କରାଚିରେ ଗୁଳି ମାଡ଼: ଜଣେ ଚାଇନା ନାଗରିକର ମୃତ୍ୟୁ

ଲାହୋର: କରାଚିରେ ଜଣେ ଚାଇନା ନାଗରିକଙ୍କ ଉପରେ ଆକ୍ରମଣ ହୋଇଛି।  ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ  ଆହତ ହୋଇଛନ୍ତି।  ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଇନା ନାଗରିକଙ୍କ ମୃତଦେହକୁ ଜବତ କରିଛି।  ​​ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କରାଚିର ସଦର ଅଂଚଳରେ ଏକ କ୍ଲିନିକକୁ ତିନି ଜଣ ଚାଇନା […]

gun

  • Published: Wednesday, 28 September 2022
  • , Updated: 28 September 2022, 09:20 PM IST

ଲାହୋର: କରାଚିରେ ଜଣେ ଚାଇନା ନାଗରିକଙ୍କ ଉପରେ ଆକ୍ରମଣ ହୋଇଛି।  ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ  ଆହତ ହୋଇଛନ୍ତି।  ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଇନା ନାଗରିକଙ୍କ ମୃତଦେହକୁ ଜବତ କରିଛି।  ​​ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କରାଚିର ସଦର ଅଂଚଳରେ ଏକ କ୍ଲିନିକକୁ ତିନି ଜଣ ଚାଇନା ନାଗରିକ ଆସିଥିଲେ।

ଏହି ସମୟରେ ଜଣେ ଦୁର୍ବୃତ୍ତ ଏମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଜଣକର ମୃତ୍ୟୁ ଘଟିଛି।  ଦୁଇ ଜଣ ଆହତ ହୋଇଛନ୍ତି। ତେବେ କରାଚିରେ ଚାଇନା ନାଗରିକଙ୍କ ହତ୍ୟା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଏପ୍ରିଲ ମାସରେ ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟର କନଫୁସିୟସ ସେଣ୍ଟରରେ ଆତ୍ମଘାତୀ ଆକ୍ରମଣରେ ତିନିଜଣ ଚାଇନା  ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗତ ବର୍ଷ ଖାଇବର ପାଖ୍ଟନଖୱାଠାରେ ହୋଇଥିବା ବିସ୍ଫୋରଣରେ ୧୦ ଜଣ ଚାଇନା  ନାଗରିକ ପ୍ରାଣ ହରାଇଥିଲେ।

Related story