୨ୟ ଶ୍ରେଣୀ ଛାତ୍ରଙ୍କୁ ‍ଫିଙ୍ଗିବାକୁ ଉଦ୍ୟମ କଲେ ହେଡସାର୍‌, ଆଉ ତା’ ପରେ

ମିର୍ଜାପୁର: ସମସ୍ତଙ୍କୁ ବିଚଳିତ କରିବା ଭଳି ଫଟୋ ଏବେ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ମିର୍ଜାପୁରରେ ଗୋଟିଏ ସ୍କୁଲର ପ୍ରଧାନ ଶିକ୍ଷକ ଦୁଷ୍ଟ ହେଉଥିବା ଜଣେ ୨ୟ ଶ୍ରେଣୀର ଛାତ୍ରଙ୍କୁ ଉପର ମହଲାରୁ ତଳକୁ ଫିଙ୍ଗି ଦେବାକୁ ଉଦ୍ୟମ କରିଛନ୍ତି। ଏପରି କି ସେ ଛାତ୍ର ଜଣଙ୍କର ଗୋଟିଏ ଗୋଡ଼କୁ ଧରି ତଳକୁ ଝୁଲାଇ ରଖିଥିବା ବେଳର ଫଟୋ ଭାଇରାଲ ହେବାରେ ଲାଗିଛି। ଗୁରୁବାର ଲଞ୍ଚ ବ୍ରେକ ବେଳେ ୨ୟ ଶ୍ରେଣୀର ପଢ଼ୁଥିବା ସୋନୁ ଯାଦବ ତାଙ୍କର […]

school

Hemant Lenka
  • Published: Friday, 29 October 2021
  • , Updated: 29 October 2021, 04:15 PM IST

ମିର୍ଜାପୁର: ସମସ୍ତଙ୍କୁ ବିଚଳିତ କରିବା ଭଳି ଫଟୋ ଏବେ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ମିର୍ଜାପୁରରେ ଗୋଟିଏ ସ୍କୁଲର ପ୍ରଧାନ ଶିକ୍ଷକ ଦୁଷ୍ଟ ହେଉଥିବା ଜଣେ ୨ୟ ଶ୍ରେଣୀର ଛାତ୍ରଙ୍କୁ ଉପର ମହଲାରୁ ତଳକୁ ଫିଙ୍ଗି ଦେବାକୁ ଉଦ୍ୟମ କରିଛନ୍ତି। ଏପରି କି ସେ ଛାତ୍ର ଜଣଙ୍କର ଗୋଟିଏ ଗୋଡ଼କୁ ଧରି ତଳକୁ ଝୁଲାଇ ରଖିଥିବା ବେଳର ଫଟୋ ଭାଇରାଲ ହେବାରେ ଲାଗିଛି।

ଗୁରୁବାର ଲଞ୍ଚ ବ୍ରେକ ବେଳେ ୨ୟ ଶ୍ରେଣୀର ପଢ଼ୁଥିବା ସୋନୁ ଯାଦବ ତାଙ୍କର ଜଣେ ସାଙ୍ଗକୁ ପିଟିଥିଲେ। ଏପରି କି  ତାଙ୍କୁ କାମୁଡ଼ି ମଧ୍ୟ ଦେଇଥିଲେ। ଏଥିରେ ହେଡସାର ମନୋଜ ବିଶ୍ୱକର୍ମା ରାଗି ଯାଇଥିଲେ। ସେ ସୋନୁ ପାଖକୁ ଯିବା ସହ ତାଙ୍କୁ ଆକଟ କରିଥିଲେ। ଏହାପରେ ଟପ୍‌ ଫ୍ଲୋରରେ ଛିଡ଼ା ହୋଇ ସେ ସୋନକୁ ତଳକୁ ଫିଙ୍ଗି ଦେବେ ବୋଲି ଧମକ ଦେଇଥିଲେ।

ମନୋଜ ଟପ୍‌ ଫ୍ଲୋରରୁ ସୋନୁଙ୍କ ଗୋଟିଏ ଗୋଡ଼କୁ ଧରି ତଳକୁ ଝୁଲାଇ ଦେଇଥିଲେ। ଯଦି ସେ ମାରପିଟି ପାଇଁ କ୍ଷମା ନ ମାଗିବେ, ତା’ହେଲେ ସେ ତାଙ୍କୁ ତଳକୁ ଫୋପାଡ଼ି ଦେବେ ବୋଲି ଧମକାଇ ଥିଲେ। ଏହି ସମୟରେ ସୋନୁ ଭୟରେ କାନ୍ଦିବା ସହ ଥରିବାକୁ ଲାଗିଥିଲେ। ସୋନୁଙ୍କ କାନ୍ଦ ଶୁଣି ଅଲଗା ଶ୍ରେଣୀରେ ପଢ଼ୁଥିବା ପିଲାମାନେ ମଧ୍ୟ ସେଠାରେ ଏକାଠି ହୋଇ ଯାଇଥିଲେ। ଏହାପରେ ହେଡସାର ମନୋଜ ବାଧ୍ୟ ହୋଇ ସୋନୁଙ୍କୁ ଛାଡ଼ି ଦେଇଥିଲେ।


ଅନ୍ୟପକ୍ଷରେ ସୋନୁଙ୍କ ବାପା ରାଜୀବ କହିଛନ୍ତି, ହେଡସାରଙ୍କ କାର୍ଯ୍ୟାନୁଷ୍ଠାନ ଭୁଲ। କିନ୍ତୁ ସେ ସୋନୁଙ୍କୁ ଭଲ ପାଉଥିବାରୁ ଏମିତି କରିଛନ୍ତି। ଏପରି କାର୍ଯ୍ୟାନୁଷ୍ଠାନରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ରାଜୀବ କହିଛନ୍ତି।

ତେବେ ଭାଇରାଲ ଫଟୋକୁ ନେଇ ବିଭିନ୍ନ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ପୁଲିସ୍‌ ହେଡସାର ମନୋଜ ବିଶ୍ୱକର୍ମାଙ୍କୁ ଗିରଫ କରିଛି।

Related story