ସୀମାରେ ଭିତ୍ତିଭୂମି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ବିଆର୍‌ଓକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ସୀମାରେ ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ ଶୀଘ୍ର ପହଞ୍ଚିବା ପାଇଁ ଚୀନ ତା’ର ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ତେଣୁ ବର୍ଡର ରୋଡ୍‌ସ ଅର୍ଗାନାଇଜେସନ୍ (ବିଆର୍‌ଓ) ବା ସୀମା ସଡ଼କ ସଂଗଠନ ମଧ୍ୟ ଏହାର ଦକ୍ଷତା ବଢ଼ାଇବା ସହିତ ନବୀନତମ ଜ୍ଞାନକୌଶଳର ପ୍ରୟୋଗ କରି ସୀମାରେ ଭିତ୍ତିଭୂମିକୁ ସୁଦୃଢ଼ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରୁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ନିକଟ ଅତୀତରେ ନର୍ଦନ ସେକ୍ଟରରେ ଚୀନ ତା’ର ଉପସ୍ଥିତିକୁ ବଢ଼ାଇଛି। […]

Rajnath singh

Rajnath singh

Jitendra Garnayak
  • Published: Sunday, 08 May 2022
  • Updated: 08 May 2022, 01:40 PM IST

Sports

Latest News

ନୂଆଦିଲ୍ଲୀ: ସୀମାରେ ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ ଶୀଘ୍ର ପହଞ୍ଚିବା ପାଇଁ ଚୀନ ତା’ର ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ତେଣୁ ବର୍ଡର ରୋଡ୍‌ସ ଅର୍ଗାନାଇଜେସନ୍ (ବିଆର୍‌ଓ) ବା ସୀମା ସଡ଼କ ସଂଗଠନ ମଧ୍ୟ ଏହାର ଦକ୍ଷତା ବଢ଼ାଇବା ସହିତ ନବୀନତମ ଜ୍ଞାନକୌଶଳର ପ୍ରୟୋଗ କରି ସୀମାରେ ଭିତ୍ତିଭୂମିକୁ ସୁଦୃଢ଼ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରୁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ନିକଟ ଅତୀତରେ ନର୍ଦନ ସେକ୍ଟରରେ ଚୀନ ତା’ର ଉପସ୍ଥିତିକୁ ବଢ଼ାଇଛି। ସେମାନେ ବିଭିନ୍ନ ସ୍ଥାନରେ ଖୁବ୍‌ଶୀଘ୍ର ପହଞ୍ଚି ପାରୁଛନ୍ତି। ବିଆର୍‌ଓ ମଧ୍ୟ ସେମାନଙ୍କ ସହିତ ତାଳ ଦେଇ କାମ କରିବା ଉଚିତ୍‌। ବିଆର୍‌ଓ ନିଜ ଦକ୍ଷତା ସହିତ ବୈଷୟିକ ଜ୍ଞାନକୌଶଳର ପୂର୍ଣ୍ଣ ବିନିଯୋଗ କରିବା ଦରକାର। ଏଦିଗରେ ବିଆର୍‌ଓର ସମସ୍ତ ଆବଶ୍ୟକତା ପୂରଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି।

ସେ କହିଛନ୍ତି, ଭାରତର ସୀମାରେ ଥିବା ଅଞ୍ଚଳଗୁଡ଼ିକର ବିକାଶ କରିବା ସରକାରଙ୍କ ପ୍ରତିରକ୍ଷା ରଣକୌଶଳର ଏକ ପ୍ରମୁଖ ଅଂଶ। ଏହା ଦେଶର ସୁରକ୍ଷାକୁ ସୁଦୃଢ଼ କରିବା ସହିତ ସୀମାରେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ ହେବ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବିଆର୍‌ଓ ଦ୍ୱାରା ନିର୍ମାଣ କରାଯାଇଥିବା ରାସ୍ତା, ବ୍ରିଜ୍ ଓ ଟନେଲ୍‌ ସବୁ ଭାରତୀୟ ସେନା ପାଇଁ ଉପାଦେୟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ବଦାଳାଇବାରେ ଖୁବ୍ ଉପଯୋଗୀ ହୋଇଛି।

ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବିଆର୍‌ଓ ୬୦ ହଜାର କିଲୋମିଟରର ରାସ୍ତା ସହିତ ୮୪୦ଟି ପୋଲ, ୪ଟି ଟନେଲ ଓ ୧୯ଟି ଏୟାରଫିଲ୍ଡ ନିର୍ମାଣ କରିଛି। ୨୦୨୧-୨୨ରେ ମୋଟ ୧୦୨ଟି ଭିତ୍ତିଭୂମି ନିର୍ମାଣ କରିଛି ବିଆର୍‌ଓ। ଗୋଟିଏ ବର୍ଷରେ ଏହା ବିଆରଓର ସର୍ବାଧିକ ନିର୍ମାଣ କାର୍ଯ୍ୟ। ଏହି ୧୦୨ଟି ଭିତ୍ତିଭୂମି ମଧ୍ୟରେ ରହିଛି ୮୭ଟି ପୋଲ ଓ ୧୫ଟି ରାସ୍ତା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story