ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ:ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଭ୍ୟାକସିନ୍‌। କୋଭିଡ-୧୯ ମହାମାରୀର ରକ୍ଷାକବଚ ସାଜିଥିବା ଦେଶୀ ଟିକା କୋଭିସିଲଡ୍‌ ଏବଂ କୋଭାକ୍ସିନ୍‌ ଖୋଲା ବଜାରରେ ବିକ୍ରି ହେବ। ଏନେଇ କିଛି ସର୍ତ୍ତ ରଖି ଗୁରୁବାର ଭାରତର ଡ୍ରଗ୍‌ ରେଗୁଲେଟର  ଅନୁମୋଦନ ଦେଇଛି।  ନୂଆ ଡ୍ରଗ୍‌ ଏବଂ କ୍ଲିନିକାଲ ଟ୍ରାଏଲ ନିୟମ ୨୦୧୯ ଅନୁଯାୟୀ ଏହି ମଞ୍ଜୁରୀ ଦିଆଯାଇଛି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, […]

covaxin

Tapas Behera
  • Published: Thursday, 27 January 2022
  • , Updated: 27 January 2022, 06:16 PM IST

ନୂଆଦିଲ୍ଲୀ:ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଭ୍ୟାକସିନ୍‌। କୋଭିଡ-୧୯ ମହାମାରୀର ରକ୍ଷାକବଚ ସାଜିଥିବା ଦେଶୀ ଟିକା କୋଭିସିଲଡ୍‌ ଏବଂ କୋଭାକ୍ସିନ୍‌ ଖୋଲା ବଜାରରେ ବିକ୍ରି ହେବ। ଏନେଇ କିଛି ସର୍ତ୍ତ ରଖି ଗୁରୁବାର ଭାରତର ଡ୍ରଗ୍‌ ରେଗୁଲେଟର  ଅନୁମୋଦନ ଦେଇଛି।  ନୂଆ ଡ୍ରଗ୍‌ ଏବଂ କ୍ଲିନିକାଲ ଟ୍ରାଏଲ ନିୟମ ୨୦୧୯ ଅନୁଯାୟୀ ଏହି ମଞ୍ଜୁରୀ ଦିଆଯାଇଛି।

ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ପୂର୍ବରୁ କେବଳ ଜରୁରୀ କାଳୀନ ଦୃଷ୍ଟିରୁ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ଼ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ  ଏହି ଟିକା ଉପଲବ୍ଧ କରାଯାଇଥିଲା। ଏବେ ଏହାକୁ ସାଧାରଣ ଭାବେ ଉପଲବ୍ଧ କରାଇବାକୁ ଅନୁମତି ଦିଆଯାଇଛି।

ତେବେ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ନୂଆ ସର୍ତ୍ତ ଅନୁଯାୟୀ ଫାର୍ମ କମ୍ପାନୀ ମାନେ କ୍ଲିକିନିକାଲ ଟ୍ରାଏଲ ଏବଂ ଟିକା ରପ୍ତାନୀ ପୂର୍ବରୁ ସମସ୍ତ ଆବଶ୍ୟକ ତଥ୍ୟ ପୈଠ କରିବେ। ସେହିପରି ସୁରକ୍ଷା ଦୃଷ୍ଟିରୁ ଆଉ କିଛି ସର୍ତ୍ତ ମଧ୍ୟ ଜାରି କରାଯାଇଛି।

Related story