ଆର୍‌ଏସ୍‌ଏସ୍‌ ପ୍ୟାଣ୍ଟରେ ନିଆଁ ଲଗାଇଲା କଂଗ୍ରେସ, ଜବାବ ଦେଲା ବିଜେପି

ନୂଆଦିଲ୍ଳୀ: ଆର୍‌ଏସ୍‌ଏସ୍‌ର ଡ୍ରେସ୍‌ କୋଡ ଗେରୁଆ ପ୍ୟାଣ୍ଟରେ ନିଆଁ ଲଗାଇଲା କଂଗ୍ରେସ। ଆଉ ଟ୍ୱିଟ୍‌ କରି ଶେଆର କଲା ଫଟୋ। ଏଭଳି କିଛି କରି ‘ଭାରତ ଯୋଡୋ’ ଯାତ୍ରା ଭିତରେ କଂଗ୍ରେସ ପୁଣି ଥରେ ବିଜେପିକୁ ଉସକାଇଛି। ଆଉ ବିଜେପି ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଛି। କଂଗ୍ରେସ ଶେଆର କରିଥିବା ଫଟୋକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ବିରୋଧୀ ଶାସକ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଆଜି କଂଗ୍ରେସ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ […]

RSS Pant

Madhupriya Mistry
  • Published: Monday, 12 September 2022
  • , Updated: 12 September 2022, 04:06 PM IST

ନୂଆଦିଲ୍ଳୀ: ଆର୍‌ଏସ୍‌ଏସ୍‌ର ଡ୍ରେସ୍‌ କୋଡ ଗେରୁଆ ପ୍ୟାଣ୍ଟରେ ନିଆଁ ଲଗାଇଲା କଂଗ୍ରେସ। ଆଉ ଟ୍ୱିଟ୍‌ କରି ଶେଆର କଲା ଫଟୋ। ଏଭଳି କିଛି କରି 'ଭାରତ ଯୋଡୋ' ଯାତ୍ରା ଭିତରେ କଂଗ୍ରେସ ପୁଣି ଥରେ ବିଜେପିକୁ ଉସକାଇଛି। ଆଉ ବିଜେପି ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଛି। କଂଗ୍ରେସ ଶେଆର କରିଥିବା ଫଟୋକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ବିରୋଧୀ ଶାସକ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି।

ଆଜି କଂଗ୍ରେସ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ଶେଆର କରିଛି। ଏହି ଫଟୋରେ ଆର୍‌ଏସ୍‌ଏସ୍‌ର ଡ୍ରେସ୍‌ ବା ପ୍ୟାଣ୍ଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏଥିରୁ ଧୂଆଁ ମଧ୍ୟ ବାହାରୁଛି। ଏହି ଫଟୋ ଜରିଆରେ ଆର୍‌ଏସ୍‌ଏସ୍‌ ଓ ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ଆଉ ମାତ୍ର ୧୪୫ଦିନ ମଧ୍ୟରେ ଦେଶ ବିଜେପି-ଆରଏସଏସ ମୁକ୍ତ ହେବ ବୋଲି କହିଛି କଂଗ୍ରେସ।

ଫଟୋ ଶେଆର କରି କଂଗ୍ରେସ ଲେଖିଛି, 'ଦେଶକୁ ଘୃଣା ମୁକ୍ତ କରିବା ତଥା ଆରଏସ୍‌ଏସ୍‌-ବିଜେପି ଦ୍ୱାରା ହୋଇଥିବା କ୍ଷତିକୁ ପୂରଣ କରିବା ପାଇଁ ଆମେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ାଉଛୁ। ଆମେ ଆମର ଲକ୍ଷ୍ୟ ଆଡକୁ ଗତି କରୁଛୁ।'

https://twitter.com/INCIndia/status/1569184101638508544?s=20&t=8hUNgZWo8VNgKwa-nAriZQ

ଏହି ଫଟୋ ପୋଷ୍ଟ ହେବା ପରେ ପରେ ଚିହିଁକି ଉଠିଛନ୍ତି ବିଜେପିର ସମସ୍ତ ନେତା। କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ଭାରତ ଜଳାଓ ଯାତ୍ରା ବୋଲି କହିଛି ବିଜେପି। ନିଆଁ ଲଗାଇବା ହେଉଛି କଂଗ୍ରେସର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା। ୧୯୮୪ ଦଙ୍ଗା ହେଉ ଅବା ଜାଲଗାଓଁ, ମୁମ୍ବାଇ, ହାସିମପୁରା, ଭାଗଲପୁର କିମ୍ବା ମେରଟ। ଏହି ତାଲିକା ବେଶ୍‌ ଲମ୍ବା। ୧୯୮୪ ଦଙ୍ଗାକୁ କିଭଳି ରାଜୀବ ଗନ୍ଧି ସଠିକ୍‌ ବୋଲି କହିଥିଲେ, ତାହା ମଧ୍ୟ ମେନ ରଖିବା ଉଚିତ। କଂଗ୍ରେସ କେବଳ ଦେଶକୁ ଜଳାଇବା ପାଇଁ ଚିନ୍ତା କରୁଥିବା ସେ କହିଛନ୍ତି।

https://twitter.com/AHindinews/status/1569225877392850946?s=20&t=gUCapQHHb2GUSCzKXiksgA

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ କଂଗ୍ରେସକୁ ଟାର୍ଗଟ୍‌ କରି କହିଛନ୍ତି, 'ଲୋକଙ୍କୁ ଉସକାଇବା ପାଇଁ କଂଗ୍ରେସ ଏଭଳି ଟ୍ୱିଟ୍‌ କରିଛି। ଏମାନେ ଭାରତ ଯୋଡୋ ଯାତ୍ରା ନୁହେଁ ନିଆଁ ଲଗାଇବା ଯାତ୍ରା କରୁଛନ୍ତି।'

କେବଳ ସେତିକି ନୁହେଁ ବିଜେପିା ଅନ୍ୟ ନେତାମାନେ ମଧ୍ୟ ସୋଶାଲ ମିଡିଆରେ କଂଗ୍ରେସ ଏହି ଫଟୋ ପୋଷ୍ଟକୁ ନେଇ ବିରୋଧ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଗିରିରାଜ କହିଛନ୍ତି, 'କଂଗ୍ରେସର ଏହା ହେଉଛି ପାରିବାରିକ ବୃତ୍ତି। ସେମାନେ ଦେଶ ଭାଙ୍ଗିବେ ନଚେତ ଦେଶ ଜାଳିଦେବେ।'

https://twitter.com/girirajsinghbjp/status/1569219311964925952?s=20&t=ItX6Fn0L2HtakdvdkDhmvQ

Related story