କରୋନାକୁ ନେଇ ଆସିଲା ଆଉ ଏକ ଚିନ୍ତାଜନକ ତଥ୍ୟ

ନୂଆଦିଲ୍ଲୀ: କରୋନାକୁ ନେଇ ଆଉ ଏକ ଚିନ୍ତାଜନକ ତଥ୍ୟ ଆସିଛି। ଦେଶର କେତେକ ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇଥିବାର ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ। ଏହା ସହ ଆସନ୍ତା ବର୍ଷ ମଧ୍ୟ କରୋନା ମହାମାରୀ ଜାରି ରହିବ ବୋଲି ସେ କହିଛନ୍ତି। ଡାକ୍ତର ଗୁଲେରିଆ କହିଛନ୍ତି, ଭାରତରେ ୨୦୨୧ରେ ବି କିଛି ମାସ ଯାଏଁ କୋଭିଡ -୧୯ ସଂକ୍ରମଣ ବୃଦ୍ଧି ପାଇବ। ଆମେ କହିପାରିବୁ ନାହିଁ ଯେ, ୨୦୨୧ […]

corona-8-1

Jitendra Garnayak
  • Published: Saturday, 05 September 2020
  • , Updated: 05 September 2020, 10:12 AM IST

ନୂଆଦିଲ୍ଲୀ: କରୋନାକୁ ନେଇ ଆଉ ଏକ ଚିନ୍ତାଜନକ ତଥ୍ୟ ଆସିଛି। ଦେଶର କେତେକ ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇଥିବାର ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ। ଏହା ସହ ଆସନ୍ତା ବର୍ଷ ମଧ୍ୟ କରୋନା ମହାମାରୀ ଜାରି ରହିବ ବୋଲି ସେ କହିଛନ୍ତି।

ଡାକ୍ତର ଗୁଲେରିଆ କହିଛନ୍ତି, ଭାରତରେ ୨୦୨୧ରେ ବି କିଛି ମାସ ଯାଏଁ କୋଭିଡ -୧୯ ସଂକ୍ରମଣ ବୃଦ୍ଧି ପାଇବ। ଆମେ କହିପାରିବୁ ନାହିଁ ଯେ, ୨୦୨୧ ଆଗରୁ କରୋନା ସଂକ୍ରମଣ ସରିବ କି ନାହିଁ।

ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ୮୦ ହଜାରୁ ଅଧିକ ସଂଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

Related story