ନବଜାତ ବାଛୁରୀର ଦୁଇଟି ମୁଣ୍ଡ, ୩ଟି ଆଖି: ଲୋକେ କହିଲେ ମା’ ଦୁର୍ଗାଙ୍କ ଅବତାର

ନବରଙ୍ଗପୁର: ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ। ନବରଙ୍ଗପୁର ଜିଲ୍ଲାର କୁମୁଲି ପଞ୍ଚାୟତ ବିଜାପୁର ଗାଁରେ ଏକ ଅଜବ ପ୍ରକାରର ବାଛୁରୀ ଛୁଆ ଜନ୍ମ ହୋଇଛି। ବାଛୁରୀ ଛୁଆଟିର ଦୁଇଟି ମୁଣ୍ଡ ଥିବା ବେଳେ ୩ଟି ଆଖି ରହିଛି।  ଗାଁର ଧିନିରାମଙ୍କ ଘରେ ଏମିତି ଏକ ବାଛୁରୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର। ଉକ୍ତ ବାଛୁରୀ ଛୁଆଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଛି। ସ୍ଥାନୀୟ ଲୋକେ ବାଛୁରୀଟିକୁ ମା’ ଦୁର୍ଗାଙ୍କ ଅବତାର କହି ପୂଜାର୍ଚ୍ଚନା ଆରମ୍ଭ […]

5ti

Tapas Behera
  • Published: Tuesday, 12 October 2021
  • , Updated: 12 October 2021, 06:05 PM IST

ନବରଙ୍ଗପୁର: ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ। ନବରଙ୍ଗପୁର ଜିଲ୍ଲାର କୁମୁଲି ପଞ୍ଚାୟତ ବିଜାପୁର ଗାଁରେ ଏକ ଅଜବ ପ୍ରକାରର ବାଛୁରୀ ଛୁଆ ଜନ୍ମ ହୋଇଛି। ବାଛୁରୀ ଛୁଆଟିର ଦୁଇଟି ମୁଣ୍ଡ ଥିବା ବେଳେ ୩ଟି ଆଖି ରହିଛି।  ଗାଁର ଧିନିରାମଙ୍କ ଘରେ ଏମିତି ଏକ ବାଛୁରୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର। ଉକ୍ତ ବାଛୁରୀ ଛୁଆଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଛି। ସ୍ଥାନୀୟ ଲୋକେ ବାଛୁରୀଟିକୁ ମା’ ଦୁର୍ଗାଙ୍କ ଅବତାର କହି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି।
https://twitter.com/iamsuffian/status/1447814085509201921?s=20

ଧିନିରାମ ବାଛୁରୀ  ଜନ୍ମଦେଇଥିବା କରିଥିବା ଗାଈଟିକୁ ୨ ବର୍ଷ ପୂର୍ବେ କିଣିଥିଲେ। ନିକଟରେ ଗାଈଟି ଗର୍ଭବତୀ ହୋଇଥିଲା। ତେବେ ଗାଈଟି ଛୁଆ ଜନ୍ମ କରିବା ସମରେ ଅସହ୍ୟ ଯନ୍ତ୍ରଣା ଭୋଗିଥିଲା। ଜନ୍ମ ହେବା ପରେ ଛୁଆଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଥିଲେ ଧନିରାମ ।

ବାଛୁରୀଟି ତା’ ମା ପାଖରୁ କ୍ଷୀର ପାନ କରିବାରେ ସମସ୍ୟା ହେଉଥିବା ଧନିରାମ କହିଛନ୍ତି।  ତେଣୁ ପରିବାର ଲୋକେ ବାହାରୁ କ୍ଷୀର ମଗାଇ ବାଛୁରୀଟିକୁ ପିଆଉଥିବା କହିଛନ୍ତି । ନବରାତ୍ରୀ ବେଳେ ବାଛୁରୀ ଛୁଆଟି ଜନ୍ମ ହୋଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ମା ଦୁର୍ଗାଙ୍କ ଅବତାର ବୋଲି କହିଛନ୍ତି । ଏମିତିକି ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ କରିଛନ୍ତି।

Related story