ଡିସେମ୍ବର ମାସରେ ଛୋଟ ପିଲାଙ୍କୁ ଦିଆଯିବ ଟିକା  

ନୂଆଦିଲ୍ଲୀ: ଦେଶରେ ଛୋଟ ପିଲାମାନଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ମାସର ଶେଷ ସପ୍ତାହରେ ପିଲାମାନଙ୍କୁ କୋଭିଡ୍ ୧୯ ଟିକା ଦିଆଯିବା ନେଇ ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରାଥିମିକ ପର୍ଯ୍ୟାୟରେ ୪ରୁ ୬କୋଟି ପିଲାଙ୍କୁ ଅଗ୍ରାଧିକାର ଦିଆଯିବା। ଯେଉଁ ପିଲାମାନେ କିଛି ଗମ୍ଭୀର ରୋଗରେ ପୀଡିତ ସେମାନଙ୍କୁ ଆଗେ ଡୋଜ୍‌ ଦିଆଯିବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କୋଭିଡ -19 ଟାସ୍କ ଫୋର୍ସର ଚେୟାରମ୍ୟାନ୍ ଡକ୍ଟର ନରେନ୍ଦ୍ର […]

Covid

Tapas Behera
  • Published: Thursday, 02 December 2021
  • , Updated: 02 December 2021, 07:28 PM IST

ନୂଆଦିଲ୍ଲୀ: ଦେଶରେ ଛୋଟ ପିଲାମାନଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ମାସର ଶେଷ ସପ୍ତାହରେ ପିଲାମାନଙ୍କୁ କୋଭିଡ୍ ୧୯ ଟିକା ଦିଆଯିବା ନେଇ ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରାଥିମିକ ପର୍ଯ୍ୟାୟରେ ୪ରୁ ୬କୋଟି ପିଲାଙ୍କୁ ଅଗ୍ରାଧିକାର ଦିଆଯିବା। ଯେଉଁ ପିଲାମାନେ କିଛି ଗମ୍ଭୀର ରୋଗରେ ପୀଡିତ ସେମାନଙ୍କୁ ଆଗେ ଡୋଜ୍‌ ଦିଆଯିବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କୋଭିଡ -19 ଟାସ୍କ ଫୋର୍ସର ଚେୟାରମ୍ୟାନ୍ ଡକ୍ଟର ନରେନ୍ଦ୍ର କୁମାର ଆରୋରା କହିଛନ୍ତି ଯେ, ଦେଶରେ ଟିକାକରଣ ଆରମ୍ଭ ହେବା ପରେ ପ୍ରଥମେ ବୃଦ୍ଧ, ଅସୁସ୍ଥ ଏବଂ ପରେ ବୟସ୍କଙ୍କ ଉପରେ ଧ୍ୟାନ ଦିଆଯାଇଥିଲା।

ସେବେଠାରୁ ପିଲାମାନଙ୍କ ପାଇଁ ଟିକା ଲଗାତାର ପରୀକ୍ଷା କରାଯାଉଥିଲା । ଯାହାଦ୍ୱାରା ଛୋଟ ପିଲା ଏବଂ କିଶୋରମାନେ ମଧ୍ୟ ଟିକାକରଣର ସୁରକ୍ଷା ପାଇପାରିବେ। ଭାରତରେ ଭାରତ ବାୟୋଟେକ ଟିକା ବ୍ୟତୀତ ଅନ୍ୟ କେତେକ କମ୍ପାନୀର ଟିକାକୁ ପିଲାମାନଙ୍କ ପାଇଁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏଭଳି ପରିସ୍ଥିତିରେ ଡିସେମ୍ବର ମାସର ଶେଷ ସପ୍ତାହରେ ଭାରତରେ ପିଲାମାନେ କରୋନା ଟିକା ପାଇବା ନେଇ ଆଶା କରାଯାଉଛି।

ଡକ୍ଟର ଆରୋରା କହିଛନ୍ତି ଯେ, ଦେଶରେ ମୋଟ ୪୪କୋଟି ଛୋଟ ପିଲା ଅଛନ୍ତି। ଯେଉଁଥିରେ ୧୨ ବର୍ଷରୁ କମ୍ ପିଲାଙ୍କ ସଂଖ୍ୟା ହେଉଛି ୩୨କୋଟି। ୧୨ ରୁ ୧୭ବର୍ଷ ବୟସ ବର୍ଗରେ ସମୁଦାୟ ୧୨ କୋଟି ପିଲା ଅଛନ୍ତି।  ଏହି ବୟସରେ ପିଲାମାନଙ୍କୁ ଟିକାକରଣ ପାଇଁ ଜିଡସ୍ କ୍ୟାଡିଲାଙ୍କ ZycoV D (ZyCoV-D) କୁ ଅନୁମୋଦନ ଦିଆଯାଇଛି। ଏଥି ସହିତ ଭାରତ ବାୟୋଟେକର ଟିକା ୨ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।

Related story