୭ ମେଗା ଟେକ୍ସଟାଇଲ ପାର୍କକୁ ମିଳିଲା ମଞ୍ଜୁରୀ, ନିଯୁକ୍ତି ପାଇବେ ୭ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ସ୍ଥାପନ ହେବ ମେଗା ଟେକ୍ସଟାଇଲ ପାର୍କ। ଆଉ ଏହା ଜରିଆରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ। ପିଏମ ମିତ୍ର ଯୋଜନାରେ ଦେଶରେ ୭ଟି ମେଗା ଟେକ୍ସଟାଇଲ ପାର୍କ ସ୍ଥାପନ ହେବ। ଏଥିପାଇଁ  ଆସନ୍ତା ୫ ବର୍ଷରେ ୪,୪୪୫ କୋଟି ଟଙ୍କା ବିନିଯୋଗ ହେବ।  ଏନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିବା କେନ୍ଦ୍ର ମନ୍ତ୍ରୀ ପୀୟୁସ ଗୋଏଲ କହିଛନ୍ତି। ୨୦୨୧-୨୨ ବଜେଟରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ ଏହାର କାର୍ଯ୍ୟକାରୀ ନେଇ କେନ୍ଦ୍ର […]

6hn

Tapas Behera
  • Published: Wednesday, 06 October 2021
  • , Updated: 06 October 2021, 07:29 PM IST

ନୂଆଦିଲ୍ଲୀ: ଦେଶରେ ସ୍ଥାପନ ହେବ ମେଗା ଟେକ୍ସଟାଇଲ ପାର୍କ। ଆଉ ଏହା ଜରିଆରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ। ପିଏମ ମିତ୍ର ଯୋଜନାରେ ଦେଶରେ ୭ଟି ମେଗା ଟେକ୍ସଟାଇଲ ପାର୍କ ସ୍ଥାପନ ହେବ। ଏଥିପାଇଁ  ଆସନ୍ତା ୫ ବର୍ଷରେ ୪,୪୪୫ କୋଟି ଟଙ୍କା ବିନିଯୋଗ ହେବ।  ଏନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିବା କେନ୍ଦ୍ର ମନ୍ତ୍ରୀ ପୀୟୁସ ଗୋଏଲ କହିଛନ୍ତି। ୨୦୨୧-୨୨ ବଜେଟରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ ଏହାର କାର୍ଯ୍ୟକାରୀ ନେଇ କେନ୍ଦ୍ର ସରକାର ଏବେ ପଦକ୍ଷେପ ନେଇଛନ୍ତି। ଏହି ଯୋଜନାରେ ୫ ବର୍ଷ ମଧ୍ୟରେ ମୋଟ ୪,୪୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପାର୍କ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ ସାଇଟରେ ସ୍ଥାପନ କରାଯିବ।

ଏଥିପାଇଁ ରାଜ୍ୟ ସରକାର ଇକୋସିଷ୍ଟମ ଉପଲବ୍ଧ ୧୦୦୦ରୁ ଅଧିକ ଏକର ଜମି ଯୋଗାଇ ଦେବେ। ଯେଉଁଠି ଟେକ୍ଟଟାଇଲ ସମ୍ବନ୍ଧୀୟ ସମସ୍ତ ସୁବଧା ଥିବ। ଏହି ଯୋଜନା ପାଇଁ କେନ୍ଦ୍ର ସରକାର  ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଏନେଇ ୧୦ଟି ରାଜ୍ୟ ଆଗ୍ରହ ଦେଖାଇ ସାରିଛନ୍ତି ବୋଲି କେନ୍ଦ୍ର ବୟନ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ତାମିଲନାଡୁ, ପଞ୍ଜାବ, ଓଡିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ତାନ, ଆସାମ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଏହି ଯୋଜନାରେ ଆଗ୍ରହ ପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପ୍ରତ୍ୟେକ ଗ୍ରୀନଫିଲଡ୍‌ ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଏବଂ ବ୍ରାଉନଫିଲ୍ଡ ପାର୍କ ପାଇଁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦେବେ। ଏହା ବ୍ୟତୀତ ଟେକ୍ସଟାଇଲ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ପିଏମ ପାର୍କକୁ ପ୍ରୋତ୍ସାହନ ରାଶି ଭାବରେ ୩୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଟେକ୍ସଟାଇଲ୍ ପାର୍କରେ ଇନକ୍ୟୁବେସନ ସେଣ୍ଟର ଏବଂ ଖେଳ ପାଇଁ ସୁବିଧା ସହ ଶ୍ରମିକମାନଙ୍କ ହଷ୍ଟେଲ ଏବଂ ଗୃହ, ଲଜିଷ୍ଟିକ୍ ପାର୍କ, ଚିକିତ୍ସା ସୁବିଧା ଏବଂ ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମି ତିଆରି ହେବ। ଏହି ପାର୍କଗୁଡିକରେ ଉତ୍ପାଦନ ପାଇଁ ୫୦ ପ୍ରତିଶତ, ୟୁଟିଲିଟି ପାଇଁ ୨୦ ପ୍ରତିଶତ ଏବଂ ବ୍ୟବସାୟିକ ବିକାଶ ପାଇଁ ୧୦  ପ୍ରତିଶତ କ୍ଷେତ୍ର ରହିବ। ବିଶେଷ କରି ବୁଣାକାରଙ୍କ ବ୍ୟବସାୟିକ ଲାଭ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ପିଏମ ମିତ୍ରା ଯୋଜନା ପ୍ରତ୍ୟକ୍ଷ ୭ ଲକ୍ଷ ଓ ପରୋକ୍ଷରେ ୧୪ ଲକ୍ଷ  ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Related story