ଜଳ ବାୟୁ ପରିବର୍ତ୍ତନ ଯୋଗୁ ଆକ୍ରାନ୍ତ ହେଲେ ବିଶ୍ୱର ପ୍ରଥମ ମହିଳା

ନୂଆଦିଲ୍ଲୀ: ଘାତକ ହେଉଛି ଜଳବାୟୁ ପରିବର୍ତ୍ତନ। କାନାଡ଼ାର ଜଣେ ୭୦ ବର୍ଷୀୟ ମହିଳାଙ୍କର  ଜଳ ବାୟୁ ପରିବର୍ତ୍ତନ କାରଣରୁ ଆକ୍ରାନ୍ତ ହୋଇଛନ୍ତି। ପାଗ ପରିବର୍ତ୍ତନ ଯୋଗୁ ଏମିତି ରୋଗରେ ଶିକାର ହେବା  ସମ୍ପୃକ୍ତ ମହିଳା ହେଉଛନ୍ତି  ବିଶ୍ୱର ପ୍ରଥମ । ଅତ୍ୟଧିକ ତାପମାତ୍ରା କାରଣରୁ ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସାବ୍ୟସ୍ତ ହୋଇଛି। ଏନେଇ ଡାଇଗ୍ନୋସିସି ରିପୋର୍ଟରେ ମଧ୍ୟ ତାଙ୍କ ରୋଗର କାରଣ ‘କ୍ଲାଇମେଟ ଚେଞ୍ଜ’ ବୋଲି ଡାକ୍ତର ଉଲ୍ଲେଖ କରିଛନ୍ତି। କୋଟେନେ ଲେକ୍‌ ହସପିଟାଲର ଡାକ୍ତର […]

690

Tapas Behera
  • Published: Tuesday, 09 November 2021
  • , Updated: 09 November 2021, 05:21 PM IST

ନୂଆଦିଲ୍ଲୀ: ଘାତକ ହେଉଛି ଜଳବାୟୁ ପରିବର୍ତ୍ତନ। କାନାଡ଼ାର ଜଣେ ୭୦ ବର୍ଷୀୟ ମହିଳାଙ୍କର  ଜଳ ବାୟୁ ପରିବର୍ତ୍ତନ କାରଣରୁ ଆକ୍ରାନ୍ତ ହୋଇଛନ୍ତି। ପାଗ ପରିବର୍ତ୍ତନ ଯୋଗୁ ଏମିତି ରୋଗରେ ଶିକାର ହେବା  ସମ୍ପୃକ୍ତ ମହିଳା ହେଉଛନ୍ତି  ବିଶ୍ୱର ପ୍ରଥମ । ଅତ୍ୟଧିକ ତାପମାତ୍ରା କାରଣରୁ ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସାବ୍ୟସ୍ତ ହୋଇଛି। ଏନେଇ ଡାଇଗ୍ନୋସିସି ରିପୋର୍ଟରେ ମଧ୍ୟ ତାଙ୍କ ରୋଗର କାରଣ ‘କ୍ଲାଇମେଟ ଚେଞ୍ଜ’ ବୋଲି ଡାକ୍ତର ଉଲ୍ଲେଖ କରିଛନ୍ତି। କୋଟେନେ ଲେକ୍‌ ହସପିଟାଲର ଡାକ୍ତର କ୍ୟଲେ ମେରିଟ୍ ଏହି ରିପୋର୍ଟ ଦେଇଛନ୍ତି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଅତ୍ୟଧିକ ତାପମାତ୍ରା ଯୋଗୁ ମହିଳା ଜଣକ ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟାରେ ଶିକାର ହୋଇଥିଲେ। ସେ ଏବେ ଚିକିତ୍ସିତ ହେଉଛନ୍ତି।

ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଘଟିବା ସହ  ସେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।  ମହିଳା ଜଣଙ୍କୁ ଏମାରଜେନ୍ସିରେ ଅବଜରଭେସନରେ ରଖାଯାଇଛି ।  କାନାଡ଼ା ଏବଂ ଏହାର ପଡ଼ୋଶୀ ୟୁଏସଏରେ  ଶତାଧିକ ଲୋକଙ୍କ ମୃତ୍ୟୁ ପଛରେ ହିଟ୍‌ୱେଭ କାରଣ ବୋଲି କୁହାଯାଉଛି। ହିଟ୍‌ୱେଭ ଯୋଗୁ ବ୍ରିଟିସ୍‌ କଲମ୍ବିଆରେ ୨୩୩ ଜଣଙ୍କ  ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ଉତ୍ତରପଶ୍ଚିମରେ ଉଚ୍ଚ ଚାପ ଯୋଗୁ  ପାଗ ସାଂଘାତିକ  ବଦଳିବାରେ ଲାଗିଛି। ଏମିତି କି ଜରୁରୀ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି। ସମଗ୍ର ବିଶ୍ୱସମୁଦାୟକୁ ଏବେ ଚିନ୍ତାରେ ପକାଇଛି ଜଳ ବାୟୁ ପରିବର୍ତ୍ତନ। ବଢ଼ୁଥିବା ବିଶ୍ୱତାପନ ଜୀବନ ପାଇଁ ଘୋର ବିପଦ ସାବ୍ୟସ୍ତ ହୋଇପାରେ ବୋଲି ଆକଳନ କରାଯାଉଛି।

Related story