ଛୋଟ ଛୁଆଙ୍କ ଉପରେ କରୋନାର କୋପ, ୫ ରାଜ୍ୟରେ ୮୦ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଦିନକୁ ଦିନ ଅକସ୍ମାତ ଭାବରେ କରୋନାର ପାର ବଢ଼ୁଥିବା ବେଳେ ଏହା ଉପରେ ଲଗାମ କଷିବାକୁ ଯାଇ ବିଭିନ୍ନ ରାଜ୍ୟ ନାଇଟ କର୍ଫ୍ୟୁ, ଲକଡାଉନ୍ ନୀତିକୁ ଆପଣାଇଛନ୍ତି। ଏହାରି ଭିତରେ ଏକ ରିପୋର୍ଟ ଆସିଛି ଯେଉଁଥିରେ ଦେଶରେ ଛୋଟ ଛୁଆମାନେ ଏହି ମହାମାରୀରେ ସର୍ବାଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ କିନ୍ତୁ ଏହି ମହାମାରୀରେ ଛୋଟ ଛୁଆ ସେତେଟା ପ୍ରଭାବିତ […]

new-born-baby

Subhransu Sekhar
  • Published: Sunday, 18 April 2021
  • , Updated: 18 April 2021, 06:11 PM IST

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଦିନକୁ ଦିନ ଅକସ୍ମାତ ଭାବରେ କରୋନାର ପାର ବଢ଼ୁଥିବା ବେଳେ ଏହା ଉପରେ ଲଗାମ କଷିବାକୁ ଯାଇ ବିଭିନ୍ନ ରାଜ୍ୟ ନାଇଟ କର୍ଫ୍ୟୁ, ଲକଡାଉନ୍ ନୀତିକୁ ଆପଣାଇଛନ୍ତି। ଏହାରି ଭିତରେ ଏକ ରିପୋର୍ଟ ଆସିଛି ଯେଉଁଥିରେ ଦେଶରେ ଛୋଟ ଛୁଆମାନେ ଏହି ମହାମାରୀରେ ସର୍ବାଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ କିନ୍ତୁ ଏହି ମହାମାରୀରେ ଛୋଟ ଛୁଆ ସେତେଟା ପ୍ରଭାବିତ ହୋଇନଥିଲେ।

ଏବେ ଦେଶର ୫ଟି ରାଜ୍ୟରେ ୮୦ ହଜାରରୁ ଅଧିକ ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପାଞ୍ଚଟି ରାଜ୍ୟ ହେଲା ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଛତିଶଗଡ। ଏପ୍ରିଲ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ରିପୋର୍ଟ ତିଆରି ହୋଇଛି।

ଯେଉଁଥିରେ ମହାରାଷ୍ଟ୍ରର ୬୦,୬୮୪ ଛୋଟ ପିଲା କରୋନା ପଜିଟିଭ, ସେମାନଙ୍କ ମଧ୍ୟରେ ୫ ବର୍ଷରୁ କମ୍ ୯,୦୦୦ରୁ ଅଧିକ ପିଲା ରହିଛନ୍ତି। ଉତ୍ତରପ୍ରଦେଶରେ ୩,୦୦୪ ପିଲା କରୋନା ସଂକ୍ରମିତ ହୋଇଛନ୍ତି ଏବଂ ପାଞ୍ଚ ବର୍ଷରୁ କମ୍ ୪୭୧ ପିଲା ରହିଛନ୍ତି। ଦିଲ୍ଲୀର ୨୭୦୦ ରୁ ଅଧିକ ପିଲା କରୋନାରେ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୫ ବର୍ଷରୁ କମ୍ ୪୧୧ ପିଲା ରହିଛନ୍ତି।

କର୍ଣ୍ଣାଟକରେ ୭,୩୨୭ ଛୋଟ ପିଲା କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପାଞ୍ଚ ବର୍ଷରୁ କମ୍ ପିଲା ୮୭୧ ଜଣ ରହିଛନ୍ତି। ସେହିପରି ଛତିଶଗଡରେ ୫,୯୫୦ ଶିଶୁ ସଂକ୍ରମିତ ହୋଇଥିବା ବେଳେ ପାଞ୍ଚ ବର୍ଷରୁ କମ୍ ଶିଶୁ ୯୨୨ ଜଣ ରହିଛନ୍ତି।

ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡାକ୍ତର ଧୀରେନ ଗୁପ୍ତା କହିଛନ୍ତି, ନବଜାତଙ୍କ ପାଖରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ଏବେ ଏହି ମହାମାରୀରେ ଅଧିକାଂଶ ଶିକାର ହେଉଛନ୍ତି। ଯାହାକି ଅଧିକ ବିପଦଜନକ। ଗତବର୍ଷ ତୁଳନାରେ ଚଳିତ ଥର ୫ ଗୁଣା ଅଧିକ ଛୋଟ ପିଲା କରୋନାରେ ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୫୦୧ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ତୁଳନାରେ ରବିବାର ପ୍ରାୟ ୧୧.୫ ପ୍ରତିଶତ ଅଧିକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

Related story