ସୀମାରେ ଚାଇନାର ହରକତ ଜାରି, ବଢ଼ାଇଲା ପ୍ୟାଟ୍ରୋଲିଂ

ନୂଆଦିଲ୍ଲୀ: ଭାରତର ସୀମାନ୍ତ ଅଞ୍ଚଳରେ ପୁଣିଥରେ ନିଜର ଗତିବିଧିକୁ ବଢ଼ାଇ ଦେଇଛି ଚାଇନା। ସୀମା ନିକଟରେ ଚାଇନିଜ ଯବାନମାନେ ନିୟମିତ ପ୍ୟାଟ୍ରୋଲିଂ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଆଜି ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଏପରି ସୂଚନା ଦେଇଛନ୍ତି। ଜେନେରାଲ ପାଣ୍ଡେ କହିଛନ୍ତି, “ଚାଇନା ଏବେ ଇନଣ୍ଟିଗ୍ରେଟେଡ ଯୁଗ୍ମ ଅପରେସନର ଅଭ୍ୟାସ ଆରମ୍ଭ କରିଛି। ସେମାନେ ସୀମା ନିକଟରୁ ଆର୍ମଡ ଫୋର୍ସର ବିଭିନ୍ନ ସାମଗ୍ରୀ ଆଣୁଛନ୍ତି। ଏଥିରେ ବିଭିନ୍ନ ପ୍ରକାରର […]

LAC

Hemant Lenka
  • Published: Tuesday, 19 October 2021
  • , Updated: 19 October 2021, 11:54 AM IST

ନୂଆଦିଲ୍ଲୀ: ଭାରତର ସୀମାନ୍ତ ଅଞ୍ଚଳରେ ପୁଣିଥରେ ନିଜର ଗତିବିଧିକୁ ବଢ଼ାଇ ଦେଇଛି ଚାଇନା। ସୀମା ନିକଟରେ ଚାଇନିଜ ଯବାନମାନେ ନିୟମିତ ପ୍ୟାଟ୍ରୋଲିଂ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଆଜି ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଏପରି ସୂଚନା ଦେଇଛନ୍ତି।

ଜେନେରାଲ ପାଣ୍ଡେ କହିଛନ୍ତି, “ଚାଇନା ଏବେ ଇନଣ୍ଟିଗ୍ରେଟେଡ ଯୁଗ୍ମ ଅପରେସନର ଅଭ୍ୟାସ ଆରମ୍ଭ କରିଛି। ସେମାନେ ସୀମା ନିକଟରୁ ଆର୍ମଡ ଫୋର୍ସର ବିଭିନ୍ନ ସାମଗ୍ରୀ ଆଣୁଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର ଓ ଗାଡ଼ି ରହିଛି। ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଏଗୁଡ଼ିକ ସଂଖ୍ୟା ଅଧିକ। ଦୀର୍ଘ ଦିନ ଧରି ସୀମା ନିକଟରେ ନିଜର କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଚାଇନିଜ ଯବାନମାନେ ଯୋଜନା କରିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।”

ସେ ଆହୁରି କହିଛନ୍ତି, ପିଏଲଏ ପକ୍ଷରୁ ପୂର୍ବାପେକ୍ଷା ଏବେ ସାମାନ୍ୟ ଅଧିକ ପ୍ୟାଟ୍ରୋଲିଂ କରାଯାଉଛି। ସୀମାର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଏହା ସୀମିତ ରହିଛି। କିନ୍ତୁ ପ୍ୟାଟ୍ରୋଲିଂ ଢାଞ୍ଚାରେ ଚାଇନା ପରିବର୍ତ୍ତନ କରିନି। ପୂର୍ବଭଳି ସେମାନେ ପ୍ୟାଟ୍ରୋଲିଂ କରୁଛନ୍ତି। ସୀମାର ଗଭୀର ଅଞ୍ଚଳରେ ଚାଇନା ପକ୍ଷରୁ ବାର୍ଷିକ ଯୁଦ୍ଧାଭ୍ୟାସ ମଧ୍ୟ କରାଯାଉଛି।

ଗତ ଦେଢ଼ ବର୍ଷ ହେଲାଣି ସୀମାରେ ଜାରି ରହିଥିବା ସ୍ଥିତି ‌ଆମ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ। ତେବେ ଇଷ୍ଟର୍ଣ୍ଣ କମାଣ୍ଡୋ ସବୁ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହେବାକୁ ନିଜକୁ ପ୍ରସ୍ତୁତ କରି ରଖିଛି। ଚାଇନାର ସବୁ ଗତିବିଧି ଉପରେ ନଜର ରଖାଯାଇଥିବା ମଧ୍ୟ ସେ କହିଛନ୍ତି।

ଆର୍ମିର ପ୍ରସ୍ତୁତ ସମ୍ପର୍କରେ ସୂଚନା ଦେଇ ଜେନେରାଲ ପାଣ୍ଡେ କହିଛନ୍ତି, “ଆମେ ଆମର ସର୍ଭେଲାନ୍ସଙ୍କୁ ଉଭୟ ଏଲଏସି ଓ ଅନ୍ୟ ଅଞ୍ଚଳରେ ତ୍ୱରାନ୍ୱିତ କରିଛୁ। ସବୁ ସେକ୍ଟରରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ଆମ ପାଖରେ ପର୍ଯ୍ୟାନ୍ତ ପରିମାଣର ଯବାନ ରହିଛନ୍ତି।

ଆମେ ମଧ୍ୟ ପ୍ୟାଟ୍ରୋଲିଂ ଢାଞ୍ଚାରେ କୌଣସି ପରିବର୍ତ୍ତନ କରିନୁ। ପୂର୍ବଭଳି ସୀମାରେ ପ୍ୟାଟ୍ରୋଲିଂ କରାଯାଉଛି। ସୀମାର ସୁରକ୍ଷା ପାଇଁ ଡ୍ରୋନ, ଉତ୍ତମ ସର୍ଭେଲାନ୍ସ ରାଡାର, କମ୍ୟୁନିକେସନ ସିଷ୍ଟମ ଓ ନାଇଟ ଭିଜନ ସାମଗ୍ରୀଗୁଡ଼ିକର ବ୍ୟବହାର ହେଉଛି।”

Related story