ଡରାଇଲା କରୋନାର ଆଉ ଏକ ରୂପ, ଟିକାକୁ ମାତ ଦେବାର ରଖିଛି କ୍ଷମତା!

ନୂଆଦିଲ୍ଲୀ: ପୁଣିଥରେ ରୂପ ବଦଳାଇ ମାରାତ୍ମକ ରୂପ ଧାରଣ କରିଛି ମହାମାରୀ କରୋନା। କରୋନାର ଆଉ ଏକ ନୂଆ ରୂପ ସମ୍ପର୍କରେ ସାଂଘାତିକ ତଥ୍ୟ ହାସଲ କରିଛନ୍ତି ବୈଜ୍ଞାନିକ। ଦକ୍ଷିଣ ଆଫ୍ରିକା ସମେତ ବିଭିନ୍ନ ଦେଶରେ ଠାବ ହୋଇଥିବା କରୋନାର C.1.2 ଭ୍ୟାରିଏଣ୍ଟ ସବୁଠାରୁ ଅଧିକ ବେଗରେ ସଂକ୍ରମଣ କରିବାର କ୍ଷମତା ରଖିଛି। ସେହିପରି ଏହା ବର୍ତ୍ତମାନ ବ୍ୟବହାର ହେଉଥିବା ଦୁନିଆର ସବୁ ଟିକାକୁ ମାତ୍‌ ଦେବାକୁ ସକ୍ଷମ ହେବ। ଟିକା ନେବା ଦ୍ୱାରା ସୃଷ୍ଟି ହେଉଥିବା […]

Corona1

Hemant Lenka
  • Published: Monday, 30 August 2021
  • , Updated: 30 August 2021, 09:29 PM IST

ନୂଆଦିଲ୍ଲୀ: ପୁଣିଥରେ ରୂପ ବଦଳାଇ ମାରାତ୍ମକ ରୂପ ଧାରଣ କରିଛି ମହାମାରୀ କରୋନା। କରୋନାର ଆଉ ଏକ ନୂଆ ରୂପ ସମ୍ପର୍କରେ ସାଂଘାତିକ ତଥ୍ୟ ହାସଲ କରିଛନ୍ତି ବୈଜ୍ଞାନିକ। ଦକ୍ଷିଣ ଆଫ୍ରିକା ସମେତ ବିଭିନ୍ନ ଦେଶରେ ଠାବ ହୋଇଥିବା କରୋନାର C.1.2 ଭ୍ୟାରିଏଣ୍ଟ ସବୁଠାରୁ ଅଧିକ ବେଗରେ ସଂକ୍ରମଣ କରିବାର କ୍ଷମତା ରଖିଛି।

ସେହିପରି ଏହା ବର୍ତ୍ତମାନ ବ୍ୟବହାର ହେଉଥିବା ଦୁନିଆର ସବୁ ଟିକାକୁ ମାତ୍‌ ଦେବାକୁ ସକ୍ଷମ ହେବ। ଟିକା ନେବା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ C.1.2 ଭ୍ୟାରିଏଣ୍ଟ ମାତ ଦେଇ ସାଂଘାତିକ ସୃଷ୍ଟି କରିପାରେ ବୋଲି ଗୋଟିଏ ଗବେଷଣାରୁ ଜଣାପଡ଼ିଛି।

ଏନଆଇସିଡି ଓ ଦକ୍ଷିଣ ଆଫ୍ରିକାରେ ଥିବା କେଆରଆଇଏସ୍‌ପିର ବୈଜ୍ଞାନିକମାନେ ଗବେଷଣାରୁ ଏପରି ତଥ୍ୟ ହାସଲ କରିଛନ୍ତି। ସେମାନେ କହିଛନ୍ତି, କରୋନାର C.1.2 ଭ୍ୟାରିଏଣ୍ଟ ପ୍ରଥମେ ଚଳିତ ବର୍ଷ ମେ’ ମାସରେ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିଲା। ଏବେ ଏହା ଚାଇନା, କଙ୍ଗୋ, ମରିସସ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ ଓ ସ୍ୱିଜରଲ୍ୟାଣ୍ଡରେ ଲୋକଙ୍କୁ ସଂକ୍ରମିତ କରିବାକୁ ସକ୍ଷମ ହୋଇଛି।

ଦକ୍ଷିଣ ଆଫ୍ରିକାରେ କରୋନାର ପ୍ରଥମ ଲହର ବେଳେ ସି.୧ ଭ୍ୟାରିଏଣ୍ଟ ଦେଖାଯାଇଥିଲା। ଏହା ବାରମ୍ବାର ରୂପ ବଦଳାଉଥିଲା। ଏହି ସି.୧ ତୁଳନାରେ C.1.2 ଆହୁରି ଅଧିକ ବେଗରେ ମ୍ୟୁଟେଡ୍‌ ହୋଇ ଜଣଙ୍କ ଠାରୁ ଆଉ ଜଣଙ୍କ ପାଖରେ ପହଞ୍ଚୁଛି। ସି.୧ ଭ୍ୟାରିଏଣ୍ଟ ମ୍ୟୁଟେଡ ହୋଇ C.1.2 ରୂପ ଧାରଣ କରିଛି। କରୋନାର ଅନ୍ୟ ସମସ୍ତ ଭ୍ୟାରିଏଣ୍ଟ ତୁଳନାରେ C.1.2 ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧି କରିବାକୁ ସକ୍ଷମ।

ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ରୂପ ବିଷୟରେ ଜାଣିବା ପାଇଁ  ପ୍ରତି ମାସରେ ସଂକ୍ରମିତଙ୍କ ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ମେ’ ମାସରେ C.1.2 ଭ୍ୟାରିଏଣ୍ଟ ୦.୨% ନମୁନାରୁ ଠାବ ହୋଇଥିବା ବେଳେ ଜୁନ୍‌ରେ ଏହା ୧.୬% ଓ ଜୁଲାଇରେ ୨%କୁ ବୃଦ୍ଧି ପାଇଥିଲା। ଏହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି C.1.2 ଭ୍ୟାରିଏଣ୍ଟ ବ୍ୟତୀତ ଦେଶରେ ବିଟା ଓ ଡେଲ୍ଟା ଭ୍ୟାରିଏଣ୍ଟ ଜନିତ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି।

ଗବେଷଣା ଅନୁଯାୟୀ, C.1.2 ଭ୍ୟାରିଏଣ୍ଟର ମ୍ୟୁଟେସନ ହାର ବର୍ଷକୁ ୪୧.୮। ଏହାର ଅର୍ଥ ବିଶ୍ୱର ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଏହା ଦୁଇଗୁଣ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରିପାରିବ। ଏଥିସହ C.1.2 ଟିକା ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମାତ ଦେବାର କ୍ଷମତା ରଖିଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ତଥାପି ଏହା ଉପରେ ଅଧିକ ଗବେଷଣା କରାଯାଉଥିବା ସେମାନେ କହିଛନ୍ତି।

Related story