କାଲି ସନ୍ଧ୍ୟାରେ ପିଏମ୍ ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଅଦଳବଦଳର କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ସନ୍ଧ୍ୟା ୬ଟା ବେଳେ କରାଯିବ। ପିଏମ ମୋଦିଙ୍କ କ୍ୟାବିନେଟରେ ନୂଆ ମୁହଁଙ୍କୁ ସାମିଲ୍‌ କରାଯିବାର ସମ୍ଭାବନା ରହିଛି। ସୂତ୍ର ଅନୁଯାୟୀ, କ୍ୟାବିନେଟରେ ମୋଟ ୨୫ ନୂଆ ମନ୍ତ୍ରୀଙ୍କୁ ସାମିଲ୍ କରାଯାଇପାରେ। ବୁଧବାର ସନ୍ଧ୍ୟା ୬ଟା ରେ ହେବାକୁଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଆଜି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍, ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ନାରାୟଣ […]

pm-modi

Ranjit Kumar Jena
  • Published: Tuesday, 06 July 2021
  • , Updated: 06 July 2021, 08:11 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଅଦଳବଦଳର କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ସନ୍ଧ୍ୟା ୬ଟା ବେଳେ କରାଯିବ। ପିଏମ ମୋଦିଙ୍କ କ୍ୟାବିନେଟରେ ନୂଆ ମୁହଁଙ୍କୁ ସାମିଲ୍‌ କରାଯିବାର ସମ୍ଭାବନା ରହିଛି। ସୂତ୍ର ଅନୁଯାୟୀ, କ୍ୟାବିନେଟରେ ମୋଟ ୨୫ ନୂଆ ମନ୍ତ୍ରୀଙ୍କୁ ସାମିଲ୍ କରାଯାଇପାରେ।

ବୁଧବାର ସନ୍ଧ୍ୟା ୬ଟା ରେ ହେବାକୁଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଆଜି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍, ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ନାରାୟଣ ରାଣେ ଦିଲ୍ଲୀ ପହଞ୍ଚିଛନ୍ତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଧ୍ୟରେ ଲଗାତର ବୈଠକ ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ଏଏନଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟରେ ବିହାରର ଚାରିଜଣ ନେତାଙ୍କୁ ସାମିଲ୍‌ କରାଯାଇପାରେ। ବିହାରର କେଉଁ ଚାରିଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବାର ସମ୍ଭାବନା ରହିଛି, ସେମାନଙ୍କ ମଧ୍ୟରୁ ଜେଡିୟୁର ଦୁଇଜଣ, ଏଲଜେପିରୁ ଜଣେ ଏବଂ ବିଜେପିର ଜଣେ ଅଛନ୍ତି।

ସେହିପରି କିଛି ଅନ୍ୟ ନେତାଙ୍କୁ ମଧ୍ୟ ଦିଲ୍ଲୀ ଆସିବା ପାଇଁ କୁହାଯାଇଛି। ସୂତ୍ର ଅନୁଯାୟୀ, ଏଥର ମୋଦି ମନ୍ତ୍ରୀମଣ୍ଡଳରେ ପଛୁଆ ବର୍ଗର ମନ୍ତ୍ରୀଙ୍କୁ ପ୍ରାଥମିକତା ଦିଆଯିବ ଏବଂ ଯୁବ ନେତା ଓ ଦଳିତ ପ୍ରତିନିଧି ମଧ୍ୟ ସାମିଲ୍‌ ହୋଇପାରନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଅନୁପ୍ରିୟା ପଟେଲ, ମନୋଜ ତିୱାରୀ, ହିନା ଗାବିତ୍ ଓ ରାହୁଲ୍ କାସୱାନଙ୍କ ଭଳି ଯୁବ ନେତାଙ୍କ ନାଁ ସମ୍ଭାବ୍ୟ ମନ୍ତ୍ରୀ ପଦ ତାଲିକାରେ ଥିବା ସୂଚନା ମିଳିଛି। 

ୟୁପିଏ ସରକାରରେ ମନ୍ତ୍ରୀ ରହିସାରିଥିବା ସିନ୍ଧିଆ ଆଜି ଦିଲ୍ଲୀ ଆସିବା ପୂର୍ବରୁ ଇନ୍ଦୋରରେ ଗଣମାଧ୍ୟମକୁ କହିଥିଲେ, 'ମୋର ଉଜୈନ ଗସ୍ତ ଶେଷ ହୋଇଛି ଏବଂ ଏବେ ମୁଁ ଦିଲ୍ଲୀ ଯାଉଛି। ମୁଁ ଆସନ୍ତା ସପ୍ତାହରେ ଫେରିବି।' ହେଲେ ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ୍‌ ହେବା ଖବର ଉପରେ ନୀରବ ରହିଥିବା ବେଳେ ଏ ସମ୍ବନ୍ଧରେ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଥିଲେ।

Related story