କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର: ୪ ପ୍ରତିଶତ ଡିଏ ବଢ଼ିଲା  

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂଜା ଭେଟି ଦେଲେ କେନ୍ଦ୍ର ସରକାର। କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରିଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଏହି ଭତ୍ତା ବୃଦ୍ଧି କରାଯାଇଛି। ନୂଆ କରି ବୃଦ୍ଧି ହୋଇଥିବା  ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ପହଞ୍ଚିଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଶେଷଥର ପାଇଁ ବୃଦ୍ଧି ହୋଇ ଥିବା […]

Money

  • Published: Wednesday, 28 September 2022
  • , Updated: 28 September 2022, 03:17 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂଜା ଭେଟି ଦେଲେ କେନ୍ଦ୍ର ସରକାର। କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରିଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଏହି ଭତ୍ତା ବୃଦ୍ଧି କରାଯାଇଛି। ନୂଆ କରି ବୃଦ୍ଧି ହୋଇଥିବା  ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ପହଞ୍ଚିଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଶେଷଥର ପାଇଁ ବୃଦ୍ଧି ହୋଇ ଥିବା ମହଙ୍ଗା ଭତ୍ତା ୨୦୨୨ ଜାନୁଆରୀ ୧ରୁ ଲାଗୁ କରାଯାଇଥିଲା। ମାର୍ଚ୍ଚ ମାସରେ ୩ ପ୍ରତିଶତ  ଡିଏ ବୃଦ୍ଧି କରାଯାଇଥିଲା। ସେତେବେଳେ ୩୧ ପ୍ରତିଶତ ଉପରେ ଏହି ଡିଏ ଲାଗୁ କାରାଯାଇଥିଲା। ସାଧାରଣତ ମୁଦ୍ରସ୍ପୀତିକୁ ଦୃଷ୍ଟିରେ ରଖି ଏକ ସନ୍ତୁଲନ ରକ୍ଷା  କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଥାଏ।  ସେହିପରି ପେନସନଭୋକ୍ତାମାନେ ମଧ୍ୟ ଏହି ବର୍ଦ୍ଧିତ ଡିଏ ସୁବିଧା ପାଇପାରିବେ। କେନ୍ଦ୍ରୀୟ କର୍ମଚାରୀଙ୍କ ସହ ସମାନ ଭାବରେ ପେନସନଭୋକ୍ତାମାନେ ଡିଏର ଫାଇଦା ନେଇପାରିବେ।

Related story