ମଦ୍ୟପାନ କରି ଗୁରୁଦ୍ୱାର ଭିତରକୁ ପ୍ରବେଶ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଅଭିଯୋଗ ଆଣିଲା ବିଜେପି
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ଙ୍କ ବିରୋଧରେ ଜଣେ ବିଜେପି ନେତା ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଭଗୱତ ମଦ୍ୟପାନ କରି ଗୁରୁଦ୍ୱାରରେ ପ୍ରବେଶ କରିଥିବା ବିଜେପି ନେତା ତଜିନ୍ଦର ପଲ ସିଂହ ବାଗା ଅଭିଯୋଗ କରିଛନ୍ତି। ଏନେଇ ସେ ପୁଲିସରେ ଅଭିଯୋଗ କରିଥିବା ବେଳେ ମାନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଜାବ ଡିଜିଙ୍କୁ ଅନୁରୋଧ କରିଛନ୍ତି। ଅଭିଯୋଗର ସ୍କିନ୍ଟକୁ ବିଜେପି ନେତା ତଜିନ୍ଦର ପଲ ନି ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ସେ ପଞ୍ଜାବ ଡିଜିପିଙ୍କ ନିକଟରେ ଦାବି କରିଛନ୍ତି। ଶୁକ୍ରବାର ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସଜିପିସି) ପକ୍ଷରୁ ସମାନ ଧରଣର ଜଅଭିଯୋଗ କରାଯାଥିଲା।
Filed Police complaint against Punjab CM @BhagwantMann for Entering Gurudwara Damdama Sahib in Drunk Condition. I request @DGPPunjabPolice @PunjabPoliceInd to take action on my complaint pic.twitter.com/3bde4i32zI
— Tajinder Pal Singh Bagga (@TajinderBagga) April 16, 2022
ଆପ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ତଖତ ଦମଦମା ସାହିବ ମନ୍ଦିର ଭିତରକୁ ମଦ୍ୟପାନ ପ୍ରବେଣ କରିଥିବା ଅଭିଯୋଗ କରାଯାଥିଲା। ଏପ୍ରିଲ ୧୪ରେ ବୈଶାଖୀ ଉତ୍ସବ ଅବସରେ ସେଠାରେ ବ୍ୟାପକ ଆୟୋଜନ କରାଯାଥିଲା। ଏହି ସମୟରେ ଭଗୱନ୍ତ ମାନ୍ ସେଠାକୁ ଯାଇଥିବା ବେଳେ ସେ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ କ୍ଷମା ମାଗିବା ପାଇଁ କମିଟି ଦାବି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।