ନୂଆ ସିଡିଏସ୍‌ଙ୍କୁ ମିଳିଲା ଜେଡ୍‌ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ: ଦେଶର ନୂଆ ସିଡିଏସ୍‌ ଜେନେରାଲ ଅନୀଲ ଚୌହାନଙ୍କୁ କେନ୍ଦ୍ର ସରକାର ଆଜି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି। ଦିଲ୍ଲୀ ପୁଲିସ୍‌ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଶୁକ୍ରବାର ଜେନେରାଲ ଚୌହାନ ଦେଶର ଦ୍ୱିତୀୟ ସିଡିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଛି। ଜେନେରାଲ ଚୌହାନଙ୍କୁ ଏଣିକି ଦିଲ୍ଲୀ ପୁଲିସ୍‌ର ୩୩ ଜଣ ସଶସ୍ତ୍ର […]

CDS

  • Published: Monday, 03 October 2022
  • , Updated: 03 October 2022, 08:13 PM IST

ନୂଆଦିଲ୍ଲୀ: ଦେଶର ନୂଆ ସିଡିଏସ୍‌ ଜେନେରାଲ ଅନୀଲ ଚୌହାନଙ୍କୁ କେନ୍ଦ୍ର ସରକାର ଆଜି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି। ଦିଲ୍ଲୀ ପୁଲିସ୍‌ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଶୁକ୍ରବାର ଜେନେରାଲ ଚୌହାନ ଦେଶର ଦ୍ୱିତୀୟ ସିଡିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଛି। ଜେନେରାଲ ଚୌହାନଙ୍କୁ ଏଣିକି ଦିଲ୍ଲୀ ପୁଲିସ୍‌ର ୩୩ ଜଣ ସଶସ୍ତ୍ର କର୍ମଚାରୀ ସୁରକ୍ଷା ଯୋଗାଇ ଦେବେ। ବାସଭବନ ସମେତ ସବୁ ସମୟରେ ତାଙ୍କୁ ଏହି ସୁରକ୍ଷା ମିଳିବ।

ସିଡିଏସ୍‌ ଜେନେରାଲ ଚୌହାନ ହେଉଛନ୍ତି ୩ ସେନାର ମୁଖ୍ୟ। ଏଥିସହ ପ୍ରତିରକ୍ଷା ବ୍ୟାପାରର ମୁଖ୍ୟ ଓ ସିଓଏସ୍‌ସିର ସ୍ଥାୟୀ ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ପାଇଛନ୍ତି।

ସିଡିଏ ଜେନେରାଲ ଚୌହାନ ଗତବର୍ଷ ମେ’ ୩୧ରେ ସେନା ବାହିନୀରୁ ଅବସର ନେଇଥିଲେ। ଅବସର ସମୟରେ ସେ ଇଷ୍ଟର୍ଣ୍ଣ ଆର୍ମିର କମାଣ୍ଡର ରହିଥିଲେ। ଅବସର ପରେ ସେ ଏନଏସ୍‌ସିଏସ୍‌ରେ ମିଲିଟାରୀ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ଏହାର ମୁଖ୍ୟ ହେଉଛନ୍ତି ଏନଏସ୍‌ଏ ଅଜିତ ଡୋଭାଲ।


୧୯୬୧ ମସିହା ମେ’ ୧୮ରେ ଜନ୍ମ ଗ୍ରହଣ କରିଥିବା ଜେନେରାଲ ଚୌହାନ ୧୯୮୧ରେ ଭାରତୀୟ ସେନାର ୧୧ ଗୋର୍ଖା ରାଇଫଲ୍ସରେ ଯୋଗଦେଇଥିଲେ। ଏହାପରେ ସେ ଏକାଧିକ ପଦପଦବୀରେ ରହି ଦେଶର ସେବା କରିଛନ୍ତି।

୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ସେ ଆର୍ମିର ଡିଜିଏମଓ ଭାବେ ଦାୟିତ୍ୱ ସଂପାଦନ କରିଥିଲେ। ଜେନେରାଲ ଚୌହାନ ପ୍ରଥମ ଅବସରପ୍ରାପ୍ତ ୩ ଷ୍ଟାର ଅଫିସର ଯିଏ ସେନା ବାହିନୀକୁ ୪ଷ୍ଟାର ଅଧିକାରୀ ଭାବେ କମବ୍ୟାକ କରିଛନ୍ତି।

Related story