ମଙ୍କିପକ୍ସ ଟିକା ତିଆରି କରିବାକୁ ଟେଣ୍ଡର ଡାକିଲେ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ପରେ ଏବେ ମଙ୍କିପକ୍ସ ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି। ବିଶେଷ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟି ରଖି ବିଶ୍ୱ ସ୍ୱାସ୍ଥ୍ୟ ଜରୁରିକାଳୀନଜ ପରିସ୍ଥିତି ଘୋଷଣା କରିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ଭାରତରେ ମଧ୍ୟ ୪ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ମଙ୍କିପକ୍ସର ମୁକାବିଲା ପାଇଁ ଆଗୁଆ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ମଙ୍କିପକ୍ସ ବିରୋଧରେ ଟିକା ବିକଶିତ କରିବା ପାଇଁ ସରକାରୀ […]

Monkeypox

  • Published: Wednesday, 27 July 2022
  • , Updated: 27 July 2022, 09:03 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ପରେ ଏବେ ମଙ୍କିପକ୍ସ ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି। ବିଶେଷ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟି ରଖି ବିଶ୍ୱ ସ୍ୱାସ୍ଥ୍ୟ ଜରୁରିକାଳୀନଜ ପରିସ୍ଥିତି ଘୋଷଣା କରିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ଭାରତରେ ମଧ୍ୟ ୪ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ମଙ୍କିପକ୍ସର ମୁକାବିଲା ପାଇଁ ଆଗୁଆ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର।

ମଙ୍କିପକ୍ସ ବିରୋଧରେ ଟିକା ବିକଶିତ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ସରକାର ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ(ଇଓଆଇ) ବା ଟେଣ୍ଡର ଡାକିଛନ୍ତି। ମଙ୍କିପକ୍ସ ବିରୋଧରେ ଟିକା ତିଆରି କରିବା ଓ ଏହାର ଯାଞ୍ଚ କରିପାରୁ ଥିବା କିଟ୍‌କୁ ବିକଶିକ କରିବା ପାଇଁ ଏପରି ଟେଣ୍ଡର ଡକାଯାଇଛି।

ଏହି ଇଓଆଇକୁ ସରକାରୀ-ଘରୋଇ ଭାଗିଦାରୀରେ ଜାରି କରାଯାଇଛି। ଏହାର ଅର୍ଥ ଘରୋଇ କମ୍ପାନୀ ଓ ସରକାର ମିଳିତ ଭାବେ ମଙ୍କିପକ୍ସ ପାଇଁ ଟିକା ଓ କିଟ୍‌ ଉପରେ ଗବେଷଣା କରିବେ। ଟେଣ୍ଡର ନେବାକୁ ଆଗ୍ରହୀ ଥିବା କମ୍ପାନୀ ୧୦ ଅଗଷ୍ଟ ସୁଦ୍ଧା ଇଆଇଓ ଜମା କରିପାରିବେ। ୨୦୧୯ରୁ ମଙ୍କିପକ୍ସ ପାଇଁ ଟିକାର ବିକଶିତ କରାଯାଇଛି। ହେଲେ ଏହାର ସୀମିତ ବ୍ୟବହାର ହିଁ ଏଯାଏ କରାଯାଉଛି। ଏବେ ମଙ୍କିପକ୍ସ ପୁଣି ଡରାଉ ଥିବାରୁ ବୈଜ୍ଞାନିକମାନେ ଅଧିକ ଶକ୍ତିଶାଳୀ ଟିକା ବାହାର କରିବା ଦିଗରେ କାମ କରୁଛନ୍ତି। ଭାରତ ମଧ୍ୟ ଏଥିରେ ପଛରେ ପଡ଼ିବାକୁ ଚାହୁଁନାହିଁ।

ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସିଧାସଳଖ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବାର ଆଶଙ୍କା ଥିବା ଲୋକଙ୍କୁ ଟିକା ଦେବାକୁ ପରାମର୍ଶ ଦେଇଛି। ବିଶେଷ କରି ସ୍ୱାସ୍ଥ୍ୟକର୍ମୀ, ଲ୍ୟାବରେ କାମ କରୁଥିବା କର୍ମଚାରୀ ଓ ଏକାଧିକ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଲୋକଙ୍କୁ ପ୍ରଥମେ ଟିକା ନେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ମଙ୍କିପକ୍ସ ପାଇଁ ପୂର୍ବରୁ ହିଁ ଟିକା ରହିଛି। ସ୍ମଲପକ୍ସର ଗୋଟିଏ ଟିକା MVA-BN ମଙ୍କିପକ୍ସକୁ ରୋକିବା ପାଇଁ ବ୍ୟବହାର କରାଯାଉଛି। କାନାଡା, ୟୁରୋପୀୟ ୟୁନିଅନ୍ ଓ ଆମେରିକା ପକ୍ଷରୁ ଏହି ଟିକାର ବ୍ୟବହାର ପାଇଁ ଅନୁମୋଦନ ଦିଆଯାଇଛି। ଏହା ବ୍ୟତୀତ ମଙ୍କିପକ୍ସ ବିରୋଧରେ LC16 ଓ ACAM2000 ଟିକା ମଧ୍ୟ ବ୍ୟବହାର କରାଯାଉଛି। ତଥାପି ଏହାର ପ୍ରଭାବ ବିଷୟରେ ଏପର୍ଯ୍ୟନ୍ତ ଠିକ୍ ଭାବେ କୌଣସି ସୂଚନା ବୈଜ୍ଞାନିକମାନେ ପାଇ ନାହାନ୍ତି।

Related story