ପାର୍ଥ ଓ ଅର୍ପିତାଙ୍କ ରିମାଣ୍ଡ ଅବଧି ଆଉ ୨ ଦିନ ବଢ଼ିଲା

କୋଲାକତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ବହିଷ୍କୃତ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ରିମାଣ୍ଡ ଅବଧି ଆଉ ଦୁଇ ଦିନ ବଢ଼ିଛି। ଏଥିସହ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ କୋର୍ଟ ଅଗଷ୍ଟ ୫ ଯାଏ ଇଡି ହେପାଜତକୁ ପଠାଇଛନ୍ତି। ଆଜି ଉଭୟଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ପାର୍ଥ ଓ ଅର୍ପିତାଙ୍କୁ ଆଉ ୨ ଦିନ ପାଇଁ ଇଡି ହେପାଜତକୁ ପଠାଯାଇଛି। ଆଜି କୋର୍ଟଙ୍କୁ ଇଡି […]

ed

  • Published: Wednesday, 03 August 2022
  • , Updated: 03 August 2022, 08:17 PM IST

କୋଲାକତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ବହିଷ୍କୃତ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ରିମାଣ୍ଡ ଅବଧି ଆଉ ଦୁଇ ଦିନ ବଢ଼ିଛି। ଏଥିସହ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ କୋର୍ଟ ଅଗଷ୍ଟ ୫ ଯାଏ ଇଡି ହେପାଜତକୁ ପଠାଇଛନ୍ତି। ଆଜି ଉଭୟଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ପାର୍ଥ ଓ ଅର୍ପିତାଙ୍କୁ ଆଉ ୨ ଦିନ ପାଇଁ ଇଡି ହେପାଜତକୁ ପଠାଯାଇଛି।

ଆଜି କୋର୍ଟଙ୍କୁ ଇଡି ପକ୍ଷରୁ ପାର୍ଥଙ୍କୁ ୪ ଦିନିଆ ରିମାଣ୍ଡ ଅବଧିରେ ପଠାଇବାକୁ ଅନୁରୋଧ କରାଯାଇଥିଲା। ସେହିପରି ଅର୍ପିତାଙ୍କ ରିମାଣ୍ଡ ୩ ଦିନ କରିବାକୁ କୁହାଯାଇଥିଲା। ହେଲେ କୋର୍ଟ ଉଭୟଙ୍କୁ ୨ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଆଜିର ଶୁଣାଣି ବେଳେ ଅର୍ପିତାଙ୍କ ଓକିଲ ନୀଳାଦ୍ରି ଭଟ୍ଟାଚାର୍ଯ୍ୟ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।

ଇଡି ହେପାଜତରେ ଥିବା ବେଳେ ଅର୍ପିତାଙ୍କୁ ଆଇନଗତ ପରାମର୍ଶ ପାଇଁ ଅନୁମତି ଦେବାକୁ ସେ କହିଥିଲେ। ତେବେ ଏହି ଆବେଦନକୁ କୋର୍ଟ ଇଡି ହାତରେ ଛାଡ଼ି ଦେଇଥିଲେ। ଯଦି ଇଡି ଅଧିକାରୀମାନେ ଚାହିଁବେ, ତା’ହେଲେ ଅର୍ପିତାଙ୍କୁ ତାଙ୍କ ଓକିଲ ଭେଟି ପାରିବେ।

ଏହାର ଜବାବରେ ଇଡିର ଓକିଲ ତଥା ଆଡିସନାଲ ସଲିସିଟର ଜେନେରାଲ କହିଥିଲେ ଯେ ଆଇନଗତ ଆଲୋଚନା ପାଇଁ ଆମର କୌଣସି ଅସୁବିଧା ନାହିଁ। ଅର୍ପିତାଙ୍କ ଓକିଲ ଦିନକ ପାଇଁ ଭେଟି ପାରିବେ। ଏହି ସମୟରେ ଇଡିର ଅଧିକାରୀମାନେ ଉପସ୍ଥିତ ରହିବେ।

ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ତଦନ୍ତ କରୁଥିବା ବେଳେ ଇଡି ଅର୍ପିତାଙ୍କ ଠିକଣାରେ ରେଡ କରିଥିଲା। ଏହି ସମୟରେ ତାଙ୍କର ଦୁଇଟି ଘରୁ ନଗଦ ୫୦ କୋଟି ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଥିଲା। ଏହାପରେ ପ୍ରଥମେ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଛି।

Related story