ଟୁଲକିଟ୍ ପ୍ରସଙ୍ଗରେ ଟ୍ୱିଟରକୁ କେନ୍ଦ୍ରର ଚରମବାଣୀ

ନୂଆଦିଲ୍ଲୀ: ଟ୍ୱିଟର ଏକ ସୋଶାଲ ମିଡିଆ କମ୍ପାନୀ। ଏହା କୌଣସି ତଦନ୍ତକାରୀ ସଂସ୍ଥା ନୁହେଁ। ଯେତେବେଳେ ଟୁଲିକଟକୁ ନେଇ ତଦନ୍ତ ଚାଲିଛି ସେତେବେଳେ ଏହି ଟୁଲକିଟକୁ ଟ୍ୱିଟର “ମାନିପୁଲେଟେଡ ମିଡିଆ” ଟାଗ ଦେବା ଗ୍ରହଣୀୟ ନୁହେଁ। ଯାହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି କରି ଟ୍ୱିଟର ତଦନ୍ତ ପ୍ରକ୍ରିୟାକୁ ବାଧାପ୍ରାପ୍ତ ନକରିବାକୁ ଉଚିତ ବୋଲି କହିଛନ୍ତି କେନ୍ଦ୍ର ସରକାର। ନିକଟରେ ବିଜେପି ଏକ ଟୁଲକିଟ୍ ଜାରି କରିିଥିଲା। ଏହି ଟୁଲକିଟ ଜରିଆରେ କଂଗ୍ରେସ […]

twitter-ceo

Subhransu Sekhar
  • Published: Friday, 21 May 2021
  • , Updated: 21 May 2021, 07:52 PM IST

ନୂଆଦିଲ୍ଲୀ: ଟ୍ୱିଟର ଏକ ସୋଶାଲ ମିଡିଆ କମ୍ପାନୀ। ଏହା କୌଣସି ତଦନ୍ତକାରୀ ସଂସ୍ଥା ନୁହେଁ। ଯେତେବେଳେ ଟୁଲିକଟକୁ ନେଇ ତଦନ୍ତ ଚାଲିଛି ସେତେବେଳେ ଏହି ଟୁଲକିଟକୁ ଟ୍ୱିଟର "ମାନିପୁଲେଟେଡ ମିଡିଆ" ଟାଗ ଦେବା ଗ୍ରହଣୀୟ ନୁହେଁ। ଯାହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି କରି ଟ୍ୱିଟର ତଦନ୍ତ ପ୍ରକ୍ରିୟାକୁ ବାଧାପ୍ରାପ୍ତ ନକରିବାକୁ ଉଚିତ ବୋଲି କହିଛନ୍ତି କେନ୍ଦ୍ର ସରକାର।

ନିକଟରେ ବିଜେପି ଏକ ଟୁଲକିଟ୍ ଜାରି କରିିଥିଲା। ଏହି ଟୁଲକିଟ ଜରିଆରେ କଂଗ୍ରେସ କରୋନା ମହାମାରୀ ବେଳେ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତି ନଷ୍ଚ କରିବାକୁ ଚେଷ୍ଟା କରୁଥିଲା ବୋଲି ବିଜେପି ନେତା ଟ୍ୱିଟ୍ କରିଥିଲେ। ଏହି ଟୁଲକିଟ୍ ସୌମ୍ୟା ବର୍ମା ନାମକ ମହିଳା ତିଆରି କରିଛନ୍ତି ବୋଲି ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କହିଥିଲେ। ସୌମ୍ୟା ବର୍ମା କଂଗ୍ରେସ ସାଂସଦ ପ୍ରଫେସର ରାଜୀବ ଗୌଡ଼ାଙ୍କ କାର୍ଯ୍ୟାଳୟ ସହିତ ଜଡ଼ିତ। ରାଜୀବଙ୍କ ନେତୃତ୍ୱରେ ଏଆଇସିସିର ରିସର୍ଚ୍ଚ ଓ୍ୱିଙ୍ଗ ପରିଚାଳିତ ହୁଏ।

ତେବେ କଂଗ୍ରେସ ଏହାକୁ ନେଇ ଆପତ୍ତି ଉଠାଇଥିଲା। ବିଜେପି ଟୁଲକିଟକୁ କଂଗ୍ରେସ ବିରୋଧରେ ଅସ୍ତ୍ର କରି ନିଜର ଭାବମୂର୍ତି ସଜାଡିବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ କହିଥିଲା। ଏମିତିକି ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ବିଜେପି ମୁଖପାତ୍ର ସମ୍ୱିତ ପାତ୍ରଙ୍କ ନାଁରେ କଂଗ୍ରେସ ଏତଲା ଦେଇଛି। ଆଉ ଏହାକୁ ଜାଲ୍ ଟୁଲକିଟ୍ କହି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଟ୍ୱିଟରକୁ ନିବେଦନ କରିଥିଲା। ପରେ ପରେ ଆଜି ଟ୍ୱିଟର ସମ୍ୱିତ ପାତ୍ରଙ୍କ ସେହି ଟୁଲକିଟ୍ ଟ୍ୱିଟକୁ 'ମାନିପୁଲେଟେଡ୍' ବା ଜାଲିଆତି ହୋଇଛି ବୋଲି ଉଲ୍ଲେଖ କରିଛି। ଯାହାକୁ ନେଇ ଶାସକ ଦଳର ଭାବମୂର୍ତି ଉପରେ ପ୍ରଶ୍ନ ଉଠିଛି। ଏହାପରେ ପରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ, ଟ୍ୱିଟରର ମୁଖ୍ୟ ଟିମ୍ ସହ ଯୋଗାଯୋଗ କରି ଏହି ପ୍ରସଙ୍ଗରେ ଆଲୋଚନା କରିଛି। ଟ୍ୱିଟର  "ମାନିପୁଲେଟେଡ ମିଡିଆ" ଟ୍ୟାଗ ବ୍ୟବହାର କରିଥିବାରୁ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ପ୍ରସଙ୍ଗରେ ଯେତେବେଳେ ତଦନ୍ତ ଚାଲିଛି। ତଦନ୍ତ ପରେ ସତ ପଦାକୁ ଆସିବ। ତେଣୁ ସରକାରୀ ପ୍ରକ୍ରିୟାରେ ଟ୍ୱିଟର ଅଯଥା ମୁଣ୍ଡ ନପୁରାଇବା ଠିକ୍ ହେବ। ଟ୍ୱିଟର ଏହି ପ୍ରସଙ୍ଗରେ ନିଜ ନିଷ୍ପତ୍ତି ସାର୍ବଜନୀନ କରିବା ଗ୍ରହଣୀୟ ନୁହେଁ। ତେଣୁ ଟ୍ୱିଟର "ମାନିପୁଲେଟେଡ ମିଡିଆ" ଟ୍ୟାଗ ଲଗାଇ ନିଜର ଭାବମୂର୍ତିକୁ ସନ୍ଦେହ ଘେରକୁ ଆଣିଛି ବୋଲି କେନ୍ଦ୍ର କହିଛି।

Related story