ଗୋଇନ୍ଦା ବିଭାଗ ରିପୋର୍ଟ କହୁଛି ଗୁଜରାଟରେ ଆପ ସରକାର ଆସିବ: କେଜ୍ରିୱାଲ  

ଅହମ୍ମଦାବାଦ: ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ସରଗରମ ରାଜନୀତି।  କ୍ଷମତା ଅକ୍ତିଆର ଲାଗି ବିଭିନ୍ନ ଦଳର ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର କସରତ। ସେପଟେ ଦିଲ୍ଲୀ ପରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଥିବା ଆମ ଆଦମୀ ପାର୍ଟିର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘନ ଘନ ଗୁଜରାଟ ଗସ୍ତରେ ଯାଇ ମାହୋଲ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହି ଅବସରରେ ସେ ଆଜି ଗୁଜରାଟ ଗସ୍ତରେ ଆସିଥିବା ବେଳେ […]

arvind-kejriwal

  • Published: Sunday, 02 October 2022
  • , Updated: 02 October 2022, 03:56 PM IST

ଅହମ୍ମଦାବାଦ: ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ସରଗରମ ରାଜନୀତି।  କ୍ଷମତା ଅକ୍ତିଆର ଲାଗି ବିଭିନ୍ନ ଦଳର ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର କସରତ। ସେପଟେ ଦିଲ୍ଲୀ ପରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଥିବା ଆମ ଆଦମୀ ପାର୍ଟିର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘନ ଘନ ଗୁଜରାଟ ଗସ୍ତରେ ଯାଇ ମାହୋଲ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହି ଅବସରରେ ସେ ଆଜି ଗୁଜରାଟ ଗସ୍ତରେ ଆସିଥିବା ବେଳେ ରୋଚକ ବୟାନ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଗୋଇନ୍ଦା ବିଭାଗର ରିପୋର୍ଟ ଅନୁସାରେ ଏଥର ଗୁଜରାଟରେ ଆପ ସରକାର ଗଠନ କରିବ।

ବହୁ ଅଳ୍ପ ବ୍ୟବଧାନରେ ତାଙ୍କ ଦଳ ବିଜୟ ଲାଭ କରିବା ନେଇ ଗୋଇନ୍ଦା ରିପୋର୍ଟରୁ ସେ ସୂଚନା ପାଇଥିବା କହିଛନ୍ତି।  ସେ କହିଛନ୍ତି ଯେ, ଏଠାରେ ବିଜେପି ଓ କଂଗ୍ରେସ ଆପ ଭୋଟ୍‌କୁ କାଟିବା ପାଇଁ ଚେଷ୍ଟର କରିବେ। ଗୋଇନ୍ଦା ରିପୋର୍ଟ ଅନୁଯାୟୀ ଯଦି ଆଜି ଗୁଜରାଟରେ ନିର୍ବାଚନ ହୁଏ ତେବେ ଏଠାରେ ଆପର ବିଜୟ ହାସଲ ହେବ ବୋଲି ସେ କହିଛନ୍ତି ।  କିନ୍ତୁ ରିପୋର୍ଟରେ ଲେଖା  ଅଛି ଯେ, ଅତି ଅଳ୍ପ ମାର୍ଜିନରେ ଦଳ ବିଜୟ ଲାଭ କରିବ।

ଗୁଜରାଟ ଲୋକଙ୍କୁ ଆଉଟିକେ ଧକ୍କା ଲଗାଇବାକୁ ପଡ଼ିବ। ଯେଉଁଥି ପାଇଁ ଆପ ଏକ ଭଲ ବହୁମତ ପାଇବାରେ ସକ୍ଷମ ହେବ।   କିନ୍ତୁ ଯେବେଠାରୁ ଏହି ରିପୋର୍ଟ ଆସିଲାଣି ସେବେଠାରୁ ବିଜେପି ଓ କଂଗ୍ରେସ ଏକାଠି ହୋଇସାରିଛନ୍ତି।  ଏମାନଙ୍କର ଅତି ଗୋପନରେ ସଭା ଚାଲିଛି।  ସିକ୍ରେଟ ମିଟିଂ ହେଉଛି।  ବିଷେଶ କରି ବିଜେପି ଅଧିକ ବିଚଳିତ ହୋଇପଡ଼ିଛି। ଗତ କିଛି ଦିନ ହେବ ଉଭୟ ଦଳ ସିକ୍ରେଟ ମିଟିଂ କରି ଏକା ଭାଷାରେ ମୋତେ ଗାଳି ଦେଉଛନ୍ତି।  ବିଜେପି କଂଗ୍ରେସକୁ ଗାଳି ଦେଉନି। କଂଗ୍ରେସ ବି ବିଜେପିକୁ ଗାଳି ଦେଉନି। ବରଂ ଉଭୟ ଦଳ ମୋତେ ଗାଳି ଦେଉଛନ୍ତି।  କଂଗ୍ରେସକୁ ମଜଭୁତ ପାଇଁ ବିଜେପି ପୂରା ପ୍ରସାୟ କରୁଛି।  ଏହା ଦ୍ୱରା ଯେମିତି ବିଜେପି ବିରୋଧୀ ଭୋଟ ବଣ୍ଟା ହୋଇଯିବ। ଏହାର ଅର୍ଥ ଯେଉଁମାନେ ବିଜେପି ଉପରେ ନାଖୁସ ଅଛନ୍ତି ସେମାନଙ୍କକ ଭିଭୋଟ ବିଭାଜନ ହୋଇଯିବ। ତେଣୁ ଆପ୍‌ ଭୋଟ ନେବାକୁ ବିଜେପି କଂଗ୍ରେସକୁ ଦାୟିତ୍ୱ ଦେଇଛି।

Related story