କାଲି ଖାଡ଼ଗେ-ଥରୁରଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ଆସନ୍ତାକାଲି ଏଆଇସିସି କଂଗ୍ରେସ ସଭପତି ପାଇଁ ନିର୍ବାଚନ ରେସ୍‌ରେ ମଲ୍ଲିକାର୍ଜ୍ଜୁନ ଖାଡ଼ଗେଙ୍କ ସହ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର।  ଆସନ୍ତାକାଲି ଭୋଟ ଗ୍ରହଣ ହେବାକୁ ଥିବାବେଳେ ବିଜୟ ଆଶା ରଖିଛନ୍ତି ଥରୁର ।ପ୍ରତିନ୍ଦ୍ୱନ୍ଦ୍ୱୀ ମଲ୍ଲିକକାର୍ଜୁନ ଖାଡ଼ଗେଙ୍କ ନୀତି ଏବଂ ନିଜର ନୀତି ଭିନ୍ନ  । ଯେ କେହିବି ବିଜୟୀ ହେଲେ ସମସ୍ତ ମିଳିମିଶି କାମ କରିବେ ବୋଲି କହିଛନ୍ତି ଶଶି ଥରୁର। କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ […]

sashi-tharoor

  • Published: Sunday, 16 October 2022
  • , Updated: 16 October 2022, 07:55 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଏଆଇସିସି କଂଗ୍ରେସ ସଭପତି ପାଇଁ ନିର୍ବାଚନ ରେସ୍‌ରେ ମଲ୍ଲିକାର୍ଜ୍ଜୁନ ଖାଡ଼ଗେଙ୍କ ସହ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର।  ଆସନ୍ତାକାଲି ଭୋଟ ଗ୍ରହଣ ହେବାକୁ ଥିବାବେଳେ ବିଜୟ ଆଶା ରଖିଛନ୍ତି ଥରୁର ।ପ୍ରତିନ୍ଦ୍ୱନ୍ଦ୍ୱୀ ମଲ୍ଲିକକାର୍ଜୁନ ଖାଡ଼ଗେଙ୍କ ନୀତି ଏବଂ ନିଜର ନୀତି ଭିନ୍ନ  । ଯେ କେହିବି ବିଜୟୀ ହେଲେ ସମସ୍ତ ମିଳିମିଶି କାମ କରିବେ ବୋଲି କହିଛନ୍ତି ଶଶି ଥରୁର। କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଆଗରୁ ସ୍ପଷ୍ଟ କରିଥିଲେ । ଏହା ସହିତ  ବିବାଦ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ରେସରୁ ଓହରିଯାଇଛନ୍ତି। ଏହା ପରେ ମୈଦାନରେ ଖାଡ଼ଗେ-ଥରୁର ମୁହାଁମୁହିଁ ହେଉଛନ୍ତି।

ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଜଣେ ଅଣଗାନ୍ଧି ସଭାପତି ମିଳିବାକୁ ଯାଉଛି। ଗାନ୍ଧି ପରିବାରରୁ କେହି ବି ସଭାପତି ନିର୍ବ‌ାଚନ ଲଢ଼ିବେନି ବୋଲି ରାହୁଲ କହିବାପରେ ଜଣେ ଅଣଗାନ୍ଧି ହିଁ ଦଳର ସଭାପତି ହେବାନେଇ ସ୍ପଷ୍ଟ ହୋଇଯାଇଛି।

୧୯୯୮ ପରେ ଦଳକୁ ପ୍ରଥମ ଥର ପାଇଁ ଗାନ୍ଧି ପରିବାର ବାହାରୁ ସଭାପତି ମିଳିବେ। ଜଣେ ଅଣଗାନ୍ଧି କଂଗ୍ରେସର ସଭାପତି ହେଲେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ପରିବାରବାଦ ପ୍ରସଙ୍ଗରେ ମୁକାବିଲା କରିବା କଂଗ୍ରେସ ପାଇଁ ସହଜ ହୋଇଯିବ। ବଂଶବାଦ ରାଜନୀତି ନେଇ ବିଜେପି ଦ୍ୱାରା ସବୁବେଳେ ସମ‌ାଲୋଚନାର ଶିକାର ହୋଇ ଆସିଥିବା କଂଗ୍ରେସ ଏଥର ଜବାବ ଦେଇପାରିବ ବୋଲି କୁହାଯାଉଛି ।

Related story