ସିବିଆଇ କରିବ ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ

ନୂଆଦିଲ୍ଲୀ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁଙ୍କ ଉଭଣୀଙ୍କ ବିରୋଧରେ କରିଥିବା ଏଫଆଇଆରକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ବିରୋଧରେ ରିୟା ଏଫଆଇଆର କରିଥିଲେ। ସେ ନକଲି ପ୍ରେସକ୍ରିପସନ ଜରିଆରେ ସୁଶାନ୍ତଙ୍କୁ ଭୁଲ ମେଡିସିନ୍ ଦେଉଥିବା ରିୟା ଅଭିଯୋଗ କରିଥିଲେ। କିନ୍ତୁ ରିୟାଙ୍କ ଏଫଆଇଆରକୁ ଖାରଜ କରିବା ପାଇଁ ପ୍ରିୟଙ୍କା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ରିୟାଙ୍କ ଏଫଆଇଆରକୁ କାଏମ ରଖିବା ସହ ଏହାର ତଦନ୍ତ ଏବେ ସିବିଆଇ […]

Sushant Singh Rajput

Hemant Lenka
  • Published: Friday, 26 March 2021
  • , Updated: 26 March 2021, 01:39 PM IST

ନୂଆଦିଲ୍ଲୀ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁଙ୍କ ଉଭଣୀଙ୍କ ବିରୋଧରେ କରିଥିବା ଏଫଆଇଆରକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ବିରୋଧରେ ରିୟା ଏଫଆଇଆର କରିଥିଲେ। ସେ ନକଲି ପ୍ରେସକ୍ରିପସନ ଜରିଆରେ ସୁଶାନ୍ତଙ୍କୁ ଭୁଲ ମେଡିସିନ୍ ଦେଉଥିବା ରିୟା ଅଭିଯୋଗ କରିଥିଲେ। କିନ୍ତୁ ରିୟାଙ୍କ ଏଫଆଇଆରକୁ ଖାରଜ କରିବା ପାଇଁ ପ୍ରିୟଙ୍କା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ରିୟାଙ୍କ ଏଫଆଇଆରକୁ କାଏମ ରଖିବା ସହ ଏହାର ତଦନ୍ତ ଏବେ ସିବିଆଇ କରିବ ବୋଲି କହିଛନ୍ତି।

ଗତ ମାସରେ ବମ୍ବେ ହାଇକୋର୍ଟ ରିୟାଙ୍କ ଏଫଆଇଆରକୁ କାଏମ ରଖିଥିଲେ। ତେବେ ସେ ସୁଶାନ୍ତଙ୍କ ଆଉ ଜଣେ ଭଉଣୀ ନିତୁ ସିଂହଙ୍କ ବିରୋଧରେ ରିୟା କରିଥିବା ଏଫଆଇଆରକୁ ଖାରଜ କରିଦେଥିଲେ। ସୁପ୍ରିମକୋର୍ଟ ସୁଶାନ୍ତ ମୃତ୍ୟୁ ମାମଲା ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ଦେଇଥିଲେ। ସେତେବେଳେ କୋର୍ଟ କହିଥିଲେ ଯେ ଏହି ଘଟଣା ସହ ଜଡ଼ିତ ଯେ କୌଣସି ଏଫଆଇଆର ଆସିଲେ ବି ଏହାର ତଦନ୍ତ କେବଳ ସିବିଆଇ କରିବ।

ରିୟା ଏଫଆଇଆର କରିଥିଲେ ହେଁ ସିବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲା। ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାରୁ ସିବିଆଇ ଏବେ ତଦନ୍ତ ଆରମ୍ଭ କରିବ।

୨୦୨୦ ସେପ୍ଟେମ୍ବର ୭ରେ ରିୟା ଚକ୍ରବର୍ତ୍ତୀ ପୁଲିସ୍‌ ନିକଟରେ ପ୍ରିୟଙ୍କା ଓ ନୀତୁଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲେ। ଏଥିରେ ସେ କହିଥିଲେ ଯେ ଦୁଇ ଜଣ ଯାକ ଭଉଣୀ ସୁଶାନ୍ତଙ୍କୁ ନକଲି ପ୍ରେସକ୍ରିପସନ ଜରିଆରେ ଭୁଲ ମେଡିସିନ୍‌ ଖାଇବାକୁ ପ୍ରୋତ୍ସାହିତ କରୁଥିଲେ।

ଦୁଇ ଉଭଣୀ କିଛି ଡାକ୍ତରଙ୍କ ସହ ମିଶି ସୁଶାନ୍ତଙ୍କୁ ନିୟମିତ ଭୁଲ ଔଷଧ ଦେଇ ତାଙ୍କୁ ଆହୁରି ଅସୁସ୍ଥ କରିଦେଉଥିଲେ। ଏହି କାରଣ ପାଇଁ ସୁଶାନ୍ତ ବାଉଳି ଚାଉଳି ହେଉଥିଲେ ଏବଂ ଶେଷରେ ସେ ଆତ୍ମହତ୍ୟା କରିଛନ୍ତି। ଏହି ଏଫଆଇଆର ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ରୁଜୁ ହୋଇଥିଲା।

Related story