ଚୋକ୍‌ ହୋଇଗଲା ଦିଲ୍ଲୀ

ନୂଆଦିଲ୍ଲୀ: ପ୍ରଦୂଷଣ ଜାଲରେ ଛନ୍ଦି ହୋଇଥିବା ଦିଲ୍ଲୀବାସୀଙ୍କୁ ମିଳୁନି ନିସ୍ତାର। ଆଜି ବି ଦିଲ୍ଲୀରେ ଏୟାର କ୍ୱାଲିଟି ‘ସିଭିୟର’ କେଟାଗୋରୀରେ ରହିଛି। ଘନ କୁହୁଡ଼ି ଚାଦର ମଧ୍ୟରେ ଢାଙ୍କି ହୋଇଯାଇଛି ରାଜଧାନୀ। ଫଳରେ ଶ୍ୱାସକ୍ରିୟାଜନିତ ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏକ ସର୍ଭେ ଅନୁଯାୟୀ ପରିବାରରେ ୫ ଜଣରୁ ୪ ଜଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିକି କୋଭିଡ୍‌ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ପାଇଁ ଏହି ବାୟୁ ଖୁବ୍‌ ବିପଜନ୍ନକ ବୋଲି […]

Delhi most polluted Capital

Tapas Behera
  • Published: Monday, 08 November 2021
  • , Updated: 08 November 2021, 09:23 PM IST

ନୂଆଦିଲ୍ଲୀ: ପ୍ରଦୂଷଣ ଜାଲରେ ଛନ୍ଦି ହୋଇଥିବା ଦିଲ୍ଲୀବାସୀଙ୍କୁ ମିଳୁନି ନିସ୍ତାର। ଆଜି ବି ଦିଲ୍ଲୀରେ ଏୟାର କ୍ୱାଲିଟି ‘ସିଭିୟର’ କେଟାଗୋରୀରେ ରହିଛି। ଘନ କୁହୁଡ଼ି ଚାଦର ମଧ୍ୟରେ ଢାଙ୍କି ହୋଇଯାଇଛି ରାଜଧାନୀ। ଫଳରେ ଶ୍ୱାସକ୍ରିୟାଜନିତ ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏକ ସର୍ଭେ ଅନୁଯାୟୀ ପରିବାରରେ ୫ ଜଣରୁ ୪ ଜଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିକି କୋଭିଡ୍‌ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ପାଇଁ ଏହି ବାୟୁ ଖୁବ୍‌ ବିପଜନ୍ନକ ବୋଲି ଡାକ୍ତର କହିଛନ୍ତି । ସେପଟେ ଦୀପାଳବିଳିରେ ବାଣ ଫୁଟାଇବା ଉପରେ ରୋକ ଲାଗାଇବାକୁ ସରକାର ବିଫଳ ହୋଇଛନ୍ତି। ଫଳରେ ପ୍ରଦୂଷଣ ମାତ୍ରା ବଢ଼ି ଯାଇଇଛି ବୋଲି ଦିଲ୍ଲୀବାସୀ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଶୂନ୍ୟରୁ ୫୦ ଭିତରେ ରହିଲେ ‘ଉତ୍ତମ’, ୫୧ରୁ ୧୦୦ ଭିତରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ଭିତରେ ରହିଲେ ‘ମଧ୍ୟମ’, ୨୦୧ରୁ ୩୦୦ ଭିତରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ଭିତରେ ରହିଲେ ‘ଅତି ଖରାପ’ ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ‘ଅତି ବିପଜ୍ଜନକ’ ବୋଲି ବିଚାର କରାଯାଏ।

କିନ୍ତୁ ଦିଲ୍ଲୀର କେତେକ ଅଂଚଳରେ ବର୍ତ୍ତମାନ ଏହା ୬୦୦ରୁ ଉପରେ ରହିଥିବା ଜଣାପଡ଼ିଛି। ଦିଲ୍ଲୀରେ ପ୍ରଦୂଷଣସ୍ତର ଅତି ବିପଜ୍ଜନକ ସ୍ତରକୁ ଚାଲି ଯାଇଥିବାରୁ ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବାପାଇଁ କିଛି ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀ ସରକାର ରାସ୍ତାମାନଙ୍କରେ ପାଣି ଛିଞ୍ଚିବାପାଇଁ ୧୧୪ ପାଣି ଟ୍ୟାଙ୍କର ମୁତୟନ କରିଛନ୍ତି। ସରକାର ୯୨ଟି ନିର୍ମାଣ ସ୍ଥଳ ବନ୍ଦ କରିଦେଇଛନ୍ତି। ଉକ୍ତ ସଂସ୍ଥାଗୁଡ଼ିକ ନିୟମ ଉଲ୍ଳଂଘନ କରିଥିବା ଜଣାପଡ଼ିଛି। ପ୍ରଦୂଷଣ ବଢ଼ୁଥିବା ବେଳେ ନଡ଼ାପାଳ ଜାଳିବାଦ୍ୱାରା ଏହା ପ୍ରଦୂଷଣକୁ ଅଧିକ ବଢ଼ାଇ ଦେଉଛି।

Related story