ପୁଣି ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ: ପୁଣି ଥରେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ। ଏ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ। ଏହାପୂର୍ବରୁ ମୁକୁଲ ରୋହତଗୀ ଜୁନ୍ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଜୁନ୍ ୨୦୧୭ ପର୍ୟ୍ୟନ୍ତ ସେ ନିଜ କାର୍ଯ୍ୟ ଭାର ତୁଲାଇଥିଲେ। ଏବେ ଦ୍ୱିତୀୟ ଥର ପାଇଁ ସେ ଆଟର୍ଣ୍ଣି ଜେନେରାଲ ଭାବେ ନିଜ […]

mukul-rohatgi

Madhupriya Mistry
  • Published: Tuesday, 13 September 2022
  • , Updated: 13 September 2022, 12:23 PM IST

ନୂଆଦିଲ୍ଲୀ: ପୁଣି ଥରେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ। ଏ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ। ଏହାପୂର୍ବରୁ ମୁକୁଲ ରୋହତଗୀ ଜୁନ୍ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଜୁନ୍ ୨୦୧୭ ପର୍ୟ୍ୟନ୍ତ ସେ ନିଜ କାର୍ଯ୍ୟ ଭାର ତୁଲାଇଥିଲେ। ଏବେ ଦ୍ୱିତୀୟ ଥର ପାଇଁ ସେ ଆଟର୍ଣ୍ଣି ଜେନେରାଲ ଭାବେ ନିଜ କାର୍ଯ୍ୟ ସମ୍ଭାଳିବେ।

ରୋହତଗୀ କେ କେ ବେଣୁଗୋପାଳଙ୍କ ପରେ କାର୍ଯ୍ୟଭାର ସମ୍ଭାଳିବେ। ବେଣୁଗୋପାଳଙ୍କ କାର୍ୟ୍ୟକାଳ ସେପ୍ଟେମ୍ବର ୩୦ ରେ ଶେଷ ହେବ। ସରକାର ୯୦ ବର୍ଷୀୟ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢାଇବାକୁ କହିଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ରାଜି ହୋଇନଥିଲେ। ସେ ୨୦୧୭ରୁ ଆଟର୍ଣ୍ଣି ଜେନେରାଲ ଭାବେ ପଦ ସମ୍ଭାଳୁଛନ୍ତି।

୨୦୧୪ରେ ମୋଦି ସରକାର ଶାସନକୁ ଆସିବା ପରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୭ରେ ତାଙ୍କ କାର୍ଯ୍ୟକାଳ ସରକାର ବଢାଇବାକୁ ଚାହିଁଥିଲେ। କିନ୍ତୁ ସେ ପଦରୁ ଇସ୍ତଫା ଦେଇ ଦେଇଥିଲେ। ଏହାପରେ କେକେ ବେଣୁଗୋପାଳଙ୍କୁ ୩ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା। ତାଙ୍କ କାର୍ଯ୍ୟକାଳ ୨୦୨୦ରେ ସରୁଥିଲା। କିନ୍ତୁ ସରକାର ଦୁଇ ବର୍ଷ ତାଙ୍କ କାର୍ଯ୍ୟକାଳ ବଢାଇଥିଲେ। ଚଳିତ ବର୍ଷ ଜୁନରେ ତାଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି କରାଯାଇଥିଲା।

Related story