ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଟାର୍ଗେଟ କଲେ ପ୍ରିୟଙ୍କା

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନ ଥିବାରୁ ପୂରା ଦମରେ ଲାଗି ପଡ଼ିଛି କଂଗ୍ରେସ। ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ପୁଣି ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ବିଜେପି ଶାସନ କାଳରେ ଦଳିତ, ଓବିସି, ବ୍ରାହ୍ମଣ ସମସ୍ତେ ଶୋଷଣର ଶିକାର ହୋଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁରରେ ଏକ ଜନ ସଭାରେ ଯୋଗଦେଇ ପ୍ରିୟଙ୍କା କହିଛନ୍ତି ଯେ, ଦଳିତ, ବୁଣାକାର ଓବିସି, ଗରିବ, ସଂଖ୍ୟା ଲଘୁ […]

Priyanka

Tapas Behera
  • Published: Sunday, 31 October 2021
  • , Updated: 31 October 2021, 06:14 PM IST

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନ ଥିବାରୁ ପୂରା ଦମରେ ଲାଗି ପଡ଼ିଛି କଂଗ୍ରେସ। ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ପୁଣି ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ବିଜେପି ଶାସନ କାଳରେ ଦଳିତ, ଓବିସି, ବ୍ରାହ୍ମଣ ସମସ୍ତେ ଶୋଷଣର ଶିକାର ହୋଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁରରେ ଏକ ଜନ ସଭାରେ ଯୋଗଦେଇ ପ୍ରିୟଙ୍କା କହିଛନ୍ତି ଯେ, ଦଳିତ, ବୁଣାକାର ଓବିସି, ଗରିବ, ସଂଖ୍ୟା ଲଘୁ ସମସ୍ତେ ଯୋଗୀଙ୍କ ଶାସନ କାଳରେ ଶୋଷଣରେ ଶିକାର ହୋଇଛନ୍ତି।

ଗୁରୁ ଗୋରଖନାଥଙ୍କ ଶିକ୍ଷା ବିରୋଧରେ ଯୋଗୀ ଆଦିତ୍ୟନାଥ ସରକାର ଚଳାଇଛନ୍ତି। ତାଙ୍କ ସରକାର ଦୈନିକ ଲୋକଙ୍କ ଉପରେ ଆକ୍ରମଣ କରୁଛି। ଗତ ୪.୫ ବର୍ଷରେ ଯୋଗୀଙ୍କ ସରକାର କିଛି କରିନାହାନ୍ତି ବୋଲି କହିଛନ୍ତି।  କିନ୍ତୁ ଆଗକୁ ନିର୍ବାଚନ ଥିବାରୁ ସରକାର ଥୋପ ପକାଇବା ଅରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଗୋରଖପୁରକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି। ମହାମାରୀ କରୋନା କାଳରେ ଅନେକ ଶବ ନଦୀରେ ଭାସିଲା ବୋଲି ପ୍ରିୟଙ୍କା କହିଛନ୍ତି। ତେବେ  ଯଦି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବ, ତା’ହେଲେ ଦଳ ପକ୍ଷରୁ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ପ୍ରିୟଙ୍କା।

ସେ କହିଥିଲେ ଯେ, ମହାମାରୀ କରୋନା ଓ ବର୍ତ୍ତମାନ ପ୍ରଦେଶରେ ବ୍ୟାପିଥିବା ଜ୍ୱର ସମୟରେ ସରକାରୀ ଅବହେଳା ଯୋଗୁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସମସ୍ତେ ଦେଖିଛନ୍ତି। ତେଣୁ ୟୁପି କଂଗ୍ରେସ ତା’ର ଘୋଷଣାପତ୍ର କମିଟିର ଅନୁମତେ କ୍ରମେ ସମସ୍ତଙ୍କୁ ମାଗଣା ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ସରକାର ଗଠନ କରିବା ମାତ୍ରେ ସବୁ ରୋଗର ଚିକିତ୍ସା ମାଗଣାରେ କରାଯିବ। କଂଗ୍ରେସ ସରକାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦେବେ। ପୂର୍ବରୁ ୨୦ ଲକ୍ଷ ନିଯୁକ୍ତି, ଋଣ ଛାଡ଼, ମାଗଣା ସ୍ମାର୍ଟଫୋନ ଓ ସ୍କୁଟି ପ୍ରଦାନ ନେଇ ଘୋଷଣା କରିଥିଲେ ପ୍ରିୟଙ୍କା।

Related story