ସାମ୍ପ୍ରଦାୟିକ ହିଂସା, ପୁଲିସ ଉପରକୁ ପେଟ୍ରୋଲ ବୋମା ମାଡ଼

ଅହମ୍ମଦାବାଦ: ଦୀପାବଳିରେ ଅଘଟଣ। ବାଣ ଫୁଟାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ହୋଇଛି। ପଥରମାଡ ସାଙ୍ଗକୁ ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ। ଗୁଜରାଟର ଭଦୋଦରାରେ ଘଟିଛି ଏଭଳି କିଛି ଘଟଣା। ପାନିଘାଟ ଅଞ୍ଚଳର ହରଂଖାନା ରୋଡ୍ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥର ମାଡ ହୋଇଥିଲା। ଏପରିକି ଦୋକାନ ଭଙ୍ଗାରୁଜା କରିବା ସହ […]

clash-between-two-group

Madhupriya Mistry
  • Published: Tuesday, 25 October 2022
  • , Updated: 25 October 2022, 11:57 AM IST

ଅହମ୍ମଦାବାଦ: ଦୀପାବଳିରେ ଅଘଟଣ। ବାଣ ଫୁଟାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ହୋଇଛି। ପଥରମାଡ ସାଙ୍ଗକୁ ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ। ଗୁଜରାଟର ଭଦୋଦରାରେ ଘଟିଛି ଏଭଳି କିଛି ଘଟଣା।

ପାନିଘାଟ ଅଞ୍ଚଳର ହରଂଖାନା ରୋଡ୍ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥର ମାଡ ହୋଇଥିଲା। ଏପରିକି ଦୋକାନ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଉପରକୁ ମଧ୍ୟ ସେମାନେ ପେଟ୍ରୋଲ ବୋମା ଫିଙ୍ଗିଥିଲେ।

ପରେ ପୁଲିସ ଲାଠି ଚାର୍ଜ କରିବା ସହ ସ୍ଥିତି ଉପରେ କାବୁ କରିଥିଲା। ଦଙ୍ଗାକାରୀମାନେ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରି ମାର୍‌ପିଟ୍ ଆରମ୍ଭ କରିଥିଲେ। ପୁଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ୧୯ ଜଣକୁ ଗିରଫ କରାଯାଇଛି।

ଏହାପୂର୍ବରୁ ଭଦୋଦରାରେ ଦୁଇ ସ୍କୁଟର୍ ମଧ୍ୟରେ ଧକ୍କା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ପଥରମାଡ କରିଥିଲେ। ଘଟଣା ପରେ ରାବପୁରା ଓ ଧିକାଟାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Related story