ମୃତ ଚାଷୀଙ୍କ ପରିବାରକୁ  ୫୦ ଲକ୍ଷ ଟଙ୍କା ଦେବେ ଦୁଇ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସାରେ ମୃତ ଚାଷୀଙ୍କ ପରିବାରକୁ ସହୟାତା ଦେବେ ଦୁଇ ମୁଖ୍ୟମନ୍ତ୍ରୀ। ଆଜି ଘଟଣାସ୍ଥଳରେ ପହଞ୍ଚି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି  ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି । ସେହିପରି ମୃତ ସାମ୍ବାଦିକଙ୍କ ପରିବାରକୁ ମଧ୍ୟ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ସେ କହିଛନ୍ତି । ରାହୁଲ ଗାନ୍ଧିଙ୍କ ସହ ଏହି […]

Farmer

Tapas Behera
  • Published: Wednesday, 06 October 2021
  • , Updated: 06 October 2021, 08:11 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସାରେ ମୃତ ଚାଷୀଙ୍କ ପରିବାରକୁ ସହୟାତା ଦେବେ ଦୁଇ ମୁଖ୍ୟମନ୍ତ୍ରୀ। ଆଜି ଘଟଣାସ୍ଥଳରେ ପହଞ୍ଚି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି  ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି ।

ସେହିପରି ମୃତ ସାମ୍ବାଦିକଙ୍କ ପରିବାରକୁ ମଧ୍ୟ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ସେ କହିଛନ୍ତି । ରାହୁଲ ଗାନ୍ଧିଙ୍କ ସହ ଏହି ଦୁଇ ନେତା ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ସେମାନେ କେନ୍ଦ୍ରରେ ଥିବା ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ।

କଂଗ୍ରେସ ବିଧାୟକ ସମେତ ଆପ୍‌ ଦଳର ନେତାମାନେ ମଧ୍ୟ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ତେବେ ଆଜି ରାହୁଲ ଗାନ୍ଧି ଖେରି ଅଭିମୁଖେ ବାହାରିଥିବା ବେଳେ ତାଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅଟକ ରଖାଯାଇଥିଲା । ଖେରିକୁ ଯିବାକୁ ତାଙ୍କୁ ଅନୁମତି ଦେଇନଥିଲା ସ୍ଥାନୀୟ ପ୍ରଶାସନ । ଏହାପରେ ପୁଲିସ ଓ ସୁରକ୍ଷା କର୍ମୀଙ୍କ ସହ ରାହୁଲଙ୍କର ଅନେକ ଯୁକ୍ତିତର୍କ ହୋଇଥିଲା । ପରେ ତାଙ୍କୁ ଛଡ଼ାଯାଇଥିଲା । ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ଲଖିମପୁର ଯାଇଛନ୍ତି ।

ଲଖିମପୁର ଯିବା ପାଇଁ ଉତ୍ତରପ୍ରଦେଶ ସରକାର ଅନୁମତି ଦେବା ପରେ ଆଜି ରାହୁଲ ଗାନ୍ଧି ଦିଲ୍ଲୀରୁ ବିମାନ ଯୋଗେ ଲକ୍ଷ୍ନୌରେ ପହଞ୍ଚିଥିଲେ । ସେଠାରେ ସରକାରୀ ଗାଡ଼ିରେ ନଯାଇ ନିଜ ଗାଡ଼ିରେ ଯିବାକୁ ଜିଦ୍ ଧରିବାରୁ ପୋଲିସ ସହ ବେଶ୍ କିଛି ସମୟ ଯୁକ୍ତିତର୍କ ହୋଇଥିଲା । ଏହାପରେ କଂଗ୍ରେସ ନେତାମାନେ ଧାରଣାରେ ବସିବାରୁ ସେମାନଙ୍କୁ ନିଜ ଗାଡ଼ିରେ ଯିବାକୁ ଅନୁମତି ଦିଆଯାଇଥିଲା । ଅନ୍ୟପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣାରୁ କଂଗ୍ରେସ ରାଜନୈତିକ ଫାଇଦା ନେବାକୁ ହୀନ ପ୍ରୟାସ କରୁଛି ବୋଲି କଟାକ୍ଷ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ସେପଟେ ଲଖିମପୁର ଖେରି ଘଟଣା ପରେ ଆଜି ପ୍ରଥମ ଥର ପାଇଁ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା । ତେବେ ତାଙ୍କ ଇସ୍ତଫା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା ସୂଚନା ମିଳିଛି । ଏଭିତରେ ଉତ୍ତରପ୍ରଦେଶ ଅଆଇନଶୃଙ୍ଖଳା ଏଡିଜି କହିଛନ୍ତି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । କୌଣସି ଦୋଷୀଙ୍କୁ ଛଡ଼ାଯିବନି ।

Related story