ସଭାପତି ପଦ ଲାଗି ଚାଲିଛି ମତଦାନ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ନିର୍ବାଚନରେ ଆଜି ଭୋଟ୍ ଗ୍ରହଣ ଚାଲିଛି । ଏଆଇସିସି ମୁଖ୍ୟାଳୟ, ପିସିସି କାର୍ଯ୍ୟାଳୟ ସମେତ ଦେଶବ୍ୟାପୀ ୬୫ଟି ମତଦାନ କେନ୍ଦ୍ରରେ ଅନୁବନ୍ଧିତ ସଭ୍ୟମାନେ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ପର୍ଯ୍ୟନ୍ତ ଚାଲିବ। ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା କେରଳ ଥିରୁବନନ୍ତପୁରମ ସାଂସଦ ଶଶି ଥରୁର ଓ ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା […]

gandhi

  • Published: Monday, 17 October 2022
  • , Updated: 17 October 2022, 11:39 AM IST

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ନିର୍ବାଚନରେ ଆଜି ଭୋଟ୍ ଗ୍ରହଣ ଚାଲିଛି । ଏଆଇସିସି ମୁଖ୍ୟାଳୟ, ପିସିସି କାର୍ଯ୍ୟାଳୟ ସମେତ ଦେଶବ୍ୟାପୀ ୬୫ଟି ମତଦାନ କେନ୍ଦ୍ରରେ ଅନୁବନ୍ଧିତ ସଭ୍ୟମାନେ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ପର୍ଯ୍ୟନ୍ତ ଚାଲିବ। ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା କେରଳ ଥିରୁବନନ୍ତପୁରମ ସାଂସଦ ଶଶି ଥରୁର ଓ ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ।

୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ନିର୍ବାଚନ ଜରିଆରେ ବାଛିବେ।  ସୋନିଆ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀ ଏଆଇସିସି ଅଫିସରେ ହୋଇଥିବା ବୁଥରେ  ଭୋଟ ଦେଇଛନ୍ତି। ତେବେ ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧି କର୍ଣ୍ଣାଟକର ସାଙ୍ଗନକଲୁରେ ଭୋଟ୍ ଦେବେ। ରାଜ୍ୟ କଂଗ୍ରେସ ମୁଖ୍ୟ, ଦଳର ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭୋଟ ଗ୍ରହଣରେ ସାମିଲ ହେବେ ।

ସେମାନେ ନିଜ ରାଜ୍ୟ କିମ୍ବା ଦିଲ୍ଲୀ ହେଡକ୍ୱାର୍ଟରରେ ଭୋଟ୍ ଦେଇପାରିବେ।  ଆଜି ଭୋଟିଂ ପରେ ୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ । ୨୫ ବର୍ଷ ପରେ ଜଣେ ଅଣଗାନ୍ଧି ନେତା କଂଗ୍ରେସର ମୁଖିଆ ହେବେ ।

୧୯୯୮ ପରେ ଦଳକୁ ପ୍ରଥମ ଥର ପାଇଁ ଗାନ୍ଧି ପରିବାର ବାହାରୁ ସଭାପତି ମିଳିବେ। ଜଣେ ଅଣଗାନ୍ଧି କଂଗ୍ରେସର ସଭାପତି ହେଲେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ପରିବାରବାଦ ପ୍ରସଙ୍ଗରେ ମୁକାବିଲା କରିବା କଂଗ୍ରେସ ପାଇଁ ସହଜ ହୋଇଯିବ। ବଂଶବାଦ ରାଜନୀତି ନେଇ ବିଜେପି ଦ୍ୱାରା ସବୁବେଳେ ସମ‌ାଲୋଚନାର ଶିକାର ହୋଇ ଆସିଥିବା କଂଗ୍ରେସ ଏଥର ଜବାବ ଦେଇପାରିବ ବୋଲି କୁହାଯାଉଛି ।

Related story