ନମାଜ ପାଠ ଲାଗି ଜାତୀୟ ରାଜପଥକୁ ଅବରୋଧ ପାଇଁ କଂଗ୍ରେସ ଅନୁମତି ଦେଇଛି: ଅମିତ୍‌ ଶାହ

ଡେରାଡୁନ୍: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କହିଛନ୍ତି ନମାଜ ପାଠ ଲାଗି ଜାତୀୟ ରାଜପଥକୁ ଅବରୋଧ ପାଇଁ ଅନୁମତି ଦେଇଛି କଂଗ୍ରେସ। କଂଗ୍ରେସକୁ କେବଳ ତୁଷ୍ଟୀକରଣ ରାଜନୀତି ଜଣା ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି । ଉତ୍ତରାଖଣ୍ଡ ଗସ୍ତରେ ଥିବା ଶାହ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ କଥା କହିଛନ୍ତି । ସେ କହିଥିଲେ ଯେ, କଂଗ୍ରେସ ସରକାର ସମୟରେ ମୁଁ ଏଠାକୁ ଆସିଥିଲି। […]

AMIT SAHA

Tapas Behera
  • Published: Saturday, 30 October 2021
  • , Updated: 30 October 2021, 09:58 PM IST

ଡେରାଡୁନ୍: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କହିଛନ୍ତି ନମାଜ ପାଠ ଲାଗି ଜାତୀୟ ରାଜପଥକୁ ଅବରୋଧ ପାଇଁ ଅନୁମତି ଦେଇଛି କଂଗ୍ରେସ। କଂଗ୍ରେସକୁ କେବଳ ତୁଷ୍ଟୀକରଣ ରାଜନୀତି ଜଣା ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି । ଉତ୍ତରାଖଣ୍ଡ ଗସ୍ତରେ ଥିବା ଶାହ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ କଥା କହିଛନ୍ତି ।

ସେ କହିଥିଲେ ଯେ, କଂଗ୍ରେସ ସରକାର ସମୟରେ ମୁଁ ଏଠାକୁ ଆସିଥିଲି। କିଛି ଲୋକ ମୋତେ କହିଥିଲେ ଯେ, ସରକାର ଶୁକ୍ରବାର ନମାଜ ପାଇଁ ଜାତୀୟ ରାଜପଥକୁ ଅନୁମତି ଦେଇଛନ୍ତି। କଂଗ୍ରେସ କେବଳ ସନ୍ତୁଷ୍ଟୀକରଣ ରାଜନୀତି କରେ ଲୋକଙ୍କ ପାଇଁ କୌଣସି ଜନକଲ୍ୟାଣମୂଳ କରାର୍ଯ୍ୟ କରି ନାହିଁ ବୋଲି ଶାହ କହିଛନ୍ତି। ଶାହ ଡେରାଡୁନ୍‌ରେ  'ମୁଖ୍ୟମନ୍ତ୍ରୀଙ୍କ ଘାସିଆରି କଲ୍ୟାଣ ଯୋଜନା'ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ଟାର୍ଗେଟ କରି ଅତ୍ୟଧିକ ମଦ ବିକ୍ରିକୁ ପ୍ରୋତ୍ସାହନ ଦେଇ ସେମାନଙ୍କ ଜୀବନକୁ ବିପନ୍ନ କରିଚନ୍ତି ବୋଲି ଅମିତ ଶାହ  କହିଛନ୍ତି। ମୁଁ ହରିଶ ରାୱତଙ୍କୁ ଖୋଲା ବିତର୍କ କରିବାକୁ ଆହ୍ୱାନ କରିଛି। କଂଗ୍ରେସ ଏବଂ ବିଜେପି ପକ୍ଷରୁ ଦିଆଯାଇଥିବା ଇସ୍ତାହାର ପାଳନ କରିବାରେ କିଏ ଯଦି ଆଗରେ ରହୁଥାଏ ତେବେ  ସେ ବିଜେପି ବୋଲି ଶାହ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିଜେପି ଏହାର ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିର 85% ପୂରଣ କରିଛି। ଅମିତ ଶାହ କହିଛନ୍ତି ଯେ, ବିଜେପି ଶାସନାଧୀନ ଉତ୍ତରାଖଣ୍ଡ  ସବୁ ଦିଗରେ ବିକାଶ କରିଛି ।

Related story