ରାଜଧାନୀକୁ ଘାରିଲାଣି ବିପଦ

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନରେ ରାଜଧାନୀ ଦିଲ୍ଲୀରେ କୋଭିଡ ମାମଲା ବଢିବାରେ ଲାଗିଛି। ଆଜି ଜଣକର ମୃତ୍ୟୁ ଘଟିଥିବା ବେଳେ ଏଯାଏଁ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୨୫,୦୮୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୪ଟି ପଜିଟିଭ୍ ମାମଲା ରେକର୍ଡ଼ ହୋଇଛି।  ଏଥିସହ  କରୋନା ସଂକ୍ରମଣ ହାର ୦.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୨୮୫ଟି ଆକ୍ଟିଭ କେସ ରହିଛି। ଯେଉଁମାନଙ୍କ ମଧ୍ୟରୁ  ୧୨୨ ଜଣ ଘରେ ଆଇସୋଲେସନରେ ଅଛନ୍ତି। ରାଜଧାନୀରେ ଆକ୍ଟିଭ […]

corona

Tapas Behera
  • Published: Monday, 29 November 2021
  • , Updated: 29 November 2021, 05:31 PM IST

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନରେ ରାଜଧାନୀ ଦିଲ୍ଲୀରେ କୋଭିଡ ମାମଲା ବଢିବାରେ ଲାଗିଛି। ଆଜି ଜଣକର ମୃତ୍ୟୁ ଘଟିଥିବା ବେଳେ ଏଯାଏଁ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୨୫,୦୮୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୪ଟି ପଜିଟିଭ୍ ମାମଲା ରେକର୍ଡ଼ ହୋଇଛି।  ଏଥିସହ  କରୋନା ସଂକ୍ରମଣ ହାର ୦.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୨୮୫ଟି ଆକ୍ଟିଭ କେସ ରହିଛି। ଯେଉଁମାନଙ୍କ ମଧ୍ୟରୁ  ୧୨୨ ଜଣ ଘରେ ଆଇସୋଲେସନରେ ଅଛନ୍ତି। ରାଜଧାନୀରେ ଆକ୍ଟିଭ କେସ୍‌ ହାର ୦.୧୯ ପ୍ରତିଶତ ରହିଛି। ସେହିପରି କରୋନାରୁ ରିକଭରି ହାର ୯୮.୨୩ ପ୍ରତିଶତ ରହିଛି। ଯାହା ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟାରେ ୩୬ ଜଣ ରୋଗୀ  ଡିସଚାର୍ଜ ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୪,୧୫,୫୧୭ ଜଣ ଭଲ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୩,୩୯୯ଟି କେସ ପରୀକ୍ଷର କରାଯାଇଥିଲା।  ତେବେ ଦିଲ୍ଲୀରେ କରୋନା ମୃତ୍ୟୁ ହାର ୧.୭୪ ପ୍ରତିଶତ ରହିଛି । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଚେତାବନୀ ଦିଆଯାଛି। WHO କହିଛି ଯେ, ଓମିକ୍ରନ୍ ଭ୍ୟାରିଆଣ୍ଟ ଅତି ବିପଜ୍ଜନକ।  ଓମିକ୍ରନ୍ ଭ୍ୟାରିଆଣ୍ଟ ସାରା ବିଶ୍ୱକୁ ବ୍ୟାପି ଯିବାର ସମ୍ଭାବନା ଅଛି। କେତେକ କ୍ଷେତ୍ରରେ ଏହାର  ଗମ୍ଭୀର ପରିଣାମ ଦେଖିବାକୁ ମିଳିପାରେ। ତେବେ ଅଦ୍ୟାବଧି ଓମିକ୍ରନ୍ ଜନିତତ କୌଣସି ମୃତ୍ୟୁ ରିପୋର୍ଟ ଆସି ନାହିଁ। ହେଲେ ଏହା ବାବଦରେ ଆସିଛି ଚିନ୍ତାଜନକ ତଥ୍ୟ। କରୋନାର ନୂଆ ଓମିକ୍ରନ ଭାରିଆଣ୍ଟ ଡେଲଟା ଠାରୁ ୬ ଗୁଣା ଅଧିକ ସଂକ୍ରମିତ କରିପାରିବ।

ଏହା କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରିବ। ବର୍ତ୍ତମାନର କରୋନା ମୁକାବିଲା ନେଇ ଚାଲିଥିବା ଚିକିତ୍ସାକୁ ଏହା ମାତ ଦେଇପାରେ।  ଏମିତିକି ଏହା କକଟେଲ ଟିକାକୁ ବି ପ୍ରତିହତ କରିବା କ୍ଷମତା ରଖିଥିବା ଆଶଙ୍କା ରହିଛି । ବିଗତ ଦୁଇ ବର୍ଷ ଧରି କରୋନା ଭାଇରସ୍ ତାଣ୍ଡବ ରଚିଥିବା ବେଳେ ବେଶ୍ କିଛି ଦିନ ବ୍ୟବଧାନରେ ସାଧାରଣ ହେଉଥିଲା ଜୀବନ । ଆଉ ଏହାରି ଭିତରେ ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଦେଶର ଜନବହୁଳ ରାଜ୍ୟରେ ନୂତନ ପ୍ରକାର ଭାରିଆଣ୍ଟ୍ ଚିହ୍ନଟ କରିଛନ୍ତି ଏବଂ ଏହାର ସମ୍ଭାବ୍ୟ ବିପଦ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚେତାବନୀ ଦେଇଛନ୍ତି । ନେଦରଲ୍ୟାଣ୍ଡ, ଇସ୍ରାଏଲ, ଡେନମାର୍କ ଏବଂ ଅଷ୍ଟ୍ରେଲିଆରେ ଓମିକ୍ରନ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । WHO ଏହାକୁ 'ଭାରିଏଣ୍ଟସ୍ ଅଫ୍ କନ୍ସର୍ନ' ବର୍ଗରେ ରଖିଛି । କରୋନାର ନୂତନ ପ୍ରକାର ସାମ୍ନାକୁ ଆସିବା ପରେ ଭାରତ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି ।

Related story