ଏବିଜି ଶିପ୍‌ୟାର୍ଡର ପୂର୍ବତନ ଅଧ୍ୟକ୍ଷ ଋଷି ଅଗ୍ରୱାଲଙ୍କୁ ସିବିଆଇର ଜେରା

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଘୋଟାଲା କୁହାଯାଉଥିବା ଏବିଜି ଶିପ୍‌ୟାର୍ଡର ୨୨,୮୪୨ କୋଟିର ବ୍ୟାଙ୍କ୍ ଠକେଇ ମାମଲାରେ କଂପାନୀର ପୂର୍ବତନ ଅଧ୍ୟକ୍ଷ ଋଷି ଅଗ୍ରୱାଲଙ୍କୁ ସିବିଆଇ ଜେରା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ସିବିଆଇ ତାଙ୍କ ବାସଭବନରେ ଚଢ଼ାଉ କରିବା ପରେ ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍ ଜାରି କରାଯାଇଥିଲା। ଏହି ମାମଲାରେ ଋଷିଙ୍କ ବ୍ୟତୀତ ଏବିଜି ଶିପ୍‌ୟାର୍ଡର ଦୁଇ ପୂର୍ବତନ ନିର୍ଦ୍ଦେଶକ ସନାତନମ ମୁଥୁସ୍ୱାମୀ ଓ ଅଶ୍ୱିନୀ କୁମାର ମଧ୍ୟ […]

Rishi

Jitendra Garnayak
  • Published: Thursday, 17 February 2022
  • , Updated: 17 February 2022, 09:09 PM IST

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଘୋଟାଲା କୁହାଯାଉଥିବା ଏବିଜି ଶିପ୍‌ୟାର୍ଡର ୨୨,୮୪୨ କୋଟିର ବ୍ୟାଙ୍କ୍ ଠକେଇ ମାମଲାରେ କଂପାନୀର ପୂର୍ବତନ ଅଧ୍ୟକ୍ଷ ଋଷି ଅଗ୍ରୱାଲଙ୍କୁ ସିବିଆଇ ଜେରା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ସିବିଆଇ ତାଙ୍କ ବାସଭବନରେ ଚଢ଼ାଉ କରିବା ପରେ ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍ ଜାରି କରାଯାଇଥିଲା।

ଏହି ମାମଲାରେ ଋଷିଙ୍କ ବ୍ୟତୀତ ଏବିଜି ଶିପ୍‌ୟାର୍ଡର ଦୁଇ ପୂର୍ବତନ ନିର୍ଦ୍ଦେଶକ ସନାତନମ ମୁଥୁସ୍ୱାମୀ ଓ ଅଶ୍ୱିନୀ କୁମାର ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।

ଏବିଜି ଶିପ୍‌ୟାର୍ଡ ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କାର ଠକେଇ କରିଛି। ଏହା ମଧ୍ୟରେ ଏସ୍‌ବିଆଇ ମଧ୍ୟ ରହିଛି। ଏସ୍‌ବିଆଇକୁ କଂପାନୀ ୨୯୨୫ କୋଟି ଟଙ୍କାର ଚୂନ ଲଗାଇଛି। ସେହିପରି ଆଇସିଆଇସିଆଇ ବ୍ୟାଙ୍କକୁ ୭୦୮୯ କୋଟି, ଆଇଡିବିଆଇକୁ ୩୬୩୪, ବ୍ୟାଙ୍କ ଅଫ୍ ବରୋଦାକୁ ୧୬୧୪, ପିଏନ୍‌ବିକୁ ୧୨୪୪ ଓ ଆଇଓବିକୁ ୧୨୨୮ କୋଟି ଟଙ୍କାର ଚୂନ ଲଗାଇଛି ଏବିଜି ଶିପ୍‌ୟାର୍ଡ। ଯେଉଁ ଉଦ୍ଦେଶ୍ୟରେ ବ୍ୟାଙ୍କ ଗୁଡ଼ିକ କଂପାନୀକୁ ଟଙ୍କା ଦେଇଥିଲେ ତାହା ସେଥିରେ ଖର୍ଚ୍ଚ ହୋଇ ନଥିବା ସିବିଆଇ କହିଛି।

ଏହି ଠକେଇ କେସ୍‌କୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବିଜି ଶିପ୍‌ୟାର୍ଡ, ଋଷି ଅଗ୍ରୱାଲ, ସନାତନମ ମୁଥୁସ୍ୱାମୀ ଓ ଅଶ୍ୱିନୀ କୁମାରଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି।

ଏବିଜି ଶିପ୍‌ୟାର୍ଡ ଜାହାଜ ନିର୍ମାଣ ଓ ମରାମତି କ୍ଷେତ୍ରରେ ଏକ ପ୍ରମୂଖ କଂପାନୀ। ଏହାର ଶିପ୍‌ୟାର୍ଡ ଗୁଜରାଟର ଦହେଜୀ ଓ ସୁରଟରେ ରହିଛି। ଏହା ଗତ ୧୬ ବର୍ଷରେ ୧୬୫ଟି ଜାହାଜ ନିର୍ମାଣ କରିଛି। ସେଥିରୁ ୬ଟି ବିଦେଶକୁ ରପ୍ତାନୀ ହୋଇଛି।

Related story