‘ଅହଂକାରୀ’ କହି ମମତାଙ୍କ ଉପରେ ବର୍ଷିଲା ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟାସ୍ ବାତ୍ୟାର ସମୀକ୍ଷା କରିବାକୁ ଯାଇଥିଲେ। ବାତ୍ୟାର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ୩୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା। ମମତା କେବଳ ମୋଦିଙ୍କ ପାଖକୁ ଆସି କ୍ଷୟକ୍ଷତିର ରିପୋର୍ଟ ଦେଇ ଅନ୍ୟ ଏକ ଜାଗାରେ ବୈଠକ ଅଛି କହି ପଳାଇଥିଲେ ମମତା। ଏବେ ଏହାକୁ ନେଇ ବଙ୍ଗରୁ ଦିଲ୍ଲୀ ତେଜିଛି ରାଜନୀତି। ଶାସକ ବିଜେପି ଏହାକୁ ନେଇ ମମତାଙ୍କ ବିରୋଧରେ […]

mamata-banarjee

mamata-banarjee

Subhransu Sekhar
  • Published: Saturday, 29 May 2021
  • Updated: 29 May 2021, 09:17 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟାସ୍ ବାତ୍ୟାର ସମୀକ୍ଷା କରିବାକୁ ଯାଇଥିଲେ। ବାତ୍ୟାର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ୩୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା। ମମତା କେବଳ ମୋଦିଙ୍କ ପାଖକୁ ଆସି କ୍ଷୟକ୍ଷତିର ରିପୋର୍ଟ ଦେଇ ଅନ୍ୟ ଏକ ଜାଗାରେ ବୈଠକ ଅଛି କହି ପଳାଇଥିଲେ ମମତା। ଏବେ ଏହାକୁ ନେଇ ବଙ୍ଗରୁ ଦିଲ୍ଲୀ ତେଜିଛି ରାଜନୀତି। ଶାସକ ବିଜେପି ଏହାକୁ ନେଇ ମମତାଙ୍କ ବିରୋଧରେ ବର୍ଷିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ମମତାଙ୍କ ବ୍ୟବହାର ଦୁର୍ଭାଗ୍ୟଜନକ। ପିଏମଙ୍କ ପ୍ରତି ଏହା ଅପମାନ୍ ବୋଲି ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପଶ୍ଚିମବଙ୍ଗର ବିଜେପି ନେତା ତଥା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ଓ ନୀତୀନ ଗଡ଼କରୀ ଏହି ପ୍ରସଙ୍ଗରେ ମମତାଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି।

କେନ୍ଦ୍ର ସରକାର କହିଛନ୍ତି ପ୍ରଧାନମନ୍ତ୍ରୀ ବାତ୍ୟାରେ ପ୍ରଭାବିତ ଲୋକଙ୍କ ସ୍ଥିତି ଜାଣିବାକୁ ଯାଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଭାବରେ ତାହା ନକହି ପଳାଇବା ଦୁର୍ଭାଗ୍ୟଜନକ। ଏହା ସଂଘୀୟ ସରକାର ପ୍ରତି ଘୋର ଅପମାନ। ମମତାଙ୍କ ଏପରି ବ୍ୟବହାର ଅହଂକାରର ପ୍ରତିଫଳନ। ରାଜ୍ୟପାଳ ଜଗଦୀପ ଧନଖର ସିଧାସଳଖ କହିଛନ୍ତି ମମତା ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ଜାଣିଶୁଣି ବୟକଟ କରିଛନ୍ତି।

ସମୀକ୍ଷା ବୈଠକ ପୂର୍ବରୁ ମମତା ବାନାର୍ଜୀ କହିଥିଲେ, "ମୁଁ ସେହି ବୈଠକରେ ମାତ୍ର ୧୫ ମିନିଟ୍ ରହିବି। କ୍ଷୟକ୍ଷତିର ବିବରଣୀ ସହିତ ମୁଁ ଏକ ରିପୋର୍ଟ ଦେବି’।

ମମତା ବାନାର୍ଜୀ ଟ୍ୱିଟ୍ କରି କହିଛନ୍ତି ଯେ ହିଙ୍ଗାଲଗଞ୍ଜ ଏବଂ ସାଗରରେ ଏକ ସମୀକ୍ଷା ବୈଠକ କରିବା ପରେ ମୁଁ କାଲାଇକୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଶ୍ଚିମବଙ୍ଗର ବାତ୍ୟା ବାବଦରେ ଅବଗତ କରାଇଥିଲି। ଏହାପରେ ମୁଁ ଦିଘାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବାକୁ ଆସିଥିଲି।

ବାତ୍ୟା ସମୀକ୍ଷା ବୈଠକରେ ଯଦିଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ୱା ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଯୋଗ ଦେଇନଥିଲେ। କିନ୍ତୁ ଏହି ବୈଠକରେ ରାଜ୍ୟପାଳ ଜଗଦୀପ ଧନକର ଏବଂ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଦିକାରୀ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା ପୂର୍ବରୁ ଶୁଭେନ୍ଦୁ ମମତା ବାନାର୍ଜୀଙ୍କ ଜଣେ ବିଶ୍ୱସ୍ତ ସହଯୋଗୀ ଥିଲେ।

ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ଅଞ୍ଚଳ ଉପରେ ଆକଶ ମାର୍ଗରେ ଏକ ସର୍ଭେ କରିଥିଲେ। ଦକ୍ଷିଣ ଏବଂ ଉତ୍ତର ୨୪ ପାରଗାନା, ଦିଘା, ପୂର୍ବ ମେଦିନୀପୁର ଏବଂ ନନ୍ଦିଗ୍ରାମକୁ ଆକାଶମାର୍ଗରେ ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଭେଟଘାଟ ଥିଲା। ନିର୍ବାଚନ ପୂର୍ବରୁ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ଜାନୁଆରୀ ୨୩ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମମତା ବାନାର୍ଜୀଙ୍କ ଶେଷ ବୈଠକ ହୋଇଥିଲା। ସେହି ଦିନ ସନ୍ଧ୍ୟାରେ ମମତା ବାନାର୍ଜୀଙ୍କ ଭାଷଣ ମଧ୍ୟରେ "ଜୟ ଶ୍ରୀ ରାମ"ର ସ୍ଲୋଗାନ ଆରମ୍ଭ ହୋଇଥିଲା। ତା’ପରେ ମମତା ରାଗିଯାଇ ମଞ୍ଚ ଛାଡି ପଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos