଇନ ବାଧକ ସାଜିଥିଲା। ଏହି ସମୟରେ ଆଇନ ଭାଙ୍ଗି ରାସ୍ତା ନିର୍ମାଣ କରିବା ନା ଆଇନକୁ ମାନି ଅପପୁଷ୍ଟିର ଶିକାର ପିଲାଙ୍କ ହାତ ଛାଡିଦେବା। କେଉଁଟା ଉଚିତ ବୋଲି ସେ ସଭାରେ ପ୍ରଶ୍ନ କରିଥିଲେ।

ଏହାପୂର୍ବରୁ ମଙ୍ଗଳବାର ଦିନ ନୀତିନ ଗଡକରୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ୍ୟାବିନେଟ ବିସ୍ତାରକୁ ନେଇ ଶୁଭେଚ୍ଛା ଜଣାଇଥିଲେ। ସେ ଟ୍ୱିଟ୍‌ କରି ଲେଖିଥିଲେ, 'ମୁଁ ମହାରାଷ୍ଟ୍ରର ସମସ୍ତ ନୂଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ଅନୁଭବ ମହାରାଷ୍ଟ୍ରର ବିକାଶ ପାଇଁ ଲାଭଦାୟକ ପ୍ରମାଣିତ ହେବ ବୋଲି ମୋର ବିଶ୍ୱାସ।'

Related story